ମାହାଙ୍ଗା ଡବଲ ମର୍ଡର: ବିଜେପି କହିଲା ୪୮ ଘଣ୍ଟାରେ ଗିରଫ କରାଯାଉ, ନଚେତ ନବୀନ କରିପାରିବେନି ସଭା
Advertisement
Article Detail0/zeeodisha/odisha821037

ମାହାଙ୍ଗା ଡବଲ ମର୍ଡର: ବିଜେପି କହିଲା ୪୮ ଘଣ୍ଟାରେ ଗିରଫ କରାଯାଉ, ନଚେତ ନବୀନ କରିପାରିବେନି ସଭା

ସେପଟେ ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ବିଜେପି ଶସ୍ତା ରାଜନୀତି କରେ ନାହିଁ ।

ମାହାଙ୍ଗା ଡବଲ ମର୍ଡର: ବିଜେପି କହିଲା ୪୮ ଘଣ୍ଟାରେ ଗିରଫ କରାଯାଉ, ନଚେତ ନବୀନ କରିପାରିବେନି ସଭା

ଭୁବନେଶ୍ୱର: Mahanga Double Murder Case: ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ରାଜନୀତି ଜୋର ଧରିଛି । ଏନେଇ ବିଜେପି (BJP) ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, "ମାହାଙ୍ଗା ନିର୍ବାଚନମଣ୍ଡଳୀରୁ ଆମର ଦୁଇ ସହକର୍ମୀ କୁଳମଣି ବରାଳ ଏବଂ ଦିବ୍ୟାସିନା ବରାଳଙ୍କୁ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମର୍ଥିତ ଗୁଣ୍ଡମାନେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ । ଆମେ ଏହାକୁ ସହ୍ୟ କରିବୁ ନାହିଁ । ପୂର୍ବରୁ କଂଗ୍ରେସ ଏହା କରୁଥିଲା ଏବଂ ବର୍ତ୍ତମାନ ତାହା ବିଜେଡି କରୁଛି ।" 

ଅଧିକ ପଢ଼ନ୍ତୁ:-ମାହାଙ୍ଗା ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କୁ ଜବାବ ଦେଲେ ଆଇନ ମନ୍ତ୍ରୀ, କହିଲେ-ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ... 

ସେ ଆହୁରି କହିଛନ୍ତି ଯେ, "୪୮ ଘଣ୍ଟା ଭିତରେ ମାହାଙ୍ଗା ଡବଲ ମର୍ଡର ମାମଲାରେ ଅଭିଯୁକ୍ତକୁ ଗିରଫ ନ କରାଗଲେ ରାଜ୍ୟର କୌଣସି ସ୍ଥାନରେ ମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ସଭାସମିତି କରାଇ ଦିଆଯିବ ନାହିଁ ।" 

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ଆକାଉଣ୍ଟରେ ଆସିବ ୩୬୦୦୦ ଟଙ୍କା, ଆଜି ହିଁ ପଞ୍ଜିକରଣ କରି ମାଗଣାରେ ଉଠାନ୍ତୁ 'ମାନଧନ ଯୋଜନା'ର ଲାଭ

ସେପଟେ ମାହାଙ୍ଗାରେ ବିଜେପି ନେତାଙ୍କୁ ହତ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ, ବିଜେପି ଶସ୍ତା ରାଜନୀତି କରେ ନାହିଁ । ଲୋକଙ୍କୁ ନ୍ୟାୟ ଦେବା ପାଇଁ ବିଜେପି ଲଢେଇ କରେ । ହତ୍ୟାକାଣ୍ଡ ଘଟିଥିବା ପଂଚାୟତରେ ଘରଠୁ ଅଧିକ ପି ଏମ ଆବାସ ଘର ମିଳିଛି । ସେ କଥାକୁ ବିଜେପି ନେତା କୁଳମଣି ବରାଳ ପଦାକୁ ଆଣିବାରୁ ତାଙ୍କ ଜୀବନ ଗଲା । ପୋଲିସକୁ ୩୦ ଥର ଜୀବନ ପ୍ରତି ବିପଦ ଅଛି ବୋଲି କହିବା ପରେ ମଧ୍ୟ ପଦକ୍ଷେପ ନିଆଗଲାନି । ହତ୍ୟାକଣ୍ଡରେ ସମ୍ପୃକ୍ତ ଦୋଷୀଙ୍କୁ ଏ ଯାଏ ଗିରଫ କାହିଁକି କରାଯାଇନି ବୋଲି ପ୍ରଶ୍ନ କଲେ ବିରୋଧୀ ଦଳ ନେତା ।

ଆଇନ ମନ୍ତ୍ରୀ ପୂର୍ବରୁ କୁଳମଣିଙ୍କ ପରିବାରକୁ ଧମକ ଦେଇଥିବା କଥା କହିଛନ୍ତି ପ୍ରଦୀପ୍ତ ନାଏକ । ସେ ଆହୁରି କହିଛନ୍ତି ଯେ, "୭ ଦିନ ମଧ୍ୟରେ ଦୋଷୀ ଗିରଫ ନ ହେଲେ ଜୋରଦାର ଆନ୍ଦୋଳନ ହେବ । ମନ୍ତ୍ରୀ ନିର୍ଦ୍ଦୋଷ ନ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ପଦରୁ ଦୂରେଇ ରହିବା ଦରକାର ।" ଆଇନ ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ।

ଅଧିକ ପଢ଼ନ୍ତୁ:-'ମହାମେଣ୍ଟକୁ ଆସିବେ ନୀତିଶ କୁମାର'

ସୂଚନାଯୋଗ୍ୟ, ମାହାଙ୍ଗା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗତକାଲି ଅର୍ଥାତ ଶନିବାର ମାରଣାନ୍ତକ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ କୁଳମଣି ବରାଳଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ହତ୍ୟାକାଣ୍ଡ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।