ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ କ୍ଷମତା ଆଗରେ ବିବଶ ହେଲେ ଏକନାଥ! ବିଜେପି ନେବ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ
Advertisement
Article Detail0/zeeodisha/odisha1296890

ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ କ୍ଷମତା ଆଗରେ ବିବଶ ହେଲେ ଏକନାଥ! ବିଜେପି ନେବ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ

Maharashtra Cabinet Expansion: ମହାରାଷ୍ଟ୍ର ସରକାରରେ ଥିବା ଏକନାଥ ସିନ୍ଦେ ସମର୍ଥକ ବିଧାୟକଙ୍କୁ ସେହି ମନ୍ତ୍ରଣାଳୟ ମିଳିବ, ଯାହା ସେମାନେ ଉଦ୍ଧବ ଠାକୁରଙ୍କ ସରକାର ସମୟରେ ସମ୍ଭାଳୁଥିଲେ । ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ବରିଷ୍ଠ ବିଜେପି ନେତାଙ୍କ ହାତରେ ଯାଇପାରେ ।

ସୌ: ସୋସିଆଲ ମିଡିଆ

Maharashtra Cabinet Expansion: ଏକନାଥ ସିନ୍ଦେ (Eknath Shinde) ହୁଏତ ଉଦ୍ଧବ ଠାକରେଙ୍କ (Uddhav Thackeray) ବିରୋଧରେ ରାଜନୈତିକ ଯୁଦ୍ଧରେ ଜିତିଥିବେ, କିନ୍ତୁ ସେ ବିଜେପି ସହ ବୁଝାମଣା କରି ହାରି ଯାଇଥିବା ଜଣାପଡିଛି । ମଙ୍ଗଳବାର ଦିନ ମହାରାଷ୍ଟ୍ରର କ୍ୟାବିନେଟକୁ (Maharashtra cabinet) ସମ୍ପ୍ରସାରିତ କରାଯାଇଥିଲା ଓ ୧୮ ଜଣ ନେତା ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିମଧ୍ୟରୁ ୯ ଜଣ ମନ୍ତ୍ରୀ ବିଜେପିର ହୋଇଥିବାବେଳେ, ସମାନ ସଂଖ୍ୟକ ମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀରୁ ଆସିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମନ୍ତ୍ରୀମାନଙ୍କୁ ପୋର୍ଟଫୋଲିଓ ବଣ୍ଟନ କରାଯାଇ ନାହିଁ, ଯାହା ସମସ୍ତେ ଜାଣିବାକୁ ଆଗ୍ରହୀ ଅଟନ୍ତି । ତେବେ ସୂଚନାନୁସାରେ, ବିଜେପି ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛି । କୁହାଯାଉଛି ଯେ ଏକନାଥ ସମର୍ଥ ସିନ୍ଦେ ବିଧାୟକମାନେ ଉଦ୍ଧବ ଠାକରେ ସରକାରଙ୍କ ସମୟରେ ସମ୍ଭାଳୁଥିବା ମନ୍ତ୍ରଣାଳୟ ପାଇବେ । ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ବରିଷ୍ଠ ବିଜେପି ନେତାଙ୍କ ପାଖକୁ ଯାଇପାରେ ।

ସୂତ୍ରରୁ ପ୍ରକାଶ ଯେ ଏକନାଥ ସିନ୍ଦେଙ୍କୁ ସିଏମ ପଦ ଦେବା ପରେ ବିଜେପି ବର୍ତ୍ତମାନ ମନ୍ତ୍ରଣାଳୟରେ ନିଜର ଦାବିକୁ ଦୃଢ଼ ରଖିବାକୁ ଚାହୁଁଛି । ଏହା ଯୋଗୁଁ ଦେବେନ୍ଦ୍ର ଫଡନାଭିସଙ୍କ ପାଖକୁ ଅର୍ଥ ଓ ଗୃହ ମନ୍ତ୍ରଣାଳୟ ଦେବାକୁ ପ୍ରସ୍ତୁତି ଚାଲିଛି । ଦେବେନ୍ଦ୍ର ଫଡନାଭିସ୍ ମହାରଷ୍ଟ୍ରର ଡେପୁଟି ସିଏମ୍ ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ସେ ରାଜ୍ୟର ବ୍ୟବସ୍ଥା ପରିଚାଳନା କରିବେ । ଏହା ବ୍ୟତୀତ ଅର୍ଥ ମନ୍ତ୍ରଣାଳୟ ମଧ୍ୟ ତାଙ୍କ ସହ ରହିବ । ଏହା ବ୍ୟତୀତ ରାଜସ୍ୱ, ଜଳ ସମ୍ପଦ, ଗ୍ରାମାଞ୍ଚଳର ବିକାଶ ଓ ଲୋକ ନିର୍ମାଣ ବିଭାଗ ବିଜେପିର ବରିଷ୍ଠ ନେତାଙ୍କ ନିକଟକୁ ଯିବ । ଅନ୍ୟପକ୍ଷରେ ନଗର ଉନ୍ନୟନ ମନ୍ତ୍ରଣାଳୟ, PWD ଏକନାଥ ସିନ୍ଦେଙ୍କ ପାଖରେ ରହିବ । ଉଦ୍ଧବ ସରକାରରେ ମଧ୍ୟ ତାଙ୍କର ସମାନ ଦାୟିତ୍ୱ ଥିଲା ।

ଏକନାଥ ସିନ୍ଦେଙ୍କର ଘନିଷ୍ଠ ସହଯୋଗୀ ବିଧାୟକ ଉଦୟ ସାମନ୍ତ ଶିଳ୍ପ ସହିତ ଉଚ୍ଚ ଓ ବୈଷୟିକ ଶିକ୍ଷା ମନ୍ତ୍ରଣାଳୟ ପାଇପାରନ୍ତି । କୁହାଯାଉଛି ଯେ ଏକନାଥ ସିନ୍ଦେ ଦଳର ବିଧାୟକମାନେ ଶିବସେନା ବିଦ୍ରୋହରେ ସେତିକି ଲାଭ ପାଇ ନାହାଁନ୍ତି, ଯେତିକି ତାଙ୍କୁ ଲାଭ ପାଇବାର ଥିଲା । ତେବେ ଏହା ଏକ ସତ୍ୟ ମଧ୍ୟ ଅଛି ଯେ ଏକନାଥ ସିନ୍ଦେ କେବଳ ୪୦ ଜଣ ବିଧାୟକଙ୍କ ଉପରେ ସିଏମ୍ ପଦ ପାଇଛନ୍ତି ଓ ଏହାର ପ୍ରତିବଦଳରେ ବିଜେପି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ନେବାକୁ ଚାହୁଁଛି । ସିନ୍ଦେ ଗୋଷ୍ଠୀ ବିଧାୟକମାନଙ୍କୁ ପୁରୁଣା ବିଭାଗରେ ରହିବାକୁ ପଡିବ । କେବଳ ଅବଦୁଲ ସତ୍ତାର ଓ ଶମ୍ଭୁରାଜ ଦେଶାଇଙ୍କୁ ରାଜ୍ୟ ମନ୍ତ୍ରୀ ପଦରୁ କ୍ୟାବିନେଟ ମନ୍ତ୍ରୀ ପଦବୀକୁ ପଦୋନ୍ନତି ଦିଆଯାଇଛି, ଯାହାକି ସିନ୍ଦେ ଦଳ ପାଇଁ ଏକ ବଡ଼ ସୁବିଧା ।

ଏହା ବି ପଢ଼ନ୍ତୁ: ନୀତିଶଙ୍କ ମହାମେଣ୍ଟ ବିଗାଡିଲା ରାଜ୍ୟସଭାରେ ବିଜେପିର ଗଣିତ; ବର୍ତ୍ତମାନ ନବୀନ ହିଁ ଭରସା!

ଏହା ବି ପଢ଼ନ୍ତୁ: କେଜ୍ରିୱାଲଙ୍କ ଟାର୍ଗେଟରେ ଏହି ୯ ଟି ରାଜ୍ୟ; କ୍ଷମତା ହାସଲ କରିବାକୁ କରିସାରିଛନ୍ତି ବ୍ଲୁ ପ୍ରିଣ୍ଟ