Advertisement
Article Detail0/zeeodisha/odisha2476978
Zee OdishaOdisha State୧୭ଗ୍ରାମ ବ୍ରାଉନସୁଗର ଜବତ, ୩ଗିରଫ

୧୭ଗ୍ରାମ ବ୍ରାଉନସୁଗର ଜବତ, ୩ଗିରଫ

Police arrested: ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ସମେତ ମୋବାଇଲ୍, ବାଇକକୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନେ କିଛି ମାସ ହେଲା ବାଲେଶ୍ଵର ଅଞ୍ଚଳରୁ ଜଣେ ବେପାରୀ ଠାରୁ ବ୍ରାଉନସୁଗର ଆଣି ବିକ୍ରି କରୁଥିଲେ। ଏ ନେଇ ଥାନାରେ ଏକ କେସ ନଂ ୪୨୨/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। 

୧୭ଗ୍ରାମ ବ୍ରାଉନସୁଗର ଜବତ, ୩ଗିରଫ

ଭୁବନେଶ୍ଵର : ଜଟଣୀ ଥାନା ଅନ୍ତର୍ଗତ ସେଞ୍ଚୁରିୟନ କଲେଜ ନିକଟରେ ବ୍ରାଉନସୁଗର ବିକ୍ରି ଅଭିଯୋଗରେ ୩ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ପଦନପୂରର ଶିବ ପ୍ରସାଦ ଦଳେଇ (୨୨), ଯାଆଁଳାର ତନ୍ମୟ ମହାରଣା (୧୯) ଓ ହରିରାଜପୂର ଅଞ୍ଚଳର ଦେବେନ୍ଦ୍ର ମଙ୍ଗରାଜ (୧୯)। ସେମାନଙ୍କ ନିକଟରୁ ୧୭ଗ୍ରାମର ବ୍ରାଉନସୁଗର ସମେତ ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ବାଇକ ଜବତ କରିଛି ପୁଲିସ। 

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ହେଲା ଜଟଣୀ ସ୍ଥିତ ସେଞ୍ଚୁରିୟନ କଲେଜ ନିକଟରେ ବେଆଇନ୍ ଭାବେ ନିଶା କାରବାର ବଢ଼ି ଚାଲିଥିଲା। ଆଜି ପୁଲିସର ଏକ ସ୍ପେଶାଲ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରି ୩ଜଣଙ୍କୁ କାବୁ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ବ୍ରାଉନ ସୁଗର ସମେତ ମୋବାଇଲ୍, ବାଇକକୁ ପୁଲିସ ଜବତ କରିଥିଲା। ଅଭିଯୁକ୍ତମାନେ କିଛି ମାସ ହେଲା ବାଲେଶ୍ଵର ଅଞ୍ଚଳରୁ ଜଣେ ବେପାରୀ ଠାରୁ ବ୍ରାଉନସୁଗର ଆଣି ବିକ୍ରି କରୁଥିଲେ। ଏ ନେଇ ଥାନାରେ ଏକ କେସ ନଂ ୪୨୨/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। 

Add Zee News as a Preferred Source
About the Author