Maharashtra Congress Crisis: ମନ୍ତ୍ରୀପଦ ଛାଡିବେ ବାଲା ସାହେବ ଥୋରାଟ
Advertisement
Article Detail0/zeeodisha/odisha1227996

Maharashtra Congress Crisis: ମନ୍ତ୍ରୀପଦ ଛାଡିବେ ବାଲା ସାହେବ ଥୋରାଟ

Maharashtra Congress Crisis: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ରର କେତେକ କଂଗ୍ରେସ ବିଧାୟକ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। 

Maharashtra Congress Crisis: ମନ୍ତ୍ରୀପଦ ଛାଡିବେ ବାଲା ସାହେବ ଥୋରାଟ

Maharashtra Congress Crisis: ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ର କଂଗ୍ରେସ ଶାଖାରେ ଦେଖାଦେଇଛି ଫାଟ। ରାଜ୍ୟରେ କ୍ଷମତାସୀନ ମହା ବିକାଶ ଅଘାଡି ସରକାରଙ୍କ ରାଜସ୍ୱ ମନ୍ତ୍ରୀ ବାଲା ସାହେବ ଥୋରାଟ ମଙ୍ଗଳବାର ମନ୍ତ୍ରୀପଦ ଛାଡୁଥିବା ନେଇ ଖବର ମିଳିଛି। 

ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ମଧ୍ୟରେ ମହାରାଷ୍ଟ୍ରର କେତେକ କଂଗ୍ରେସ ବିଧାୟକ ରାଜ୍ୟ ବିଜେପି ଅଧ୍ୟକ୍ଷଙ୍କ ସହ ଯୋଗାଯୋଗରେ ରହିଥିବା ଚର୍ଚ୍ଚା ହେଉଛି। କାରଣ ମଙ୍ଗଳବାର ମନ୍ତ୍ରୀ ବାଲା ସାହେବ ଥୋରାଟଙ୍କ ଘରେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେଉଁ ବୈଠକରେ ମହାବିକାଶ ଅଘାଡି ସରକାରରେ ସାମିଲ ଥିବା କଂଗ୍ରେସ ମନ୍ତ୍ରୀ ଯୋଗ ଦେଇଛନ୍ତି। ମହାରାଷ୍ଟ୍ର କଂଗ୍ରେସରେ ରହିଥିବା ଅସନ୍ତୋଷ ଏବେ ସାମ୍ନାକୁ ଆସିଛି। 

ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ଶେଷ ହେବା ପରେ ପାଖାପାଖି ୩୫ ଶିବସେନା ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ମହାବିକାଶ ଅଘାଡି ସରକାର ଲାଗି ସମସ୍ୟା ସୃଷ୍ଟି କରିଛନ୍ତି। କେବଳ ଶିବସେନା କିମ୍ବା କଂଗ୍ରେସ ନୁହେଁ ଏନସିପି ଭଳି ସହଯୋଗୀ ଦଳର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟର ନାସିକ ଜିଲ୍ଲାର ସିନ୍ନର ଆସନର ଏନସିପି ବିଧାୟକ ମାଣିକରାଓ କୋକାଟେଙ୍କ ସମ୍ପର୍କ ଦଳ ଠାରୁ ବିଚ୍ଛିନ୍ନ ହୋଇଯାଇଛି। ଯଦିଓ ତାଙ୍କର ନିଖୋଜ ଘଟଣାକୁ ରାଜ୍ୟରେ ସୃଷ୍ଟି ହୋଇଥିବା ରାଜନୈତିକ ଘଟଣାକ୍ରମ ସହ ଯୋଡା ଯାଉନାହିଁ। ମାତ୍ର ଏନସିପି ବିଧାୟକଙ୍କ ନିଖୋଜ ହେବାର କାରଣ ଏବେ ସାମ୍ନାକୁ ଆସିନାହିଁ।

ମହାରାଷ୍ଟ୍ରରେ ଶାସନ କରୁଥିବା ମହାବିକାଶ ଅଘାଡି ସରକାରକୁ ୧୬୯ ବିଧାୟକଙ୍କ ସମର୍ଥନ ଅଛି। ଯଦି ସମସ୍ତ ବିଦ୍ରୋହୀ ଶିବସେନା ବିଧାୟକ ବିରୋଧି ବିଜେପି ସହ ମେଣ୍ଟ ଅଥବା ବୁଝମାଣା କରନ୍ତି ତାହେଲେ ଏହି ସରକାରର ସ୍ଥାୟୀତ୍ୱ ବିପଦରେ ପଡିଯିବ। ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ଲାଗି ୧୪୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ମହାବିକାଶ ଅଘାଡି ସରକାରକୁ ୫୬ ଶିବସେନା, ୫୩ ଏନସିପି, ୪୪ କଂଗ୍ରେସ, ୩ ବହୁଜନ ବିକାଶ ଅଘାଡି, ୨ ସମାଜବାଦୀ ପାର୍ଟି, ସ୍ୱାଧିନ ଏବଂ ଅନ୍ୟ ଦଳର ୧୧ ବିଧାୟକ ସମର୍ଥନ ରହିଛି। ଅନ୍ୟପଟେ ବିରୋଧି ବିଜେପି ଏବଂ ଏହାର ସହଯୋଗୀଙ୍କ ପାଖରେ ୧୧୩ ବିଧାୟକ ଅଛନ୍ତି। 

Also Read: Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?

Also Read: Maharashtra Political Crisis: କିଏ ଲେଖିଥିଲା ରାଜନୈତିକ ନାଟକ କାହାଣୀ?