ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା
Advertisement
Article Detail0/zeeodisha/odisha1049904

ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା

 

 

 

ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ଦଳର ଧର୍ମ ନିରପେକ୍ଷତା: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ମହାବିକାଶ ଅଘାଡି଼ ସରକାରର ନେତୃତ୍ୱ ନେଉଥିବା ଶିବସେନା ଏହାର ସହଯୋଗୀ କଂଗ୍ରେସ ଉଦ୍ଦେଶ୍ୟରେ କଟାକ୍ଷ କରିଛି। ନିକଟରେ ହିନ୍ଦୁ ଏବଂ ହିନ୍ଦୁତ୍ୱ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରଖିଥିବା ବୟାନକୁ ନେଇ ଦଳ ଏହାର ପ୍ରତିକ୍ରିୟା ରଖିଛି। ନିକଟରେ ଏନସିପି ସଭାପତି ଶରଦ ପାୱାରଙ୍କ ଏକ ପୁରୁଣା ବିବୃତ୍ତିକୁ ଉଦ୍ଧୃତ କରି ଶିବସେନା ଏହାର ଦଳୀୟ ମୁଖପତ୍ର ସାମନା ସମ୍ପାଦକୀୟରେ ଲେଖିଛି ବର୍ତ୍ତମାନ କଂଗ୍ରେସ ଦଳର ଅବସ୍ଥା ପୁରୁଣା ଜମିଦାରଙ୍କ ଭଳି ହୋଇଛି। ଯାହାର ଘର ଅଛି ହେଲେ ଏହାର ରକ୍ଷଣାବେକ୍ଷଣ ତଥା ମରାମତି କରିବାର କ୍ଷମତା ନାହିଁ।

ଶିବସେନା କହିଛି ମୁସଲିମ-ଦଳିତ ଭୋଟ ହେଉଛି ଏହି ଜମିଦାରଙ୍କ ଜମାପୁଞ୍ଜିର ଫଳ। ଏଭଳି ଫଳ ହେତୁ କଂଗ୍ରେସ ଘର ବିଳାସପୂର୍ଣ୍ଣ ଦେଖାଯାଉଥିଲା। ବର୍ତ୍ତମାନ ଏହି ଦୁଇ ସମ୍ପ୍ରଦାୟ ବର୍ତ୍ତମାନ କଂଗ୍ରେସର କବଳରୁ ଖସିଯାଇଛ। ମହାରାଷ୍ଟ୍ରର ମୁସଲମାନ ଶିବସେନାକୁ ଖୋଲାଖୋଲି ଭାବେ ଭୋଟ୍ ଦେଇଛନ୍ତି। କେବେ ହେଲେ ମିଥ୍ୟ ପ୍ରଂଶସା କରୁନଥିବା ଶିବସେନାକୁ ମୁସଲମାନ ସମାଜ ନିଜର ମାନିବା ସହ ଭୋଟ ଦେଉଛନ୍ତି। ଏକଥା କଂଗ୍ରେସ ଭଳି ଗୋଟିଏ ଧର୍ମ ନିରପେକ୍ଷ ଦଳ ବିଚାର କରିବା ଆବଶ୍ୟକ।

ଦଳୀୟ ମୁଖପତ୍ର ସାମନା ଜରିଆରେ ଶିବସେନା ପକ୍ଷରୁ କୁହାଯାଇଛି ଧର୍ମ ନିରପେକ୍ଷତାର ଅର୍ଥ ଥିଲା ହିନ୍ଦୁଙ୍କୁ ଲାତ ମାରିବା ଏବଂ ମୁସଲମାନଙ୍କୁ ପ୍ରଂଶସା କରିବା। ହେଲେ ଏହା ଗ୍ରହଣୀୟ ନୁହେଁ। ୧୯୪୭ ମସିହାରେ ଧର୍ମ ନାମରେ ଭାରତ ବିଭାଜିତ ହୋଇଥିଲା। ମୁସଲମାନଙ୍କ ଅଧିକାର ରକ୍ଷା ପାଇଁ ପାକିସ୍ତାନ ଗଠନ ହୋଇଥିଲା। ବାକି ଦେଶ ହେଉଛି ହିନ୍ଦୁଙ୍କର ଯଦି ଏହା ବିଶ୍ୱାସ କରାଯାଏ ତାହେଲେ ଏଥିରେ କ’ଣ ଭୁଲ୍ ରହିଛି। ହେଲେ ଧର୍ମନିରପେକ୍ଷତା ନାଁ ହିନ୍ଦୁଙ୍କୁ ନିଜ ଦେଶରେ ପର ଲୋକ ଭଳି ବ୍ୟବହାର କରାଯାଉଥିଲା। ତଥାକଥିତ ଧର୍ମନିରପେକ୍ଷ ନେତା ଶଙ୍କରାଚାର୍ଯ୍ୟଙ୍କ ଅପେକ୍ଷା ଜାମା ମସଜିଦ ଇମାମଙ୍କ ସହ ଅଧିକ ଘନିଷ୍ଠତା ରଖିବା ପାଇଁ ଗର୍ବ କରିଥାନ୍ତି। ରାମଙ୍କ ତୁଳନାରେ ବାବରି ଭକ୍ତି କରିବା କାରଣରୁ ଦେଶର ଶାସକଙ୍କ ବିରୁଦ୍ଧରେ  ଜନ ଅସନ୍ତଷ ବ୍ୟାପିଯାଇଥିଲା। ଏହି ନିଆଁରେ କଂଗ୍ରେସ ଜଳିବା ଆରମ୍ଭ କରିଥିଲା।    

Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

ଦଳୀୟ ସମ୍ପାଦକୀୟରେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ନିଷ୍ଠାକୁ ପ୍ରଶଂସା କରି କୁହାଯାଇଛି ଯେ ଶାହ ବାନୋ କାହାଣୀରେ ପୀଡିତା ମୁସଲମାନ ମହିଳାଙ୍କ ଅଧିକାରକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। ହେଲେ ମୋଦୀ ସରକାର ନିର୍ଭୟରେ ଟ୍ରିପଲ ତଲାକ ଆଇନ ପ୍ରସ୍ତୁତ କରି ମୁସଲମାନ ମହିଳାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଏପରି ସାହସିକ ନିଷ୍ପତ୍ତି ନେବାବେଳେ ଜଣେ ହିନ୍ଦୁ କିମ୍ବା ମୁସଲମାନକୁ ଦେଖିବା ଉଚିତ୍ ନୁହେଁ। ଦେଶ ଧର୍ମ ଠାରୁ ଉର୍ଦ୍ଧ୍ୱରେ। ପରିବାର ନିୟନ୍ତ୍ରଣ ଯୋଜନାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା, ସମାନ ନାଗରିକ ସଂହିତା ଆଇନ ଲାଗୁ କରିବା ବର୍ତ୍ତମାନ ଜାତୀୟ ସ୍ୱାର୍ଥର ବିଷୟ ପାଲଟିଛି।

କଂଗ୍ରେସ ଭଳି ଦଳ କେବଳ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ପାଇଁ ଚିନ୍ତିତ। ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତି କରିବା ହେଉଛି କଂଗ୍ରେସ ନୀତି। ଏହାକୁ ହଟାଇବା ଆବଶ୍ୟକ। ଉତ୍ତରପ୍ରଦେଶ ପରି ଏକ ବଡ ରାଜ୍ୟରେ ପ୍ରିୟଙ୍କା ଗାନ୍ଧୀ ଏକ ନୂଆ ବାଜି ଖେଳିଛନ୍ତି ହେଲେ ସେଠାରେ ମୁସଲମାନ ଏବଂ ଦଳିତ ବର୍ଗ ଅଖିଳେଶ ଯାଦବ ଏବଂ ମାୟାବତୀଙ୍କୁ ସମର୍ଥନ କରୁଛନ୍ତି। ଉଚ୍ଚ ଜାତିର ଲୋକେ ବିଜେପିର ହିନ୍ଦୁତ୍ୱର ନାରା ଦେଉଛନ୍ତି। ଏହା ହେଉଛି ବାସ୍ତବିକତା। ଏକଦା ଦେଶରେ ମୁସଲମାନ, ଦଳିତ ଭୋଟ୍ ବ୍ୟାଙ୍କ ରାଜନୀତି ଥିଲା ଏବଂ ହିନ୍ଦୁଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଆଜି ହିନ୍ଦୁ ଭୋଟ୍ ବ୍ୟାଙ୍କର ରାଜନୀତି ସଫଳ ହେଉଛି। ଆଉ ବିଜେପି ଏହାର ଲାଭ ହେଉଛି।