ନିର୍ବାଚନ ମାହୋଲ ମଧ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା!
Advertisement
Article Detail0/zeeodisha/odisha1107605

ନିର୍ବାଚନ ମାହୋଲ ମଧ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା!

ଏବେ ସବୁ ଦଳର ନଜର ଉତ୍ତର ପ୍ରଦେଶ ଉପରେ ରହିଥିବା ବେଳେ ପଡୋଶୀ ରାଜ୍ୟରୁ ଆସିଛି ଏକ ଚକିତ କରିବା ଭଳି ଖବର। 

ନିର୍ବାଚନ ମାହୋଲ ମଧ୍ୟରେ କଂଗ୍ରେସକୁ ଲାଗିପାରେ ଜୋରଦାର ଝଟକା!

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ଏବେ ସବୁ ଦଳର ନଜର ଉତ୍ତର ପ୍ରଦେଶ ଉପରେ ରହିଥିବା ବେଳେ ପଡୋଶୀ ରାଜ୍ୟରୁ ଆସିଛି ଏକ ଚକିତ କରିବା ଭଳି ଖବର। ଏହି ରାଜ୍ୟରେ ଏକ ରାଜନୈତିକ ଦଳର ଦଳୀୟ ବିଧାୟକ ଦଳ ଛାଡି଼ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ମଧ୍ୟ ପ୍ରଦେଶରେ କଂଗ୍ରେସକୁ ଆଗାମୀ ଦିନରେ ଲାଗିପାରେ ଜୋରଦାର ଝଟକା। ଆଉ ଏହାର କାରଣ ହେଉଛି ଦଳର ଅନେକ ବିଧାୟକଙ୍କ ସ୍ୱର ବଦଳିଛି କିମ୍ବା ସେମାନେ ଦଳ ଠାରୁ ଦୂରେଇ ରହିବାରେ ଲାଗିଛନ୍ତି। ଏଭଳି ଏକ ଚର୍ଚ୍ଚା ଉପରେ ମୋହର ମାରିଛି ବିଜେପି। ଗତ ୨୦୨୦ ବର୍ଷରେ ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ତଥା ତତ୍କାଳୀନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ୨୨ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପି ହାତ ଧରିଥିଲେ। 

ଯାହାର ଫଳସ୍ୱରୂପ ଦଳର ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରର ହୋଇଥିଲା ପତ୍ତନ ଏବଂ ପୁନର୍ବାର କ୍ଷମତାକୁ ଫେରିଥିଲା ବିଜେପି। ଏହା ପରେ ଆହୁରି ଅନେକ କଂଗ୍ରେସ ବିଧାୟକ ଜଣଙ୍କ ପରେ ଜଣେ ଦଳ ଛାଡିବାର ଲାଗିଥିଲେ। ବିଗତ ବର୍ଷେ ଧରି କଂଗ୍ରେସ ବିଧାୟକଙ୍କ ଦଳ ଛାଡି଼ବା ପ୍ରକ୍ରିୟା ଉପରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଯାଇଥିଲା। ହେଲେ ପୁଣି ଥରେ କଂଗ୍ରେସ ବିଧାୟକଙ୍କ ଦଳ ବଦଳ ପ୍ରକ୍ରିୟା ଚର୍ଚ୍ଚାର ପରିସରକୁ ଆସିଛି। 

Also Read: ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଶିବରାଜ ସିଂହ ଚୌହାନଙ୍କ କଟାକ୍ଷ

ନିକଟରେ ବିଜେପି ମୁଖପାତ୍ର ଡ.ହିତେଶ ବାଜପେୟୀଙ୍କ (Dr.Hitesh Bajpai) ବୟାନ ସୋସିଆଲ ମିଡି଼ଆ ଜରିଆରେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏହା ନିଶ୍ଚିତ କରି କହୁଥିବାର ନଜର ଆସୁଛନ୍ତି ଯେ ବିରୋଧି କଂଗ୍ରେସ ଦଳରେ ସବୁକିଛି ଠିକ ନାହିଁ। ଅନେକ କଂଗ୍ରେସ ବିଧାୟକ ଦଳ ବଦଳାଇ ପାରନ୍ତି। କମଲନାଥ, ଗୋବିନ୍ଦ ସିଂହ ଏବଂ କେପି ସିଂହଙ୍କୁ କ'ଣ କୌଣସି ପଦ ପଦବୀ ଦେବେ? କମଲ ନାଥଙ୍କ ଲଲିପପ୍ କ'ଣ ଭିଣ୍ଡ-ମୁରୈନା-ଚମ୍ବଲ ଅଞ୍ଚଳର କଂଗ୍ରେସ ନେତାଙ୍କ ମଧ୍ୟରେ ରହିଥିବା ମତଭେଦକୁ ଦୂରକରିବ? ସତୀଶ ସିକରୱାର କିମ୍ବା ଅନ୍ୟ କୌଣସି ନେତା କମଲ ନାଥଙ୍କୁ ଭେଟିବାକୁ ଆସିବେ? 

ବିଜେପି ମୁଖପାତ୍ର ଡ.ହିତେଶ ବାଜପେୟୀଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ପୂ୍ର୍ବ କଂଗ୍ରେସ ବିଧାୟକ ସତୀଶ ସିକରୱାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପ୍ରଶଂସା କରିବାରେ ଲାଗି ପଡି଼ଛନ୍ତି। କେବେ ବିଜେପି ନେତା ରହିଥିବା ବିଧାୟକ ସିକରୱାର ନିର୍ବାଚନ ଲଢିବା ପାଇଁ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେବ ପରେ ଦଳ ବଦଳାଇ ଦେଇଥିଲେ। ଦଳ ବଦଳାଇ ନିର୍ବାଚନ ଲଢୁଥିବା ଏହି ନେତା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ନିଜର ପୁରୁଣା ଦଳ ପ୍ରତି ସିକରୱାରଙ୍କ ପ୍ରଶଂସା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। 

Also Read: ଖାଲି ହେଉଛି 'ବାବା ବ୍ରିଗେଡ'; ପଳାୟନପନ୍ଥୀ ନେତାଙ୍କ ସୁରକ୍ଷିତ ଠିକଣା ପାଲଟିଛି #BJP

ବିଜେପି ମୁଖପାତ୍ରଙ୍କ ଏହି ବୟାନକୁ ଖଣ୍ଡନ କରିଛନ୍ତି ମଧ୍ୟ ପ୍ରଦେଶ କଂଗ୍ରେସ ମିଡି଼ଆ ସେଲ୍ ମହାମନ୍ତ୍ରୀ କେ.କେ ମିଶ୍ରା। ଏନେଇ ସେ କହିଛନ୍ତି ବିଜେପି ନେତାଙ୍କ ଏଭଳି ବିବୃତ୍ତିର କୌଣସି ସତ୍ୟତା ନାହିଁ। ଡକ୍ଟର ବାଜପେୟୀ ବର୍ତ୍ତମାନ ଖାଲି ବସି ରହିଛନ୍ତି। ବିଜେପି ତାଙ୍କୁ ପଚାରୁ ନାହିଁ। ସେ ତାଙ୍କର ସମସ୍ତ ଧ୍ୟାନ ଏବେ କଂଗ୍ରେସ ଉପରେ ରଖିଛନ୍ତି।  

କିଛି ଦିନ ପୂର୍ବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଘନିଷ୍ଠ ସହଯୋଗୀ ରାଘୌଗଡର ପୂର୍ବତନ ବିଧାୟକ ମୁଲ୍ ସିଂହ ଦାଦା ଭାଇଙ୍କ ପୁଅ ହିରେନ୍ଦ୍ର ପ୍ରତାପ ସିଂହଙ୍କୁ ବିଜେପିରେ ସାମିଲ କରାଇ କଂଗ୍ରେସକୁ ବଡ଼ ଝଟକା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଏବେ ପୁଣିଥରେ ସେ ବିଜେପି ସଙ୍ଗଠନ ସହି ମିଶି କଂଗ୍ରେସକୁ ଆଉ ଏକ ଝଟକା ଦେବାକୁ ଚାହୁଁଛନ୍ତି। ଏହି କାରଣରୁ କଂଗ୍ରେସ ବିଧାୟକଙ୍କ ଦଳ ବଦଳକୁ ନେଇ ହେଉଥିବା ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।