ପ୍ରାର୍ଥୀଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ମତଦାତା; କିଏ ମାରିବ ବାଜି?
Advertisement
Article Detail0/zeeodisha/odisha1119901

ପ୍ରାର୍ଥୀଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ମତଦାତା; କିଏ ମାରିବ ବାଜି?

ନିର୍ବାଚନ ଚକ୍ରବ୍ୟୁହରେ ଫସି ଯାଇଛନ୍ତି ୪ ଅଖିଲେଶ ଯାଦବ। 

ପ୍ରାର୍ଥୀଙ୍କ ନାମକୁ ନେଇ ଦ୍ୱନ୍ଦ୍ୱରେ ମତଦାତା; କିଏ ମାରିବ ବାଜି?

ଲକ୍ଷ୍ନୌ: ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରକାଶ ପାଇବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ। ଦୀର୍ଘ ୨ ମାସର କସରତ ପରେ ପ୍ରକାଶ ପାଇବାକୁ ଯାଉଥିବା ଏହି ନିର୍ବାଚନ ଫଳାଫଳ ଉପରେ ସମସ୍ତ ରାଜନୈତିକ ଦଳ ସହ ଜନସାଧାରଣଙ୍କ ରହିଛି ସତର୍କ ନଜର। ଏଥର ଚର୍ଚ୍ଚାରେ ରହିଛି ପ୍ରାର୍ଥୀଙ୍କ ନାମ। ହେଲେ ସେମାନଙ୍କ ମଧ୍ୟରୁ କିଏ ମାରୁଛି ବାଜି ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ।   

ଏଥର ଅନୁଷ୍ଠିତ ହୋଇଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ସମେତ ଏହି ନାମରେ ମୋଟ ୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସମାଜବାଦୀ ପାର୍ଟି ଏବଂ ଜଣେ  କଂଗ୍ରେସ ଏବଂ ଅନ୍ୟ ଜଣେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। 

Also Read: ମତଗଣନା ପୂର୍ବରୁ ଦଳୀୟ କର୍ମକର୍ତ୍ତାଙ୍କୁ ଏହି ନିର୍ଦେଶ ଦେଲେ SP ମୁଖ୍ୟ Akhilesh Yadav

ମୈନପୁର ଜିଲ୍ଲାର କରହଲ ଆସନରୁ ନିଜେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ନିର୍ବାଚନ ଲଢୁଛନ୍ତି। ସେହିପରି ଆଜମଗଡ଼ ଜିଲ୍ଲାର ମୁବାରକପୁର ଆସନରୁ ସମାଜବାଦୀ ପାର୍ଟି,  ଅଯୋଧ୍ୟା ଜିଲ୍ଲାର ବୀକାପୁର ଆସନରୁ କଂଗ୍ରେସ, ସମ୍ଭଲ ଜିଲ୍ଲାର ଗୁନୌର ଆସନରୁ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବିଧାୟକ ପ୍ରାର୍ଥୀଙ୍କ ନାଁ ହେଉଛି ଅଖିଲେଶ ଯାଦବ।

ଗତ ଫେବୃଆରୀ ୭ ତାରିଖରେ ଯେତେବେଳେ ସମାଜବାଦୀ ପାର୍ଟି ପକ୍ଷରୁ ମୁବାରକପୁର ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଥିଲା ସେତବେଳେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଗଲା ଯେ ଦଳର ଅଧ୍ୟକ୍ଷ ଅଖିଲେଶ ଯାଦବ ୨ ଆସନରୁ ନିର୍ବାଚନ ଲଢୁଛନ୍ତି। କାରଣ କରହଲ ଆସନରୁ ନିର୍ବାଚନ ଲଢୁଥିବା ଅଖିଲେଶ ଯାଦବ ବର୍ତ୍ତମାନ ଆଜମଗଡ଼ ଲୋକସଭା ଆସନର ସାଂସଦ ଅଛନ୍ତି। ହେଲେ ପରେ ଜଣାପଡିଥିଲା ମୁବାରକପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀଙ୍କ ନାଁ ହେଉଛି ଅଖିଲେଶ ଯାଦବ। 

Also Read: ମତ ଗଣନା ପୂର୍ବରୁ EVM ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ Samajwadi Party ମୁଖ୍ୟ Akhilesh Yadav

ଏଥର ଅଯୋଧ୍ୟା ଜିଲ୍ଲାର ବୀକାପୁର ଆସନରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅଖିଲେଶ ଯାଦବ ପୂର୍ବରୁ ସମାଜବାଦୀ ପାର୍ଟି ସହ ଜଡ଼ିତ ଥିଲେ। ଦଳ ଛାଡି଼ବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସେ କହିଥିଲେ  ମୋତେ ସେଠାରେ ଉଚିତ ସମ୍ମାନ ମିଳିନଥିଲା। ସେ ତାଙ୍କ ନିର୍ବାଚନମଣ୍ଡଳୀରେ ନିଜ ସମର୍ଥକଙ୍କ ସହିତ ପ୍ରଚାର କରିବା ସମୟରେ ମୋର ଜଣେ ସମର୍ଥକ ଅଖିଳେଶ ଭାଇ ଜିନ୍ଦବାଦ୍ ନାରା ଲଗାଇଥିଲେ। ଯାହା ସମାଜବାଦୀ ପାର୍ଟି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ସେମାନେ ମଧ୍ୟ ପ୍ରତିକ୍ରିୟାରେ ଏହି ସ୍ଲୋଗାନ ଦେଇଥିଲେ। ହେଲେ ପରେ ଅନୁଭବ କଲେ ଯେ ସେମାନେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ସ୍ଲୋଗାନ ଦେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ଅଖିଳେଶ ଯାଦବ କିଏ ହେଲେ ପରେ ସେମାନେ ସତର୍କ ହୋଇଯାଇଥିଲେ।

ଏହା ବ୍ୟତୀତ ଗୁନୌର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧିନ ବିଧାୟକ ପ୍ରାର୍ଥୀଙ୍କ ନାଁ ହେଉଛି ଲଖବେନ୍ଦ୍ର ଓରଫ ଅଖିଳେଶ ଯାଦବ। ନିଜ ନାଁ ବାବଦରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଯଦିଓ ମୋ ଜନ୍ମ ପରେ ମୋ ଲଖବେନ୍ଦ୍ର ସିଂହ ରଖାଯାଇଥିଲା ହେଲେ ମୋ ଆଇ ଏବଂ ମୋ ମାଆ ଅଖିଳେଶ ବୋଲି ଡାକୁଥିଲେ। ଧିରେ ଧିରେ ଅନ୍ୟ ଲୋକେ ମୋତେ ଅଖିଳେଶ ନାମରେ ଜାଣିବା ଆରମ୍ଭ କଲେ। ହେଲେ ମୋ ଚାଚା ମୋ ନାଁ ଲଖବେନ୍ଦ୍ର ସିଂହ ରଖିଥିଲେ।

Also Read: UP Election 2022 ଫଳାଫଳ ଆସିବା ପୂର୍ବରୁ ବଡ଼ ଦାବି କଲେ Akhilesh Yadav

ତାଙ୍କ ପିତା ରାମ ଖିଲାଡି ସିଂହ ଗୁନ୍ନୌର ଆସନରୁ ସମାଜବାଦୀ ପାର୍ଟି ଏବଂ ସେ ସ୍ୱାଧିନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ଲଢିବା ସମ୍ପର୍କରେ ଲଖବେନ୍ଦ୍ର ସିଂହ କହିଛନ୍ତି ଯେ ଅଖିଳେଶ ଯାଦବ ତାଙ୍କ ପାଇଁ ସବୁକିଛି ଏବଂ ସମାଜବାଦ ତାଙ୍କ ରକ୍ତରେ ଅଛି। ହେଲେ ୧୦ ମାର୍ଚ୍ଚରେ ଯେତେବେଳେ ଫଳାଫଳ ଆସିବ ସେତେବେଳେ ଏହି ଅଖିଳେଶ ଯାଦବଙ୍କ କିଏ ବିଧାୟକ ନିର୍ବାଚିତ ହୋଇ ବିଧାନସଭାରେ ପହଞ୍ଚିବ ତାହା ଜଣାପଡ଼ିବ।