ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବେ ଫଡନାଭିସ, ପୁତୁରା ଅମିତ ଠାକରେଙ୍କୁ କରିବେ ମନ୍ତ୍ରୀ!
Advertisement

ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବେ ଫଡନାଭିସ, ପୁତୁରା ଅମିତ ଠାକରେଙ୍କୁ କରିବେ ମନ୍ତ୍ରୀ!

Maharashtra Politics: MNS ନେତାମାନେ ଦାବି କରିଛନ୍ତି ଯେ, ସେମାନେ ଏପରି କୌଣସି ପ୍ରସ୍ତାବ ବିଷୟରେ ଅବଗତ ନୁହଁନ୍ତି । ବିଜେପି ନେତାମାନେ ମଧ୍ୟ ଚୁପ୍ ଅଛନ୍ତି । 

ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବେ ଫଡନାଭିସ, ପୁତୁରା ଅମିତ ଠାକରେଙ୍କୁ କରିବେ ମନ୍ତ୍ରୀ!

ମୁମ୍ୱାଇ: Maharashtra Politics: ଭାରତୀୟ ଜନତା ପାର୍ଟି (BJP) ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ସହ ଯୋଗାଯୋଗ କରିଛି । ଏହାସହ ଏମଏନଏସ ମୁଖ୍ୟ ରାଜ ଠାକରେ (Raj Thackeray) ଙ୍କ ପୁଅ ଅମିତ ଠାକରେ (Amit Thackeray) ଙ୍କୁ କ୍ୟାବିନେଟରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛି । ଏହି ପଦକ୍ଷେପକୁ ରଣନୈତିକ ରୂପେ ଦେଖାଯାଇପାରେ । ଆପଣଙ୍କୁ କହି ରଖୁଛୁ ଯେ, ଅମିତ ବର୍ତ୍ତମାନ ଜଣେ ବିଧାୟକ କିମ୍ୱା MLC ନୁହଁନ୍ତି । ଏହା ସତ୍ତ୍ୱେ ତାଙ୍କୁ ମନ୍ତ୍ରୀ କରିବା ନିଷ୍ପତ୍ତି ଶିବସେନା (Shiv Sena) ରେ ଉଦ୍ଧବ ଠାକରେ (Uddhav Thackeray) ବା ଠାକରେ ପରିବାରର ପ୍ରଭାବକୁ ହ୍ରାସ କରିବାର ଆଉ ଏକ ପ୍ରୟାସ ହୋଇପାରେ । ନିକଟ ଅତୀତରେ ବିଜେପି ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ (Eknath Shinde) ଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିଛି ।

ଅମିତ ଠାକରେଙ୍କ ଉପରେ ବିଜେପିର ବାଜି ଲଗାଇବାର ଅର୍ଥ ହେଉଛି ଶିବସେନାଙ୍କୁ ଆଘାତ ଦେବା ପହଞ୍ଚାଇବା । ଏହା ମହାରାଷ୍ଟ୍ରର ଗେରୁଆ ଦଳକୁ ଅଧିକ କ୍ଷତି ପହଞ୍ଚାଇବାର ସମ୍ଭାବନା ଅଛି । ଗତ କିଛିବର୍ଷ ମଧ୍ୟରେ ଶିବସେନାର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଶିବସେନାର କମାଣ ସମ୍ଭାଳିବା ପାଇଁ ପ୍ରସ୍ତୁତ କରାଯାଇଛି । ଏଭଳି ପରିସ୍ଥିତିରେ ଅମିତଙ୍କୁ କ୍ୟାବିନେଟକୁ ଆଣିବା ପାଇଁ ଆଦିତ୍ୟଙ୍କ ପାଇଁ ସିଧାସଳଖ ଚ୍ୟାଲେଞ୍ଜ ବୋଲି କୁହାଯାଉଛି । ଉଭୟ ଆଦିତ୍ୟ ଓ ଅମିତଙ୍କୁ ଯୁବ ନେତା ଭାବେ ଦେଖାଯାଉଛି, ଯାହା ଦ୍ୱାରା ସେମାନେ ଯୁବକମାନଙ୍କୁ ନିଜ ତରଫକୁ ଆଣିପାରିବେ ।

MNS ନେତାମାନେ ଦାବି କରିଛନ୍ତି ଯେ, ସେମାନେ ଏପରି କୌଣସି ପ୍ରସ୍ତାବ ବିଷୟରେ ଅବଗତ ନୁହଁନ୍ତି । ବିଜେପି ନେତାମାନେ ମଧ୍ୟ ଚୁପ୍ ଅଛନ୍ତି । ତେବେ MNS ରୁ ଖବର ଆସୁଛି ଯେ ରାଜ ଠାକରେ ହୁଏତ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିବେ । ପୁନଶ୍ଚ ଏହା ଆଧିକାରୀକ ଭାବେ ନିଶ୍ଚିତ ହୋଇପାରି ନାହିଁ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନାର ସମର୍ଥନ ଦେବା ଉପରେ କଂଗ୍ରେସ ଓ ଏନସିପି ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ଆସିଯାଇଛି DA ବକେୟା ଟଙ୍କା

ଏହା ବି ପଢ଼ନ୍ତୁ:-ଯୁଦ୍ଧ ମଧ୍ୟରେ ଋଷର ରାଷ୍ଟ୍ରପତି ପୁଟିନ କଲେ ବଡ଼ ଘୋଷଣା

ସୂଚନାଯୋଗ୍ୟ, ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଅମିତ ଠାକରେଙ୍କୁ ମନ୍ତ୍ରଣାଳୟରେ ଆଣିବାକୁ ଯୋଜନା କରିଛନ୍ତି । ସେ ବୁଧବାର ରାଜ ଠାକରେଙ୍କ ସହ ସୌଜନ୍ୟମୂଳକ ବୈଠକ କରିବେ ବୋଲି କୁହାଯାଉଥିଲା । ତେବେ ବୈଠକ ପରେ ସ୍ଥଗିତ ରଖାଯାଇଛି ।

ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ତୀର ଦ୍ୱାରା ଅନେକ ଟାର୍ଗେଟ କରିଛି । ଏହି କାରଣରୁ ଶିବସେନା ଉପରେ ଉଦ୍ଧବ ଠାକରେଙ୍କ ନିୟନ୍ତ୍ରଣ ମଧ୍ୟ ହଟିବାରେ ଲାଗିଛି । ମଙ୍ଗଳବାର ଦଳର ମୁଖପାତ୍ର ତଥା ପୂର୍ବତନ କାଉନସିଲର ଶୀତଳ ମଥ୍ରେ ସିନ୍ଦେ କ୍ୟାମ୍ପରେ ଯୋଗଦେବା ପରେ ଶିବସେନାକୁ ଆଉ ଏକ ଝଟକା ଲାଗିଛି । ମଥ୍ରେ ସିନ୍ଦେ ଶିବିରରେ ଯୋଗଦେବା ସହିତ ଶିବସେନାର ବହୁ ବିଏମସି କାଉନସିଲର ସିନ୍ଦେ ଶିବିରରେ ଯୋଗ ଦେଇପାରନ୍ତି । ଏହା ଦଳ ଉପରେ ଉଦ୍ଧବଙ୍କ ନିୟନ୍ତ୍ରଣ ଉପରେ ଏକ ବଡ଼ ପ୍ରଶ୍ନ ଚିହ୍ନ ହୋଇପାରେ ।