ଖାଲି ହେଉଛି 'ବାବା ବ୍ରିଗେଡ'; ପଳାୟନପନ୍ଥୀ ନେତାଙ୍କ ସୁରକ୍ଷିତ ଠିକଣା ପାଲଟିଛି #BJP
Advertisement

ଖାଲି ହେଉଛି 'ବାବା ବ୍ରିଗେଡ'; ପଳାୟନପନ୍ଥୀ ନେତାଙ୍କ ସୁରକ୍ଷିତ ଠିକଣା ପାଲଟିଛି #BJP

ଦଳ ଛାଡି଼ ଦଳୀୟ ନେତାଙ୍କ ପଳାୟନ ପ୍ରକ୍ରିୟା ରୋକିବାରେ ସକ୍ଷମ ହୋଇନାହିଁ କଂଗ୍ରେସ। 

ଖାଲି ହେଉଛି 'ବାବା ବ୍ରିଗେଡ'; ପଳାୟନପନ୍ଥୀ ନେତାଙ୍କ ସୁରକ୍ଷିତ ଠିକଣା ପାଲଟିଛି #BJP

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡ଼ି ବିଜେପି ହାତ ଧରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂହ। ତାଙ୍କ ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ, ଜିତିନ ପ୍ରସାଦ ପ୍ରମୁଖ କଂଗ୍ରେସ ଛାଡି଼ ବିଜେପି ଶିବିରରେ ସାମିଲ ହୋଇସାରିଛନ୍ତି। ନିର୍ବାଚନ ପୂର୍ବରୁ ଦଳ ଛାଡି କଂଗ୍ରେସ ନେତାଙ୍କ ପଳାୟନ କାରଣରୁ ଖାଲି ହେବାରେ ଲାଗିଛି 'ବାବା ବ୍ରିଗେଡ'। 

କଂଗ୍ରେସ (Congress) ଦଳରେ 'ବାବା ବ୍ରିଗେଡ' (Baba Brigade) କହିଲେ ରାହୁଲ ଗାନ୍ଧୀ (Rahul Gandhi) ଏବଂ ତାଙ୍କ ଗୋଷ୍ଠୀର ନେତାଙ୍କୁ ବୁଝାଏ। ଏହି ଗୋଷ୍ଠୀରେ ସାମିଲ ଥିବା ଦଳୀୟ ନେତାଙ୍କ ମଧ୍ୟରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ (Jyotiraditya Scindia), ଜିତିନ ପ୍ରସାଦ (Jitin Prasad), ଆରପିଏନ ସିଂହ (RPN Singh) ପ୍ରମୁଖ ଦଳ ଛାଡି଼ ବିଜେପି (BJP) ହାତ ଧରି ସାରିଛନ୍ତି। ଅନ୍ୟପଟେ ଦୀପେନ୍ଦର ହୁଦା  (Deepender Hooda), ମିଲିନ୍ଦ ଦେଓରା (Milind Deora), ସଚିନ ପାଇଲଟଙ୍କ (Sachin Pilot) ଭଳି କଂଗ୍ରେସ ନେତା ଏବେ ମଧ୍ୟ ଦଳରେ ଅଛନ୍ତି।  

ସଦ୍ୟ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ଆରପିଏନ ସିଂହ କଂଗ୍ରେସ ନେତୃତ୍ୱାଧିନ ୟୁପିଏ-୨ ସରକାର ଅମଳରେ ମନ୍ତ୍ରୀ ରହିଥିଲେ। ଗାନ୍ଧୀ ପରିବାର ସହ ତାଙ୍କର ପାରିବାରିକ ଘନିଷ୍ଠତା ରହିଥିଲା। ସାଂସଦ ଏବଂ ବିଧାୟକ ହେବା ବ୍ୟତୀତ ସିଂହ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। କଂଗ୍ରେସ କାର୍ଯ୍ୟକାରୀ କମିଟି (Congress Working Committee) ସଦସ୍ୟ ହେବା ବ୍ୟତୀତ ତାଙ୍କୁ ଝାଡଖଣ୍ଡ କଂଗ୍ରେସ କମିଟି ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏ ପ୍ରସଙ୍ଗରେ ମତ ରଖି ଦଳୀୟ ନେତା କହୁଛନ୍ତି ଆରପିଏନ୍ ସିଂହଙ୍କ ପାଖରେ ସବୁ କିଛି ଥିଲା  ଯାହା ତାଙ୍କୁ କଂଗ୍ରେସ ପ୍ରଦାନ କରି ପାରିଥାନ୍ତା। ତାଙ୍କର ରାଜନୈତିକ ସାମ୍ରାଜ୍ୟ ଦଳୀୟ ସମର୍ଥନ ପାଇ ଗଠିତ ହୋଇଥିଲା।

Also Read: Congress: ଦଳରେ ଲାଗିରହିଛି ଛକାପଞ୍ଝା, ବଢୁଛି ଦଳୀୟ ନେତାଙ୍କ ଅସନ୍ତୋଷ

ଗତ ୨୦୦୯ ଲୋକସଭା ନିର୍ବାଚନରେ କୁଶୀନଗର ସଂସଦୀୟ କ୍ଷେତ୍ରରୁ (Kushi Nagar Lok Sabha Constituency) ସାଂସଦ ଏବଂ ୧୯୯୬, ୨୦୦୨ ବିଧାନସଭା ନିର୍ବାଚନରେ ପଡ଼ରୌନା ଆସନରୁ (Padrauna Assembly Constituency) ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଆରପିଏନ ସିଂହ

ଦଳ ଛାଡି଼ ଦଳୀୟ ନେତାଙ୍କ ପଳାୟନ ପ୍ରକ୍ରିୟା ରୋକିବାରେ ସକ୍ଷମ ହୋଇନାହିଁ କଂଗ୍ରେସ। ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କଂଗ୍ରେସ ମହାସଚିବ (Congress General Secretary) ପ୍ରିୟଙ୍କା ଗାନ୍ଧୀ (Priyanka Gandhi) କହିଛନ୍ତି ଦଳ କାହାକୁ ଅଟକାଉ ନାହିଁ କିମ୍ବା ଦଳର ଶୀର୍ଷ ନେତୃବୃନ୍ଦଙ୍କ ଦ୍ୱାରା  ଏନେଇ କୌଣସି ପ୍ରୟାସ କରାଯାଉଛି। ଏହା କେବଳ ଏକ ଆଦର୍ଶଗତ ଯୁଦ୍ଧ (Ideological Battle)। 

Also Read: ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ

ଆରପିଏନ ସିଂହଙ୍କ ପୂର୍ବରୁ କଂଗ୍ରେସ ଛାଡି଼ଥିବା ଜିତିନ ପ୍ରସାଦ ଏବେ ଉତ୍ତର ପ୍ରଦେଶରେ ଶାସନ କରୁଥିବା ବିଜେପି ସରକାରରେ ମନ୍ତ୍ରୀ ଅଛନ୍ତି। ଅନ୍ୟପଟେ ଦଳ ଛାଡିଥିବା ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରରେ ମନ୍ତ୍ରୀ ଅଛନ୍ତି। 

ବିଜେପି ହାତ ଧରିବା ପରେ ପ୍ରତିକ୍ରିୟା ରଖି ଆରପିଏନ ସିଂହ କହିଛନ୍ତି ୩୨ ବର୍ଷ ଧରି ମୁଁ ସଚ୍ଚୋଟତା ଏବଂ ନିଷ୍ଠାର ସହିତ ଏକ ଦଳ ସହ ରହିଥିଲି। ହେଲେ ଯେଉଁ ଦଳରେ ମୁଁ ବର୍ଷ ବର୍ଷ ଧରି ରହିଲି ସେହି ଦଳ ରହିନାହିଁ। ଦୀର୍ଘ ସମୟ ହେବ ଅନେକ ଲୋକ ମୋତେ ବିଜେପିରେ ଯୋଗଦେବାକୁ କହୁଥିଲେ। 

Also Read: UP Election 2022: ଶେଷ ଗଡ଼ ବଞ୍ଚାଇବାରେ ସଫଳ ହେବ କି କଂଗ୍ରେସ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ର ନିର୍ମାଣର ସ୍ୱପ୍ନକୁ ପୂରଣ କରିବା ଦିଗରେ ମୁଁ ଜଣେ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରିବି। ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ବିଜେପି ସରକାରଙ୍କ ଦ୍ୱାରା କରାଯାଇଥିବା କଠିନ ପରିଶ୍ରମ ପ୍ରଶଂସନୀୟ। ରାଜ୍ୟ ତଥା ଦେଶର ବିକାଶ ପାଇଁ ମୋତେ ଜଣେ କର୍ମକର୍ତ୍ତା ଭାବେ ଯେ ଯାହା ଦିଆଯାଇଛି ତାହା ମୁଁ କରିବି। ଏହା ମୋ ପାଇଁ ଏକ ନୂତନ ଆରମ୍ଭ ଏବଂ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଜେପି ନଡ୍ଡା ଏବଂ ମାନ୍ୟବର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱ ଏବଂ ମାର୍ଗଦର୍ଶନରେ ରାଷ୍ଟ୍ର ନିର୍ମାଣରେ ମୁଁ ମୋର ଅବଦାନକୁ ଅପେକ୍ଷା କରିଛି।