Maharashtra Politics: ବିଏମସି ୱାର୍ଡ ବଢାଇବା ଉପରେ ରୋକ ଲଗାଇଲେ ସିନ୍ଦେ ସରକାର
Advertisement
Article Detail0/zeeodisha/odisha1288657

Maharashtra Politics: ବିଏମସି ୱାର୍ଡ ବଢାଇବା ଉପରେ ରୋକ ଲଗାଇଲେ ସିନ୍ଦେ ସରକାର

Ward Expansion of BMC: ଅଗଷ୍ଟ ୪ ତାରିଖ ଗୁରୁବାର ସିନ୍ଦେ ସରକାର ମୁମ୍ବାଇ ମହାନଗର ନିଗମରେ ୯ ଟି ୱାର୍ଡ ବଢାଇବାକୁ ରଦ୍ଦ କରି ଦେଇଛନ୍ତି। 

 Maharashtra Politics: ବିଏମସି ୱାର୍ଡ ବଢାଇବା ଉପରେ ରୋକ ଲଗାଇଲେ ସିନ୍ଦେ ସରକାର

BMC Election 2022: ରାଜ୍ୟର ଶାସନ ଗାଦିରୁ ବିଦାୟ ନେଇଥିବା ମହାବିକାଶ ଅଘାଡ଼ି ସରକାରଙ୍କ ଦ୍ୱାରା ମୁମ୍ବାଇ ମହାନଗର ନିଗମ ବାବଦରେ ନିଆଯାଇଥିବା ଏକ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ସରକାର। ବର୍ତ୍ତମାନ ମୁମ୍ବାଇ ନଗର ନିଗମର ୨୩୬ ସିଟ୍ ପରିବର୍ତ୍ତେ ପରିବର୍ତ୍ତେ ୨୨୭ ଆସନରେ ଅନୁଷ୍ଠିତ ହେବ ନିର୍ବାଚନ। ଅଗଷ୍ଟ ୪ ତାରିଖ ଗୁରୁବାର ସିନ୍ଦେ ସରକାର ମୁମ୍ବାଇ ମହାନଗର ନିଗମରେ ୯ ଟି ୱାର୍ଡ ବଢାଇବାକୁ ରଦ୍ଦ କରି ଦେଇଛନ୍ତି। 

ମୁମ୍ବାଇ ମହାନଗର ନିଗମ (Brihanmumbai Municipal Corporation) ବିଏମସି (BMC) ବିରୋଧି ଦଳ ନେତା ରବିରାଜ (Congress Leader Ravi Raja) ଟ୍ୱିଟ୍ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Maharashtra CM Eknath Shinde) ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସଙ୍କୁ (Devendra Fadnavis) ଧନ୍ୟବାଦ ଜଣାଇଛନ୍ତି। ରବି ରାଜ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରି କହିଛନ୍ତି ବିଏମସି ଅଧିନସ୍ଥ କେଉଁ ୱାର୍ଡ କେଉଁ ବର୍ଗ ଲାଗି ସଂରକ୍ଷିତ ରହିବ ସେ ନେଇ କରାଯାଉଥିବା ମନମାନିକୁ ରୋକାଯାଉ।

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କ (Shiv Sena President Uddhav Thackeray) ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାର (Maha Vikas Aghadi Government) ଜନଗଣନା ନ କରି ଜନସଂଖ୍ୟା ବୃଦ୍ଧି ହୋଇଥିବା ଦର୍ଶାଇ ବିଏମସି ୱାର୍ଡ଼ ସଂଖ୍ୟା ୨୨୭ ରୁ ବଢାଇ ୨୩୬ କରିଥିଲେ। ବିଏମସି ଅଧିନସ୍ଥ ଅନେକ ୱାର୍ଡ଼ ରେ ଜନସଖ୍ୟା ବୃଦ୍ଧି ହୋଇଥିବା ନେଇ ମହାବିକାଶ ଅଘାଡ଼ି ସରକାର ଦାବି କରିଥିଲେ। ଯାହାକୁ ନଜରରେ ୱାର୍ଡ ପୁନର୍ଗଠନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା। 

Also Read: BMC Election 2022: ଠାକରେ ଗୋଷ୍ଠୀକୁ ଝଟକା, ମଜବୁତ ହେଉଛି ସିନ୍ଦେ ଗୋଷ୍ଠୀ

ପ୍ରଥମେ କଂଗ୍ରେସ ବିଏମସି ଅଧିନସ୍ଥ  ୱାର୍ଡ ପୁନର୍ଗଠନ କରିବାକୁ ବିରୋଧ କରିଥିଲା। ଏପରିକି ଦଳ ରାଜଧାନୀ ମୁମ୍ବାଇସ୍ଥିତ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ପିଟିସନ ଦାଖଲ କରିଥିଲେ। କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ଶିବସେନା ନିଜ ଇଚ୍ଛା ଅନୁସାରେ ୱାର୍ଡ ପୁନର୍ଗଠନ କରିବା ପାଇଁ ଷଡଯନ୍ତ୍ର କରୁଛି। ଏହା ଦ୍ୱାରା ପ୍ରତ୍ୟେକ ଦଳ ସମସ୍ୟାର ସାମ୍ନା କରିବେ ବୋଲି କଂଗ୍ରେସ ଅଭିଯୋଗ କରିଥଲେ। ଏପରିକି ପଛୁଆ ବର୍ଗ ଲାଗି ୱାର୍ଡ ସଂରକ୍ଷଣ କରିବା ପ୍ରସଙ୍ଗରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡ଼ି ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ କଂଗ୍ରେସ ହାଇକୋର୍ଟ ପର୍ଯ୍ୟନ୍ତ ପଳାଇଥିଲା। 

Also Read: BMC Election 2022: ନିର୍ବାଚନ ପାଇଁ କେତେ ପ୍ରସ୍ତୁତ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ?

ମହାରାଷ୍ଟ୍ରରେ କ୍ଷମତାସୀନ ସିନ୍ଦେ ସରକାରଙ୍କ ଦ୍ୱାରା ୱାର୍ଡ ସଂଖ୍ୟା ୨୩୬ ରୁ ୨୨୭ କୁ କମାଇ ଦିଆଯିବା ପରେ ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଥିବା ୱାର୍ଡ ସଂଖ୍ୟା ହ୍ରାସ ପାଇବ। ଗତ ୨୦୧୭ ବିଏମସି ବିଏମସି ନିର୍ବାଚନ ବେଳେ ପଛୁଆ ବର୍ଗ ଲାଗି ୬୧ ୱାର୍ଡ ସଂରକ୍ଷିତ ରହିଥିଲା। ଯେତେବେଳେ ୱାର୍ଡ ସଂଖ୍ୟା ୨୩୬ କରା ଯାଇଥିଲା ସେତେବେଳେ ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଥିବା ୱାର୍ଡ ସଂଖ୍ୟା ୬୩ ହୋଇଯାଇଥିଲା।