UP Politics: ବିଜେପି ହାତ ଧରିବେ କି ଶିବପାଲ ଯାଦବ-ଓମ ପ୍ରକାଶ ରାଜଭର? ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ
Advertisement
Article Detail0/zeeodisha/odisha1339300

UP Politics: ବିଜେପି ହାତ ଧରିବେ କି ଶିବପାଲ ଯାଦବ-ଓମ ପ୍ରକାଶ ରାଜଭର? ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

Uttar Pradesh Politics: ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବ ନିଜ ସ୍ଥିତି ସୁଦୃଢ କରିବାକୁ ଅଣ୍ଟାଭିଡ଼ିଛନ୍ତି।

UP Politics: ବିଜେପି ହାତ ଧରିବେ କି ଶିବପାଲ ଯାଦବ-ଓମ ପ୍ରକାଶ ରାଜଭର? ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ

UP Deputy CM Keshav Prasad Maurya: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଶେଷ ହେବା ପରେ ରାଜ୍ୟ ରାଜନୀତିରେ ଏକ ପ୍ରସଙ୍ଗ ସବୁ ବେଳେ ଚର୍ଚ୍ଚାର ବିଷୟ ପାଲଟିଛି। ତାହା ହେଉଛି କ'ଣ ସୁହେଲଦେବ ଭାରତୀୟ ସମାଜ ପାର୍ଟି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଏବଂ ପ୍ରଗତିଶୀଶ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଶିବପାଲ ଯାଦବଙ୍କ ବିଜେପି ହାତ ଧରିବେ। କାରଣ ଏଭଳି ଏକ ସମ୍ଭାବନାକୁ ନେଇ ଉତ୍ତର ପ୍ରଦେଶ ରାଜନୀତିରେ ଜାରି ରହିଛି ଚର୍ଚ୍ଚା। ସେପଟେ ରାଜ୍ୟର କ୍ଷମତାସୀନ ବିଜେପି ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏନେଇ ଦଳ ପକ୍ଷରୁ କୁହାଯାଇଛି ଆଜମଗଡ ଏବଂ ରାମପୁର ଦଖଲ କରିବା ପରେ ଏବେ ନଜର ମୈନ୍ପୁରୀ ଲୋକସଭା ଆସନ ଉପରେ ରହିଛି।  

ବର୍ତ୍ତମାନ ଉତ୍ତର ପ୍ରଦେଶ ରାଜନୀତିରେ (Uttar Pradesh Politics) ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର (SBSP President Om Prakash Rajbhar) ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ପିଏସପି ଅଧ୍ୟକ୍ଷ ଶିବପାଲ ଯାଦବ (PSP President Shivpal Yadav) ନିଜ ସ୍ଥିତି ସୁଦୃଢ କରିବାକୁ ଅଣ୍ଟାଭିଡ଼ିଛନ୍ତି। ଏନେଇ ସେମାନେ ବିଜେପି (BJP) ସହ ମେଣ୍ଟ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ  ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ (UP Assembly Election 2022) ଉଭୟେ ସମାଜବାଦୀ ପାର୍ଟି (Samajwadi Party) ନେତୃତ୍ୱାଧିନ ମେଣ୍ଟରେ ସାମିଲ ହୋଇଥିଲେ। ମାତ୍ର ଏହି ନିର୍ବାଚନ ପରେ ବିଭିନ୍ନ କାରଣକୁ ନେଇ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ (Akhilesh Yadav) ସହ ମତ ପାର୍ଥକ୍ୟ ହେବା ପରେ ଉଭୟ ଓମ ପ୍ରକାଶ ରାଜଭର ଏବଂ ଶିବପାଲ ଯାଦବ ସମାଜବାଦୀ ମେଣ୍ଟରୁ (Samajwadi Alliance) ବାହାରି ଯାଇଥିଲେ। ବର୍ତ୍ତମାନ ସେମାନେ ବିଜେପି ସହ ମେଣ୍ଟ କରୁଥବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। 

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି (Former UP BJP President) ତଥା ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (Uttar Pradesh Deputy Chief Minister Keshav Prasad Maurya)। ଏନେଇ ସେ କହିଛନ୍ତି ଯେ, ବର୍ତ୍ତମାନ କୌଣସି ସ୍ଥାନ ଖାଲି ନାହିଁ। ଯେଉଁମାନେ ବିଜେପି ସହ ଆସିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ନିଜ ମନ କଥା କହିବା ଆବଶ୍ୟକ। ଏହା ପରେ ଯାଇ ଆମ ଦଳ ବିଚାର କରିବ। ଏହି ନିଷ୍ପତ୍ତି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ନେବେ। 

Also Read: UP BJP Govt vs Organization: 'ସରକାର ଠାରୁ ଦଳୀୟ ସଙ୍ଗଠନ ବଡ଼'

 

ବିଜେପି ସହ ସୁହେଲଦେବ ଭାରତୀୟ ସମାଜ ପାର୍ଟି  ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି  ମେଣ୍ଟ କରିବାକୁ ନେଇ ହେଉଥିବା ଚର୍ଚ୍ଚା ପଛରେ ରହିଥିବା କାରଣ ସାମ୍ନାକୁ ଆସିସାରିଛି।  ତାହା ମଧ୍ୟରୁ ଗୋଟିଏ ମୁଖ୍ୟ କାରଣ ହେଉଛି ରାଜ୍ୟର ଆଜମଗଡ଼ ଏବଂ ରାମପୁର ଲୋକସଭା  ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟ ପାଇଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ନେତୃତ୍ୱକୁ ଦାୟୀ କରିଥିଲେ ଏସବିଏସପି ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର। ଅନ୍ୟପଟେ ବିଧାନସଭା ନିର୍ବାଚନ ସରିବା ପରେ ସମାଜବାଦୀ ପାର୍ଟି ବିଧାୟକ ଦଳ ବୈଠକରେ ଯୋଗ  ଦେବା ଲାଗି ନିମନ୍ତ୍ରଣ ନ କରିବାରୁ  ପୁତୁରା ଅଖିଲେଶ ଯାଦବଙ୍କ ଉପରେ ଅସନ୍ତୁଷ୍ଟ ହୋଇଉଠିଥିଲେ ଚାଚା ଶିବପାଲ ଯାଦବ। କେବଳ ସେତିକି ନୁହେଁ ବିରୋଧି ଦଳ ନେତା ଭାବେ ଅଖିଲେଶ ଯାଦବଙ୍କ ଭୂମିକା ଏବଂ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ନେଇ ଉଭୟେ ବାରମ୍ବାର ପ୍ରଶ୍ନ ଉଠାଇବାରେ ଲାଗିଥିଲେ। ଯାହାକୁ ନେଇ ସୁହେଲଦେବ ଭାରତୀୟ ସମାଜ ପାର୍ଟି  ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ସମାଜବାଦୀ ପାର୍ଟି ମଧ୍ୟରେ ଜାରି ରହିଥିଲା ବୟାନ ବାଜି। ପରେ ଏହା ସମାଜବାଦୀ ମେଣ୍ଟ ଭାଙ୍ଗିବାର ମୁଖ୍ୟ କାରଣ ପାଲଟିଥିଲା। ଶେଷରେ ଓମ ପ୍ରକାଶ ରାଜଭର ଏବଂ ଶିବପାଲ ଯାଦବଙ୍କ ପାଖରୁ ଦୂରେଇ ୟାଇଥିଲେ।