Maharashtra Politics: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଲେ ଏନସିପି ସୁପ୍ରିମୋ ଶରଦ ପାୱାର
Advertisement
Article Detail0/zeeodisha/odisha1327309

Maharashtra Politics: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଲେ ଏନସିପି ସୁପ୍ରିମୋ ଶରଦ ପାୱାର

NCP supremo Sharad Pawar:  ଗୋଧ୍ରା ଦଙ୍ଗା ଘଟଣାରେ ବଳାତ୍କାର ଦୋଷୀଙ୍କୁ ଗୁଜରାଟ ସରକାରଙ୍କ ପକ୍ଷରୁ ମୁକ୍ତ କରାଯିବା ଉପରେ ଶରଦ ପାୱାର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ମହିଳାଙ୍କ ସମ୍ମାନଙ୍କ କଥା କହୁଛନ୍ତି ହେଲେ ଅନ୍ୟପଟେ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ଛାଡ଼ି ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଉଛି।

Maharashtra Politics: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବର୍ଷିଲେ ଏନସିପି ସୁପ୍ରିମୋ ଶରଦ ପାୱାର

Sharad Pawar targets PM Modi: ରାଜ୍ୟର ଠାଣେ ଜିଲ୍ଲାରେ ଆୟୋଜିତ ହୋଇଥିବା ଦଳୀୟ ସମୀକ୍ଷା ବୈଠକରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱାର। ଏନେଇ ସେ କହିଛନ୍ତି ଯେ ତାଙ୍କର ଏକଥା ଧାରଣା ନ ଥିଲା ଯେ ତାଙ୍କ ଆଙ୍ଗୁଠି ଧରି ରାଜନୀତି ଶିଖି ବ୍ୟକ୍ତି ଦେଶ ପାଇଁ ଏତେ ସାଂଘାତିକ ହୋଇଯିବେ। ଦଳୀୟ ସମୀକ୍ଷା ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ଶରଦ ପାୱାର। ଏହି ସମୟରେ ଗଣମାଧ୍ୟମ ପକ୍ଷରୁ ତାଙ୍କୁ ପଚରା ଯାଇଥିବା ପ୍ରଶ୍ନ ଉପରେ ଜବାବ ରଖି ଏନସିପି ସୁପ୍ରିମୋ କହିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ତାଙ୍କ ଆଙ୍ଗୁଠି ଧରିଥିବା ବ୍ୟକ୍ତି ଦେଶ ପାଇଁ ଏତେ  ଭାରୀ ପଡ଼ିଯିବେ। ମହାରାଷ୍ଟ୍ର ବାରମତି ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ସେ ଏନସିପି ଶରଦ ପାୱାରଙ୍କ ଆଙ୍ଗୁଠି ଧରି ରାଜନୀତିରେ ଆଗକୁ ବଢିଥିଲେ। 

ପୁଣେ (Pune) ପରେ ଠାଣେକୁ (Thane) ମହାରାଷ୍ଟ୍ର ରାଜନୀତିରେ (Maharashtra Politics) ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଭାବରେ ବର୍ଣ୍ଣନା କରି ଏନସିପି ସୁପ୍ରିମୋ ଶରଦ ପାୱାର (NCP Supremo Sharad Pawar) କହିଛନ୍ତି ଯେ ସେ ଏଠାରୁ ତାଙ୍କର ରାଜ୍ୟ ଯାତ୍ରା ଆରମ୍ଭ କରିବେ। ଠାଣେ ଜିଲ୍ଲା ଗସ୍ତରେ ଆସି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ (Maharashtra CM Eknath Shinde) ବିରୋଧରେ ବର୍ଷିଥିଲେ ସେ। ଏନେଇ ସେ କହିଛନ୍ତି ଯେ ପୂର୍ବରୁ ଠାଣେ ଜିଲ୍ଲାର ପରିଚୟ ଉତ୍ତମ ତଥା ସଂସ୍କାରୀ ରାଜ୍ୟନେତା ପ୍ରଦାନ କରିବା ଲାଗି ରହିଥିଲା। ସେ ଏହି ଅବସରରେ ପ୍ରଭାକର ହେଗଡେ, ଭିମଲ ରଙ୍ଗଣେକରଙ୍କ ବାବଦରେ ଉଲ୍ଲେଖ କରିଥିଲେ। ଠାଣେ ଲୋକେ ଆଗକୁ ସଂସ୍କାରୀ ରାଜନେତା ପ୍ରଦାନ କରିବାର ଧାରା ଜାରି ରଖିବେ ବୋଲି ଆଶା ପ୍ରକଟ କରିଛନ୍ତି ସେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେଉଛନ୍ତି ମହାରାଷ୍ଟ୍ର ଠାଣେ ଜିଲ୍ଲାର ବାସିନ୍ଦା।

Also Read: ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନେଇ ପ୍ରତିକ୍ରିୟା ରଖିଲେ ଏନସିପି ସୁପ୍ରିମୋ ଶରଦ ପାୱର

 

ନିଜ ବୟସର ଉଦାହରଣ ଦେଇ ଶରଦ ପାୱାର ଖୋଲାଖୋଲି ଭାବେ କହିଛନ୍ତି ଯେ ସେ ଦେଶରେ କ୍ଷମତାରେ କୌଣସି ଦାୟିତ୍ୱ ଗ୍ରହଣ କରିବେ ନାହିଁ ଏବଂ ତାଙ୍କର ଏପରି କୌଣସି ଇଚ୍ଛା ନାହିଁ। ଏହା କହି ସେ ପ୍ରଧାନମନ୍ତ୍ରୀ ଦୌଡ଼ରୁ (Prime Minister Race 2024) ନିଜକୁ ଦୂରେଇ ରଖିଛନ୍ତି। ସେ କହିଥିଲେ ଯେ ମୋରାରଜୀ ଦେଶାଇ ୮୧ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ବର୍ତ୍ତମାନ ମୋତେ ୮୨ ବର୍ଷ ହେଲାଣି। କେନ୍ଦ୍ର ସରକାରଙ୍କ ଦମନ ବିରୋଧରେ ସେ ଦେଶର ସମସ୍ତ ବିରୋଧୀ ଦଳକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିବେ। ଶିବସେନା ଶିବ ସଂଗ୍ରାମ (Shiv Sena Shiv Sangram) ସମେତ ଅନ୍ୟ ଦଳକୁ ଏକାଠି ଆଣିବା ଏବଂ ମହା ବିକାଶ ଅଘାଡ଼ି ମେଣ୍ଟରେ (Maha Vikas Aghadi Alliance) ସାମିଲ ହୋଇଥିବା ଅଂଶୀଦାର ଦଳଙ୍କ ସହ ମିଶି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ହେଲେ ମୁଁ ଚାହୁଁଛି ଯେ ସମସ୍ତେ ଏକାଠି ହୁଅନ୍ତୁ।

Also Read: Maharashtra Political Crisis: ମହା ବିକାଶ ଅଗାଡି ସରକାର ଭାଙ୍ଗିଲେ ବିଜେପି ସହ ମେଣ୍ଟ କରିବ କି ଏନସିପି?

 

ଗତ ୨୦୦୨ ବର୍ଷରେ ହୋଇଥିବା ଗୋଧ୍ରା ଦଙ୍ଗା (Godhra Riot 2022) ଘଟଣାରେ ବଳାତ୍କାର ଦୋଷୀଙ୍କୁ ଗୁଜରାଟ ସରକାରଙ୍କ (Gujarat Politics) ପକ୍ଷରୁ ମୁକ୍ତ କରାଯିବା ଉପରେ ଶରଦ ପାୱାର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ମହିଳାଙ୍କ ସମ୍ମାନଙ୍କ କଥା କହୁଛନ୍ତି ହେଲେ ଅନ୍ୟପଟେ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ଛାଡ଼ି ଦିଆଯାଇ ସେମାନଙ୍କୁ ସମ୍ମାନିତ କରାଯାଉଛି। ଏହି ନିଷ୍ପତ୍ତି ଦ୍ୱାରା ବିଜେପିର ପ୍ରକୃତ ଚେହେରା ଲୋକଙ୍କ ସାମ୍ନାକୁ ଆସିଛି।