କେଜ୍ରିୱାଲଙ୍କ ଟାର୍ଗେଟରେ ଏହି ୯ ଟି ରାଜ୍ୟ; କ୍ଷମତା ହାସଲ କରିବାକୁ କରିସାରିଛନ୍ତି ବ୍ଲୁ ପ୍ରିଣ୍ଟ
Advertisement
Article Detail0/zeeodisha/odisha1296786

କେଜ୍ରିୱାଲଙ୍କ ଟାର୍ଗେଟରେ ଏହି ୯ ଟି ରାଜ୍ୟ; କ୍ଷମତା ହାସଲ କରିବାକୁ କରିସାରିଛନ୍ତି ବ୍ଲୁ ପ୍ରିଣ୍ଟ

Aam Aadmi Party: ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଦଳ ବର୍ତ୍ତମାନ ଦେଶର ଅନେକ କ୍ଷେତ୍ରରେ ନିଜକୁ ବିସ୍ତାର କରିବାକୁ ଯୋଜନା କରୁଛି । ଆସନ୍ତା ୨୪ ମାସ ମଧ୍ୟରେ ହିମାଚଳ ଠାରୁ କେରଳ ପର୍ଯ୍ୟନ୍ତ ନଅ ରାଜ୍ୟକୁ ବିସ୍ତାର କରିବାକୁ ପାର୍ଟି ଯୋଜନା କରୁଛି ।

ସୌ: ସୋସିଆଲ ମିଡିଆ

Aam Aadmi Party News: ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ହାସଲ କରିବା ପରେ ​​ଆମ୍ ଆଦମୀ ପାର୍ଟି (AAP) ଗୁଜୁରାଟ ଓ ହିମାଚଳ ବିଧାନସଭା ନିର୍ବାଚନରେ ନିଜର ଦୃଢ଼ତା ଦେଖାଇବାକୁ ଚେଷ୍ଟା କରୁଛି । ନିକଟରେ ମଧ୍ୟପ୍ରଦେଶ ସ୍ଥାନୀୟ ନିର୍ବାଚନରେ ଆମ୍ ଆଦମୀ ପାର୍ଟିର (Aam Aadmi Party) ଭଲ ରେଜଲ୍ଟ ଆସିଥିବା ଯୋଗୁଁ ଦଳ ଉତ୍ସାହିତ ରହିଛି । ଅରବିନ୍ଦ କେଜ୍ରିୱାଲଙ୍କ (Arvind Kejriwal) ନେତୃତ୍ୱରେ ଦଳ ବର୍ତ୍ତମାନ ଦେଶର ବଡ଼ ଭାଗକୁ ବିସ୍ତାର କରିବାକୁ ଯୋଜନା କରୁଛି । ଆସନ୍ତା ୨୪ ମାସ ମଧ୍ୟରେ ହିମାଚଳ ଠାରୁ କେରଳ ପର୍ଯ୍ୟନ୍ତ ପାର୍ଟି ନଅଟି ରାଜ୍ୟରେ ନିଜକୁ ବିସ୍ତାର କରିବାକୁ ଯୋଜନା କରୁଛି ।

ଇଟିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ହରିୟାଣା, ମହାରାଷ୍ଟ୍ର, କେରଳ, ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ ଜୋରଦାର ଲଢ଼େଇ କରିବାକୁ ପ୍ରସ୍ତୁତ କରିସାରିଛି ।

ଗ୍ରାମ ସ୍ତରରେ ସମ୍ପ୍ରସାରଣ ପାଇଁ ଦଳ ଏକ 'ଗ୍ରାମ ସମ୍ପର୍କ ଅଭିଯାନ' ଆରମ୍ଭ କରିବ ବୋଲି ରିପୋର୍ଟ ସୂତ୍ରରୁ ପ୍ରକାଶ । ଆସନ୍ତା ଛଅ ମାସ ମଧ୍ୟରେ ଦଳ ପ୍ରତ୍ୟକ ଗାଁରେ ସଂଗଠନ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ପରେ ବ୍ଲକ ଓ ଜିଲ୍ଲା ସ୍ତରରେ ସଂଗଠନକୁ ମଜବୁତ କରାଯିବ । ଦଳ ମହିଳା, ଛାତ୍ର, ଯୁବକ, ଦଳିତ ଓ ଆଦିବାସୀମାନଙ୍କ ପାଇଁ ପୃଥକ ପୃଥକ ମୋର୍ଚ୍ଚା ଆରମ୍ଭ କରି ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବ ।

ରିପୋର୍ଟରେ କୁହାଯାଇଛି ଯେ ଦଳ ସଂଗଠନରେ ଯୁବକମାନଙ୍କୁ ଅଗ୍ରାଧିକାର ଦେବ । ନଭେମ୍ବର-ଡିସେମ୍ବରରେ ହେବାକୁ ଥିବା ଗୁଜୁରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ଦଳ ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିବ । ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ ଏକ ଖବରକାଗଜକୁ କହିଛି ଯେ ଏହି ଦୁଇଟି ରାଜ୍ୟରେ ଆମେ ଏପରି କିଛି ସିଟ୍ ଚିହ୍ନଟ କରିଛୁ, ଯେଉଁଠାରେ ଆମର ସଂଗଠନ ଭଲ ଓ ପ୍ରାର୍ଥୀ ଶକ୍ତିଶାଳୀ । ଆମେ ଏଠାରେ ଆମର ସଂଗଠନକୁ ମଜବୁତ କରିବା ଉପରେ ଧ୍ୟାନ ଦେବୁ ।” ରାଜସ୍ଥାନ, ଛତିଶଗଡ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ।

AAP କହିଛି ଯେ 'ଆଦର୍ଶ ଓ ରାଜନୀତି ସହ ଜଡିତ ପ୍ରଶ୍ନର ସମାଧାନ ପାଇଁ ନୂତନ ଜିନିଷ ଯୋଡାଯାଉଛି । ଦଳ ଏହାର ଆଦର୍ଶ ଗଠନ କରୁଛି ଓ ବିକାଶର ଆଦର୍ଶ ହେଉଛି ପ୍ରମୁଖ । ବର୍ତ୍ତମାନ ପର୍ଯ୍ୟନ୍ତ, ଆମର କାର୍ଯ୍ୟକର୍ତ୍ତାମାନେ ପାର୍ଟି ସହିତ ଲୋକଙ୍କୁ ଯୋଡିବା ପାଇଁ ଦିଲ୍ଲୀ ମଡେଲକୁ ଗୌରବାନ୍ୱିତ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହା ବଦଳିଯିବ । ବିକାଶ ବିଷୟରେ ଆମେ ଲୋକଙ୍କ ସହ କଥାବାର୍ତ୍ତା କରିବୁ ଓ ମୌଳିକ ସୁବିଧା କିପରି ମାଗଣାରେ ଯୋଗାଇ ଦିଆଯିବ ତାହା କହିବୁ ।'

ଏହା ବି ପଢ଼ନ୍ତୁ: ନୀତିଶଙ୍କ ମହାମେଣ୍ଟ ବିଗାଡିଲା ରାଜ୍ୟସଭାରେ ବିଜେପିର ଗଣିତ; ବର୍ତ୍ତମାନ ନବୀନ ହିଁ ଭରସା!

ଏହା ବି ପଢ଼ନ୍ତୁ: ଇତିହାସରେ ପ୍ରଥମ ଥର ପାଇଁ ଆମେରିକା ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ଚୀନର ବଢ଼ିଲା ଟେନସନ୍