ଦେଶ ସ୍ୱାଧୀନ ହେବା ପରେ ମହାତ୍ମା ଗାନ୍ଧୀ କଂଗ୍ରେସକୁ ଭଙ୍ଗ କରିବାକୁ କହିଥିଲେ। ହେଲେ ଜବାହରଲାଲ ନେହେରୁ ତାଙ୍କ କଥା ଶୁଣି ନଥିଲେ।
Trending Photos
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି ବିଭିନ୍ନ ଦଳୀୟ ପ୍ରଚାର ଅଭିଯାନକୁ ଜୋରଦାର କରାଯିବା ସହ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନେତା। ଏହି କ୍ରମରେ ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବାକୁ ଆସିଥିବା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି।
ମଙ୍ଗଳବାର ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହେବା ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ (Madhya Pradesh CM) ଶିବରାଜ ସିଂହ ଚୌହାନ (Shivraj Singh Chauhan) କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ଡବଲ ଇଞ୍ଜିନ ସରକାର ରାଜ୍ୟର ବିକାଶ ପାଇଁ ଅନେକ କାମ କରୁଛନ୍ତି। ବିଜେପି ସରକାର ସଡ଼କ ସଂଯୋଗ, ରେଳ ସଂଯୋଗ, ଇଣ୍ଟରନେଟ ସଂଯୋଗ, ମୋବାଇଲ ସଂଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ପ୍ରଦାନ ଲାଗି କାମ କରୁଛି।
ରାହୁଲ ଗାନ୍ଧୀ (Rahul Gandhi) ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi CM) ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) କଟାକ୍ଷ କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ରାହୁ-କେତୁ ବୋଲି କହିଛନ୍ତି। ସେ ରାହୁଲ ଗାନ୍ଧୀଙ୍କୁ ରାହୁ (Rahu) ଏବଂ କେଜ୍ରିୱାଲଙ୍କୁ କେତୁ (Ketu) କହିଛନ୍ତି।
Also Read: Comedy Show ପାଇଁ ରାହୁଲ ଗାନ୍ଧୀଙ୍କୁ ଡାକନ୍ତୁ ଦିଗବିଜୟ ସିଂହ: ଡ.ନରୋତ୍ତମ ମିଶ୍ରା
ରାହୁ-କେତୁ କବଳରୁ ଉତ୍ତରାଖଣ୍ଡକୁ ରକ୍ଷା କରିବାକୁ କରିବାକୁ ହେବ। ଯଦି ସେମାନେ ଆସନ୍ତି ତାହେଲେ ଉଭୟେ ରାଜ୍ୟର ବିକାଶରେ ଗ୍ରହଣ ଲଗାଇଦେବେ। ଦେଶ ସ୍ୱାଧୀନ ହେବା ପରେ ମହାତ୍ମା ଗାନ୍ଧୀ କଂଗ୍ରେସକୁ ଭଙ୍ଗ କରିବାକୁ କହିଥିଲେ। ହେଲେ ଜବାହରଲାଲ ନେହେରୁ ତାଙ୍କ କଥା ଶୁଣି ନଥିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀ ବାବା ଶପଥ ନେଇଛନ୍ତି ସେ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବେ। କଂଗ୍ରେସକୁ ଶେଷ କରି ରହିବେ।
ରାହୁଲ ଗାନ୍ଧୀ ଫ୍ୟୁଜ (Fuse) ଏବଂ କନଫ୍ୟୁଜ (Confuse) ହୋଇପଡୁଛନ୍ତି। ଯେତେବେଳେ ସେ ଉତ୍ତରାଖଣ୍ଡ (Uttarakhand) ଆସିଲେ ସେତେବେଳେ ସେ ସିଡିଏସ ଜେନେରାଲ ବିପିନ ରାୱତଙ୍କ (CDS General Bipin Rawat) ନାମ ଭୁଲିଗଲେ। ବର୍ତ୍ତମାନ ସେ କହୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦୁଇଟି ଭାରତ (India) ନିର୍ମାଣ କରିଛନ୍ତି। ହେଲେ କଂଗ୍ରେସ ଅଖଣ୍ଡ ଭାରତ ବର୍ଷକୁ ବିଭାଜିତ କରିଥିଲା। ଦେଶ ହିନ୍ଦୁସ୍ତାନ (Hindustan) ଏବଂ ପାକିସ୍ତାନ (Pakistan) ନାମରେ ବିଭକ୍ତ ହୋଇଥିଲା। ବର୍ତ୍ତମାନ ମୋଦି ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି ଆଉ କାହାର ସାହାସ ନାହିଁ ଯିଏ ଭାରତ ଆଡ଼କୁ ଆଖି ଉଠାଇ ଚାହିଁବ।
ମଧ୍ୟପ୍ରଦେଶ, ଛତିଶଗଡ, ପଞ୍ଜାବ ଭଳି ରାଜ୍ୟରେ ଯେଉଁଠି କଂଗ୍ରେସ ସରକାର ଶାସନ କରୁଛି ସେଠାକାର ଯୁବକଙ୍କୁ ବେକାରୀ ଭତ୍ତା ଦିଆଗଲା ନାଁ ଚାଷୀଙ୍କ ଋଣଛାଡ କରାଗଲା। ହେଲେ ଏଠାକୁ ସେମାନେ ଆସି ବିଭିନ୍ନ କଥା କହୁଛନ୍ତି। ହରିଶ ରାୱତଙ୍କ ଟ୍ୱିଟ ଉପରେ ଉଲ୍ଲେଖ କରି ସେ କହିଛନ୍ତି କଂଗ୍ରେସ ଦଳରେ ଅନେକ କୁମ୍ଭୀର ଅଛନ୍ତି। ଯଦି କୁମ୍ଭୀର ଆସନ୍ତି ସେମାନେ ଏହାକୁ ଖାଇଦେବେ। ତେଣୁ କୁମ୍ଭୀର ପାର୍ଟି ଠାରୁ ସାବଧାନ ରୁହନ୍ତୁ। ହରିଶ ରାୱତ ଗୋଟିଏ ଲୋକସଭା ଏବଂ ୨ ବିଧାନସଭା ନିର୍ବାଚନ ହାରିଛନ୍ତି। ଲୋକେ ତାଙ୍କୁ ହରିଯାଉଥିବା ନେତା କହୁଛନ୍ତି ଯିଏ ନିର୍ବାଚନ ହାରିବାରେ ଲାଗିଛନ୍ତି। ନିର୍ବାଚନ ହାରିଥିବା ଲୋକ ଉତ୍ତରାଖଣ୍ଡର ବିକାଶ କରିପାରିବେ?
Also Read: ବିବାଦକୁ ହାତ ଠାରି ଡାକୁଛନ୍ତି ଦିଗି ରାଜା; ଦେଖନ୍ତୁ କ'ଣ କଲେ ଘୋଷାଣା
କଂଗ୍ରେସ ଦଳ ମଧ୍ୟରେ ଚାଲିଥିବା ବିବାଦ ଉପରେ ମତ ରଖି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ଆପଣ କଂଗ୍ରେସ କର୍ମୀଙ୍କୁ ଏହା କୁହନ୍ତି ଯେ ଆପଣଙ୍କ ମୁଖ୍ୟମନ୍ତ୍ରୀ କିଏ? ଯଦି ଆପଣ ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ଡାକନ୍ତି ତାହେଲେ ୨୫ ଜଣ ଲୋକ ଠିଆ ହୁଅନ୍ତି। ଏଠାରେ ହରିଶ ରାୱତ ମଧ୍ୟ ଛାତି ଫୁଲାଇ ଛିଡା଼ ହୋଇଛନ୍ତି। ଅଶୋକ ଗେହୋଲତ ଏବଂ ସଚିନ୍ ପାଇଲଟ୍ ରାଜସ୍ଥାନରେ, ଭୂପେଶ ବଘେଳ ଏବଂ ଟି.ଏସ ସିଂହଦେଓ ଛତିଶଗଡରେ ଯୁଦ୍ଧ କରୁଛନ୍ତି। ପଞ୍ଜାବରେ କ୍ୟାପଟେନ ମୁଖ୍ୟମନ୍ତ୍ରୀ ଥିଲେ ହେଲେ ରାହୁଲ ବାବା ତାଙ୍କୁ ହଟାଇ କଂଗ୍ରେସ କଫିନ୍ ଉପରେ ଶେଷ କଣ୍ଟା ପିଟି ଦେଇଛନ୍ତି।
ସଦ୍ୟ ଶିବରାଜ ସିଂହ ଚୌହାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ବିଜେପି ସ୍ଥିତି କ'ଣ ରହିଛି ସେ ବାବଦରେ କହୁଛନ୍ତି। ଭାଇରାଲ ଭିଡିଓରେ ସେ କହୁଛନ୍ତି ମୁଁ ଭାବୁଛି ଉତ୍ତର ପ୍ରଦେଶରେ କୌଣସି ସନ୍ଦେହ ନାହିଁ। ଉତ୍ତରାଖଣ୍ଡରେ ମଧ୍ୟ ବିଜେପି ଅଛି ହେଲେ ସେଠାରେ ଅଳ୍ପ ବହୁତେ ପ୍ରତିଯୋଗିତା ହେଉଛି।
Also Read: ଜ୍ୟୋତିରାଦିତ୍ୟ ସିନ୍ଦିଆଙ୍କ ପରେ ଦଳ ବିରୁଦ୍ଧରେ ସ୍ୱର ଉଠାଇଲେ ଆଉ ଜଣେ କଂଗ୍ରେସ ନେତା; ଛାଡିବେ କି ଦଳ?
ତାଙ୍କର ଏହି କଥା ଶୁଣି କଂଗ୍ରେସ ସମର୍ଥକ ବହୁତ ଖୁସି ହୋଇଯିବା ସହ ଭିଡିଓ ସେୟାର କରୁଛନ୍ତି। ଏହି ଭିଡିଓ ଆସିବା ପରେ କଂଗ୍ରେସ ଖୁସି ହୋଇ ବିଜେପି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛି ଉଭୟ ରାଜ୍ୟରେ ବିଜେପି ସ୍ଥିତିକୁ ନେଇ ଦଳ ପ୍ରଶ୍ନ କରୁଛି। ଦଳୀୟ ଟ୍ୱିଟର ଆକାଉଣ୍ଟ ଜରିଆରେ ଏହି ଭିଡ଼ିଓ ସେୟାର କରିଛି ମଧ୍ୟ ପ୍ରଦେଶ କଂଗ୍ରେସ।
यूपी और उत्तराखंड में बीजेपी की बेहद कमजोर स्थिति की जानकारी देते मध्यप्रदेश के मुख्यमंत्री शिवराज सिंह चौहान।
“बीजेपी तो गई” pic.twitter.com/ucm7vHUyxr
— MP Congress (@INCMP) February 10, 2022