Maharashtra New Cabinet: ଶନିବାର ଦିଲ୍ଲୀ ଗସ୍ତ କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ତାଙ୍କ ବାସଭବନରେ ବିଜେପି ଏବଂ ଶିବସେନା ମଧ୍ୟରେ କ୍ୟାବିନେଟ୍ ବିସ୍ତାର କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ସହ ଏକ ବୈଠକ କରିଛନ୍ତି।
Trending Photos
Maharashtra New Cabinet: ବର୍ତ୍ତମାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ସହ ଦିଲ୍ଲୀ ଗସ୍ତରେ ଅଛନ୍ତି। ଉଭୟ ନେତା ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ଶନିବାର ଉଭୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କୁ ପରେ ସେହି ଦିନ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଏକନାଥ ସିନ୍ଦେଙ୍କ ପ୍ରଥମ ଦିଲ୍ଲୀ ଗସ୍ତ।
ଶନିବାର ଦିଲ୍ଲୀ ଗସ୍ତ କରିବା ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା ତାଙ୍କ ବାସଭବନରେ ବିଜେପି ଏବଂ ଶିବସେନା ମଧ୍ୟରେ କ୍ୟାବିନେଟ୍ ବିସ୍ତାର କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କ ସହ ଏକ ବୈଠକ କରିଛନ୍ତି। ବିଜେପି ପ୍ରାରମ୍ଭିକ ଆଲୋଚନାରେ ସିନ୍ଦେ ଗୋଷ୍ଠୀକୁ ୧୧ ମନ୍ତ୍ରୀ ପଦ ପ୍ରଦାନ କରିଛି ଏବଂ ଦଳୀୟ କୋଟାରୁ ୨୯ ଜଣଙ୍କୁ ମନ୍ତ୍ରୀ କରିବାକୁ ପ୍ରସ୍ତାବ ରଖିଛି। ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ବିଦ୍ରୋହୀ ଶିବସେନା ବିଧାୟକଙ୍କ ଗୋଷ୍ଠୀ ଗୃହ ବିଭାଗକୁ ନିଜ ପାଖର ରଖିବକୁ ଚାହୁଁଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ଔପଚାରିକ ଖବର ମିଳିନାହିଁ।
ଆଗାମୀ ଜୁଲାଇ ୧୨ କିମ୍ବା ୧୩ ତାରିଖ ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ବିଜେପି ଏବଂ ୫ ଜଣ ସିନ୍ଦେ ଗୋଷ୍ଠୀରୁ ମନ୍ତ୍ରୀ ହୋଇପାରନ୍ତି। ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲାରେ ଜୁଲାଇ ୧୧ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବା ପରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବାର ସମ୍ଭାବନା ରହିଛି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏଥର ମନ୍ତ୍ରୀମଣ୍ଡଳରେ ନୂଆ ଚେହେରାଙ୍କୁ ଅନ୍ତର୍ଭୁକ୍ତ କରିବା ବିଷୟରେ କହିଛନ୍ତି।
ଗତ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଅନୁଷ୍ଠିତ ହୋଇଥିବା ବୈଠକରେ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି, ନୂତନ କ୍ୟାବିନେଟ୍ ଗଠନ ସମେତ ରାଜ୍ୟ ସହ ଜଡିତ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ। ଏହା ପରେ ଉଭୟେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଆମ ସରକାର କାର୍ଯ୍ୟକାଳ ଶେଷ କରିବେ ଏବଂ ଆସନ୍ତା ନିର୍ବାଚନ ମଧ୍ୟ ଜିତିବେ।
ଏହି ସାମ୍ବାଦିକ ସମ୍ମିଳନୀକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ବର୍ତ୍ତମାନ ରାଜ୍ୟରେ ଏକ ଶକ୍ତିଶାଳୀ ସରକାର ଅଛି। ଆମ ପାଖରେ ରାଜ୍ୟର ୧୬୪ ଜଣ ବିଧାୟକଙ୍କ ସମର୍ଥନ ରହିଥିବା ବେଳେ ବିରୋଧିଙ୍କ ପାଖରେ ୯୯ ବିଧାୟକଙ୍କ ସମର୍ଥନ ରହିଛି। ମୋ ସରକାର ଏହାର କାର୍ଯ୍ୟକାଳ ଶେଷ କରିବେ ଏବଂ ଆମେ ଆସନ୍ତା ନିର୍ବାଚନରେ ମଧ୍ୟ ଜିତିବୁ। ମହାବିକାଶ ଅଘାଡ଼ି ଶାସନ ସମୟରେ ଶିବସେନା ବିଧାୟକଙ୍କ ଅସ୍ତିତ୍ୱ ବିପଦରେ ଥିଲା। ଯେଉଁ କାରଣରୁ ସେମାନେ ମହାବିକାଶ ଅଘାଡ଼ି ମେଣ୍ଟ ବିରୋଧରେ ବିଦ୍ରୋହ କରିଥିଲେ।
ମହାବିକାଶ ଅଘାଡ଼ି ସରକାର ଅମଳରେ ଆମ ବିଧାୟକଙ୍କ ଅସ୍ତିତ୍ୱ ବିପଦରେ ଥିଲା। ସେତେବେଳେ ଆମ ନିଜ ସସସ୍ୟା ବାବଦର କହିବାକୁ ସକ୍ଷମ ନଥିଲୁ। ଯାହା ଫଳରେ ଆମେ ଏଭଳି ପଦକ୍ଷେପ ନେଇଥିଲୁ। କେବଳ ବିଜେପି-ଶିବସେନା ମେଣ୍ଟ ମହାରାଷ୍ଟ୍ରକୁ ଆଗକୁ ନେଇପାରିବ।
ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ କହିଛନ୍ତି ଯେ ଏକନାଥ ସିନ୍ଦେ ହେଉଛନ୍ତି ନୂତନ ମହାରାଷ୍ଟ୍ର ସରକାରର ନେତା। ମୋ ଦଳ ମୋତେ ପୂର୍ବରୁ ମୁଖ୍ୟମନ୍ତ୍ରୀ କରିସାରିଛି। ବର୍ତ୍ତମାନ ଦଳର ଆବଶ୍ୟକତା ଅନୁଯାୟୀ ଆମେ ଦଳର ନିଷ୍ପତ୍ତି ଅନୁସରଣ କରିଛୁ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଉଛନ୍ତି ଆମର ନେତା। ଆମେ ତାଙ୍କ ଅଧିନରେ କାମ କରିବୁ। ଆମର ପ୍ରାକୃତିକ ମେଣ୍ଟ ପୁଣି ଥରେ ପୁନର୍ଜୀବିତ ହୋଇଯାଇଛି।
Also Read: Maharashtra Cabinet: କିଏ ହେବେ ମନ୍ତ୍ରୀ? କେବେ ହେବ ମନ୍ତ୍ରୀମଣ୍ଡଳ ବିସ୍ତାର?
Also Read: Maharashtra Politics: ସରକାର ଗଠନ ପାଇଁ ବିଜେପି ପ୍ରସ୍ତୁତ, ଜାରି ହେଲା ମନ୍ତ୍ରୀଙ୍କ ତାଲିକା