ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଖୋଲା ଧମକ, ଚାପରେ ଉଦ୍ଧବ ଠାକରେ ଓ ଶରଦ ପାୱାର
Advertisement
Article Detail0/zeeodisha/odisha1230952

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଖୋଲା ଧମକ, ଚାପରେ ଉଦ୍ଧବ ଠାକରେ ଓ ଶରଦ ପାୱାର

Maharashtra Political Crisis:ଆସାମର ଗୁଆହାଟୀରେ ଶିବିର କରୁଥିବା ୩୭ ବିଦ୍ରୋହୀ ଶିବସେନା ବିଧାୟକ ଗୁରୁବାର ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରୀ ଜିରୱାଲଙ୍କୁ ଏକ ଚିଠି ପଠାଇ କହିଛନ୍ତି ଯେ ଏକନାଥ ସିନ୍ଦେ ଗୃହରେ ସେମାନଙ୍କର ନେତା ହେବେ । ତେବେ ଏହାପୂର୍ବରୁ ନରହରୀ ଜିରୱାଲ କହିଥିଲେ ଯେ, ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାନସଭା ଦଳର ନେତା ଭାବରେ ନିଯୁକ୍ତିକୁ ସେ ଅନୁମୋଦନ କରିଛନ୍ତି ।

ବିଦ୍ରୋହୀ ବିଧାୟକଙ୍କୁ ସଞ୍ଜୟ ରାଉତଙ୍କ ଖୋଲା ଧମକ, ଚାପରେ ଉଦ୍ଧବ ଠାକରେ ଓ ଶରଦ ପାୱାର

ନୂଆଦିଲ୍ଲୀ: Maharashtra Political Crisis: ବିଦ୍ରୋହୀ ବିଧାୟକମାନଙ୍କୁ ଶିବସେନା ସାଂସଦ ସଞ୍ଜୟ ରାଉତ (Shiv Sena Sanjay Raut) ଦେଇଥିବା ଧମକ ପ୍ରସଙ୍ଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଦାବି ଉଠିବାରେ ଲାଗିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଏହି ବୟାନକୁ ନିନ୍ଦା କରିବା ଉଚିତ୍ । ଗୁରୁବାର ରାଉତ କହିଥିଲେ ଯେ, ବିଧାୟକମାନେ ମହାରାଷ୍ଟ୍ରରେ ଆସିବା ଓ ବୁଲିବା କଷ୍ଟକର ହୋଇଯିବ । ପ୍ରକାଶ ଯେ, ଏକନାଥ ସିନ୍ଦେ (Eknath Shinde) ଙ୍କୁ ବର୍ତ୍ତମାନ ୪୬ ଜଣ ବିଧାୟକଙ୍କ ସମର୍ଥନ ରହିଛି । ଏଥି ସହିତ ଆଶା କରାଯାଉଛି ଯେ ଏହି ସଂଖ୍ୟା ଆହୁରି ବଢ଼ିବ ।

ଗୁରୁବାର ରାଜ୍ୟସଭା ସାଂସଦ ମହେଶ ଜେଠମଲାନି ଟ୍ୱିଟ୍ କରି କହିଛନ୍ତି ଯେ, ଏହା ଏକ ଏପରି ବ୍ୟକ୍ତିଙ୍କ ତରଫରୁ ଭୟାବହ ଧମକ ଯିଏ ମହାରାଷ୍ଟ୍ରରେ ନିଜେ ସ୍ୱୟଂ ଆଇନରେ ପରିଣତ ହୋଇଛନ୍ତି । ଦେଶର ପ୍ରତ୍ୟେକ ସଠିକ ବିଚାରଧାରର ବିଧାୟକ ଓ ବିଶେଷକରି ଯେଉଁମାନଙ୍କ ସେମାନେ ପ୍ରତିନିଧିତ୍ୱ କରନ୍ତି ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କୁ, ଯାହାଙ୍କୁ ସେ ନିଜ ଗୁରୁ ବୋଲି ମନେ କରନ୍ତି, ସେମାନଙ୍କୁ କଠୋର ନିନ୍ଦା କରାଯିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ କୋରୋନା ମାମଲାରେ ବଡ଼ ଧରଣର ବୃଦ୍ଧି

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତ କଲେ ବଡ଼ ଘୋଷଣା, କଂଗ୍ରେସ-ଏନସିପିର ବଢ଼ିଲା ଚିନ୍ତା!

ଏହା ବି ପଢ଼ନ୍ତୁ:-'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

ଗୁରୁବାର ଏକ ଘରୋଇ ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ ରାଉତଙ୍କୁ ପଚରାଯାଇଥିଲା କି, ଉଦ୍ଧବ ଠାକରେ ସିଏମ୍ ରହିବେ କି? ଏହାର ଜବାବରେ ସେ କହିଥିଲେ ଯେ, "ଆସିବାକୁ ଦିଅନ୍ତୁ ଆମର ବିଧାୟକମାନଙ୍କୁ ପ୍ଲୋର ହାଉସକୁ ସେତେବେଳେ ଦେଖି ନେବୁ । ଦେଖନ୍ତୁ ଯେଉଁ ବିଧାୟକମାନେ ଯାଇଛନ୍ତି, ସେମାନଙ୍କ ପାଇଁ ମହାରାଷ୍ଟ୍ରରେ ବୁଲିବା ଅତ୍ୟନ୍ତ କଷ୍ଟକର ହୋଇଯିବ ।"

ଏହା ବ୍ୟତୀତ ସଞ୍ଜୟ ରାଉତ କହିଛନ୍ତି ଯେ, ଉଦ୍ଧବ ଠାକରେ ଖୁବ୍ ଶୀଘ୍ର ସିଏମ୍ ବାସଭବନ ବର୍ଷାକୁ ଫେରିବେ । ଯଦି ଫ୍ଲୋର ଟେଷ୍ଟ କରାଯାଏ ତେବେ ଆମେ ଜିତିବୁ କାରଣ ଆମର ବିଧାୟକମାନଙ୍କୁ ଅପହରଣ କରାଯାଇଛି । ଆମେ ବର୍ତ୍ତମାନର ସରକାରରୁ ବାହାର ହେବାକୁ ପ୍ରସ୍ତୁତ । କିନ୍ତୁ ଆପଣଙ୍କର ଯାହା ବି ଦାବି ଅଛି, ମୁମ୍ବାଇକୁ ଆସନ୍ତୁ ଏବଂ ଯଦି ଆପଣ କହୁଛନ୍ତି ଯେ ଆପଣ ପ୍ରକୃତ ଶିବ ସୈନିକ, ତେବେ ମୁମ୍ବାଇକୁ ଫେରି ଆସନ୍ତୁ । 

ସୂଚନା ଅନୁଯାୟୀ, ଆସାମର ଗୁଆହାଟୀରେ ଶିବିର କରୁଥିବା ୩୭ ବିଦ୍ରୋହୀ ଶିବସେନା ବିଧାୟକ ଗୁରୁବାର ମହାରାଷ୍ଟ୍ର ବିଧାନସଭା ଉପବାଚସ୍ପତି ନରହରୀ ଜିରୱାଲଙ୍କୁ ଏକ ଚିଠି ପଠାଇ କହିଛନ୍ତି ଯେ ଏକନାଥ ସିନ୍ଦେ ଗୃହରେ ସେମାନଙ୍କର ନେତା ହେବେ । ତେବେ ଏହାପୂର୍ବରୁ ନରହରୀ ଜିରୱାଲ କହିଥିଲେ ଯେ, ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କ ସ୍ଥାନରେ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାନସଭା ଦଳର ନେତା ଭାବରେ ନିଯୁକ୍ତିକୁ ସେ ଅନୁମୋଦନ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଉପବାଚସ୍ପତିଙ୍କ ନିକଟକୁ ୩୭ ଶିବସେନା ବିଧାୟକଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଚିଠି ପଠାଯାଇଛି ।