Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ
Advertisement

Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

Opposition PM PM Candidate: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସେ ବର୍ତ୍ତମାନ ବହୁ ଚର୍ଚ୍ଚିତ ବିରୋଧୀ ଦଳ ନେତା ଭାବେ ଉଭା ହୋଇଛନ୍ତି। ମାତ୍ର ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ବିରୋଧି ଏକତାରେ ଦେଖବାକୁ ମିଳିଛି ଫାଟ। 

Opposition PM Candidate: ପ୍ରଧାନମନ୍ତ୍ରୀ ପଦକୁ ନେଇ ବିରୋଧି ଏକତାରେ ଫାଟ

Opposition PM PM Candidate: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହାକୁ ନେଇ ବିରୋଧି ଏକତାରେ ଦେଖବାକୁ ମିଳିଛି ଫାଟ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ସେ ବର୍ତ୍ତମାନ ବହୁ ଚର୍ଚ୍ଚିତ ବିରୋଧୀ ଦଳ ନେତା ଭାବେ ଉଭା ହୋଇଛନ୍ତି। ଗତ ୧୯୯୦ ଦଶକରୁ ବିଜେପି ସମର୍ଥନରେ ରାଜନୀତି ଆରମ୍ଭ କରିଥିବା ନୀତିଶ କୁମାର ଏକ ଦୀର୍ଘ ରାଜନୈତିକ ପଥ ଅତିକ୍ରମ କରିଛନ୍ତି। ହେଲେ ବିରୋଧି ନେତୃତ୍ୱ ପ୍ରସଙ୍ଗରେ ଦେଶର ସର୍ବବୃହତ ବିରୋଧୀ ଦଳ କଂଗ୍ରେସ କୁ ଚ୍ୟାଲେଞ୍ଜ କରୁଛନ୍ତି। ଯଦିଓ କଂଗ୍ରେସ ଏହି ପ୍ରସଙ୍ଗରେ ନୀରବ ରହିଛି। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଜାତୀୟ ନୁହେଁ ବିହାର ରାଜନୀତି ଉପରେ ଧ୍ୟାନ ଦିଆଯାଇଛି। ବିହାରରେ ନୂତନ ସରକାର ଗଠନ ହୋଇଥିବାରୁ ବର୍ତ୍ତମାନ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାର ସମୟ ନୁହେଁ। 

କଂଗ୍ରେସ ୨୦୨୪ ଲୋକସଭା ନିର୍ବାଚନରେ (Lok Sabha Election 2024) ସୃଷ୍ଟି ହେବାକୁ ଥିବା ପରିସ୍ଥିତି ଉପରେ କଂଗ୍ରେସ (Congress) କୌଣସି ପ୍ରତିକ୍ରିୟା ରଖୁନାହିଁ। ମାତ୍ର ବିରୋଧି ନେତୃତ୍ୱ କିପରି ପ୍ରସ୍ତୁତ କରାଯିବ ତାହା ଦଳ ସ୍ଥିର କରିବ ବୋଲି କଂଗ୍ରେସ ଚାହୁଁଛି। ଲୋକସଭାର ମୁଖ୍ୟ ବିରୋଧୀ ଦଳ (Chief Opposition Party in Lok Sabha) ଭାବେ କଂଗ୍ରେସ ପାଖରେ ଅଧିକ ସାଂସଦ ଅଛନ୍ତି। ୟୁପିଏ ମେଣ୍ଟ (UPA Alliance) ଆଧାରରେ କଂଗ୍ରେସ ବିରୋଧି ଦଳର ନେତୃତ୍ୱ ନେବାକୁ ଚାହୁଁଛି। କଂଗ୍ରେସ ନୀତୀଶ କୁମାରଙ୍କୁ ଦ୍ୱିତୀୟ (Bihar CM Nitish Kumar) ଥର ଲାଗି ସମର୍ଥନ କରୁଛି। ଗତଥର ନୀତୀଶ କୁମାର କଂଗ୍ରେସ-ଆରଜେଡି (Congrss- RJD Alliance) ହାତ ଛାଡି ବିଜେପି ସହ ମିଳାଇଥିଲେ।

Also Read: Nitish Kumar: 'ଉପରାଷ୍ଟ୍ରପତି କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ମୁଁ ଚାହୁଁନଥିଲି'

ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ରାଜନୈତିକ ଦଳର ବିଲୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ (Bihar Deputy Chief Minister Tejashwi Yadav) ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congress Presient Sonia Gandhi) ଭେଟି ରାଜନୈତିକ ପରିସ୍ଥିତି ବାବଦରେ ଚର୍ଚ୍ଚା କରିଥିଲେ। ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ଆରଜେଡି ନେତୃତ୍ୱାଧିନ ମହାମେଣ୍ଟ (Bihar Grand Alliance) ମଡେଲ ସମଗ୍ର ଦେଶରେ ଲାଗୁ କରାଯିବ।

ବିହାରରେ ଗଠିତ ହୋଇଥିବା ସରକାର ଲୋକଙ୍କ ସରକାର। ବର୍ତ୍ତମାନ ସମଗ୍ର ଦେଶ ବେରୋଜଗାରୀ, ଦରଦାମ ବୃଦ୍ଧି, ସାମ୍ପ୍ରଦାୟିକତା ଭଳି ସମସ୍ୟାକୁ ନେଇ ଥକିଗଲେଣି। ଜେଡିୟୁ ସହିତ ହୋଇଥିବା ପୁରୁଣା ବିବାଦ ଉପରେ ପ୍ରତିକ୍ରିୟା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ ଯେ ପ୍ରତ୍ୟେକ ଘରେ ଗଡା ହୁଏ। ଆମେ ସମାଜବାଦୀ ପରମ୍ପରାରୁ ଆସିଛୁ। 

Also Read: Nitish Kumar: ୨୦୨୪ ଲୋକସଭା ନିର୍ବାଚନରେ ହୋଇପାରନ୍ତି ପ୍ରଧାନମନ୍ତ୍ରୀ ଚେହେରା

ନୀତୀଶ କୁମାର ସତର୍କତାର ସହ କାର୍ଯ୍ୟ କରୁଛନ୍ତି ଏବଂ କୌଣସି ଦଳକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାଁନ୍ତି। ସେ ବିରୋଧୀ ଦଳ ଏକତା ପ୍ରୟାସରେ ଜଣେ ଅଣ ଗାନ୍ଧୀ ଭାବେ ଉଭା ହୋଇପାରନ୍ତି। ବିହାର ରାଜନୀତିରେ କ୍ଷମତା ପରିବର୍ତ୍ତନ ସିଧାସଳଖ ନୀତୀଶ କୁମାରଙ୍କ ଚତୁରତାର ସହ ନିର୍ମିତ ଜାତୀୟ ରାଜନୀତିରେ ତାଙ୍କର ରହିଥିବା ଅଭିଳାଷ ସହ ସିଧାସଳଖ ସମ୍ପୃକ୍ତ।