UP BJP Govt vs Organization: 'ସରକାର ଠାରୁ ଦଳୀୟ ସଙ୍ଗଠନ ବଡ଼'
Advertisement
Article Detail0/zeeodisha/odisha1314115

UP BJP Govt vs Organization: 'ସରକାର ଠାରୁ ଦଳୀୟ ସଙ୍ଗଠନ ବଡ଼'

UP BJP President:  ବର୍ତ୍ତମାନ ବିଜେପି ରାଜ୍ୟ ଶାଖା ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତାହେଲେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ।

UP BJP Govt vs Organization: 'ସରକାର ଠାରୁ ଦଳୀୟ ସଙ୍ଗଠନ ବଡ଼'

UP Deputy CM Keshav Prasad Maurya: ସଦ୍ୟ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ସରକାର ଏବଂ ଦଳୀୟ ସଙ୍ଗଠନ ବାବଦରେ ଏଭଳି ଏକ ଟ୍ୱିଟ୍ କରିଛନ୍ତି ଯାହାକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି।  ଉତ୍ତର ପ୍ରଦେଶ ବିଜେପି ସଭାପତି ଦାୟିତ୍ୱ ଦଳର କେଉଁ ନେତାଙ୍କୁ ପ୍ରଦାନ କରାଯିବ ତାହା ତାଙ୍କ ଟ୍ୱିଟ୍ ଜରିଆରେ ସ୍ପଷ୍ଟ ହୋଇଯାଇଛି। ଏନେଇ କୁହାଯାଉଛି ଯେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ବିଜେପି ରାଜ୍ୟ ଶାଖା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇପାରେ। 

ନିଜେ କରିଥିବା ଟ୍ୱିଟ ଜରିଆରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ (UP Deputy CM Keshav Prasad Maurya) କହିଛନ୍ତି ଯେ ଦଳୀୟ ସଙ୍ଗଠନ ହେଉଛି ସରକାର ଠାରୁ ବଡ଼ (BJP organization is bigger than Government)। ରାଜନୈତିକ ଦୃଷ୍ଟିକୋଣରୁ ଉପମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ ବେଶ ଗୁରୁତ୍ୱ ବହନ କରୁଛି। ଏହି ଟ୍ୱିଟ ଦର୍ଶାଉଛି ଉତ୍ତର ପ୍ରଦେଶ ବିଜେପି ସଭାପତି ଦୌଡରେ ଉପମୁଖ୍ୟମନ୍ତ୍ରୀ ସର୍ବାଗ୍ରେ ଅଛନ୍ତି।

ନିକଟରେ ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ (BJP National President JP Nadda) ଭେଟି ରାଜ୍ୟର ରାଜନୈତିକ ସ୍ଥିତି ବାବଦରେ ଆଲୋଚନା କରିଥିଲେ। ଏହି ବୈଠକକୁ ଉତ୍ତରପ୍ରଦେଶ ବିଜେପିରେ ହେବାକୁ ଯାଉଥିବା ସାଙ୍ଗଠନିକ ପରିବର୍ତ୍ତନ ସହ ଯୋଡ଼ି ଦେଖାଯାଉଛି। ନିକଟରେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କୁ ଉତ୍ତର ପ୍ରଦେଶ ବିଧାନ ପରିଷଦରେ ବିଜେପି ବିଧାୟକ ଦଳ ନେତା ଦାୟିତ୍ୱ ପ୍ରଦାନ କରାଯାଇଥିଲା।

ନିକଟରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ଝାଡଖଣ୍ଡ ଦାୟିତ୍ୱରେ ରହିଥିବା ଧର୍ମପାଲଙ୍କୁ ଉତ୍ତର ପ୍ରଦେଶ ବିଜେପି ସଙ୍ଗଠନ ସାଧାରଣ ସମ୍ପାଦକ ଭାବେ ସୁନୀଲ ବଂଶଲଙ୍କ ସ୍ଥାନରେ ନିଯୁକ୍ତ କରିଛନ୍ତି। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ଶାଖା ସଭାପତିଙ୍କ ନାଁ ଘୋଷଣା କରାଯାଇନାହିଁ। ବିଦାୟୀ ରାଜ୍ୟ ସଭାପତି ସ୍ୱତନ୍ତ୍ର ଦେବ ସିଂହ (Swantra Dev Singh) ବର୍ତ୍ତମାନ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ସେ ଦଳର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇ କାର୍ଯ୍ୟକାରୀ ସଭାପତି ଭାବେ ରାଜ୍ୟ ଶାଖା ଦାୟିତ୍ୱରେ ଅଛନ୍ତି।

Also Read: UP BJP Unit: କିଏ ହେବେ ରାଜ୍ୟ ବିଜେପି ଅଧ୍ୟକ୍ଷ? ତାଲିକାରେ ରହିଛି ଉପମୁଖ୍ୟମନ୍ତ୍ରୀଙ୍କ ନାଁ

ଉତ୍ତର ପ୍ରଦେଶ ବିଜେପି ସଭାପତି କିଏ ହେବେ ସେ ନେଇ ଚାଲିଥିବା ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ କୁହାଯାଉଛି ଯେ ଦଳ ବର୍ତ୍ତମାନ ଖୁବ ଶୀଘ୍ର ଏହାର ରାଜ୍ୟ ଶାଖା ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିବ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଲାଗି ଉତ୍ତର ପ୍ରଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଜେପି ଦଳର ଏପରି ଜଣେ ନେତା ରାଜ୍ୟ ଶାଖା ଅଧ୍ୟକ୍ଷ ଚାହୁଁଛି ଯାହାର ସାଙ୍ଗଠନିକ ଅଭିଜ୍ଞତା ଏବଂ ଦକ୍ଷତା ରହିବା ସହ ଦଳୀୟ କର୍ମକର୍ତ୍ତାଙ୍କ ମହଲରେ ଲୋକପ୍ରିୟତା ରହିଛି। ବିଜେପି ସୂତ୍ର ଅନୁଯାୟୀ, ବିଜେପି ହାଇକମାଣ୍ଡ ରାଜ୍ୟ ସଭାପତି ନିଯୁକ୍ତି ବାବଦରେ ରାଜ୍ୟର ସମସ୍ତ ପ୍ରକାର ସମୀକରଣ ଉପରେ ବିଚାର ବିମର୍ଶ କରୁଛନ୍ତି। ଉତ୍ତର ପ୍ରଦେଶ ସଙ୍ଗଠନ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ନେତାଙ୍କ ମତାମତ ନିଆଯାଇଛି। ବର୍ତ୍ତମାନ ବିଜେପି ରାଜ୍ୟ ଶାଖା ନିଯୁକ୍ତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଦି ସୂତ୍ରକୁ ବିଶ୍ୱାସ କରାଯାଏ ତାହେଲେ ଉତ୍ତର ପ୍ରଦେଶ ବିଜେପି ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ।

ଏଥର ଦଳ ଜଣେ ବ୍ରାହ୍ମଣ ନେତାଙ୍କୁ ରାଜ୍ୟ ଶାଖା ସଭାପତି କରାଯାଇପାରେ। ହେଲେ ଜଣେ ଦଳୀୟ ସଙ୍ଗଠକଙ୍କ କହିବା ଅନୁସାରେ ଦଳ ବ୍ରାହ୍ମଣ ନେତାଙ୍କ ବ୍ୟତୀତ ଦଳିତ ଏବଂ ପଛୁଆ ବର୍ଗର ଦଳୀୟ ନେତାଙ୍କ ନାଁ ଉପରେ ବିଚାର କରୁଛି। ଯଦିଓ ରାଜ୍ୟ ଶାଖା ବିଜେପି ସଭାପତି କିଏ ହେବେ ତାହା ଉପରେ ଅନ୍ତିମ ମୋହର ମାରିବା ବାକି ରହିଛି।