Mainpuri Bypoll 2022: ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି, କ'ଣ ରହିଛି ରଣନୀତି?
Advertisement

Mainpuri Bypoll 2022: ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି, କ'ଣ ରହିଛି ରଣନୀତି?

Mainpuri By Election 2022: ମୈନପୁରୀ ଉପନିର୍ବାଚନରେ  ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ବିଜେପି ରଘୁରାଜ ସିଂହ ଶାକ୍ୟଙ୍କୁ ପ୍ରାର୍ଥୀ କରିଛି।

Mainpuri Bypoll 2022: ସମାଜବାଦୀ ଗଡ଼ ଦଖଲ କରିବାକୁ ଅଣ୍ଟା ଭିଡ଼ିଲା ବିଜେପି, କ'ଣ ରହିଛି ରଣନୀତି?

Dalit Votebank of Mainpuri: ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନରେ ବିଜେପି-ସମାଜବାଦୀ ପାର୍ଟି ମଧ୍ୟରେ ସିଧାସଳଖ ମୁକାବିଲା ହେଉଛି। ଏହି ଉପନିର୍ବାଚନରେ ​​ଦଳିତ ଭୋଟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। କାରଣ ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଏହି ଆସନରେ ନିଜର ପ୍ରାର୍ଥୀ ଛିଡା କରିନାହାଁନ୍ତି। ଏହି କାରଣରୁ ଉଭୟ ବିଜେପି-ସମାଜବାଦୀ ପାର୍ଟି ଦଳିତ ମତଦାତାଙ୍କୁ ନିଜ ସପକ୍ଷରେ ନେବା ପାଇଁ ଚେଷ୍ଟା କରୁଛନ୍ତି।   

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ବିଜେପି (BJP) ଦଳିତ ମତଦାତାଙ୍କ (Dalit Voter) ପାଖରେ ପହଞ୍ଚିବା ପାଇଁ ୨୪ ନଭେମ୍ବରରୁ ଏକ ୩ ଦିନିଆ ଅଭିଯାନ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛି। ଏନେଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଏହି ଅଭିଯାନ ଦଳର 'ବସ୍ତି ସମ୍ପର୍କ ଅଭିଯାନ୍' କାର୍ଯ୍ୟକ୍ରମର ଏକ ଅଂଶ ହେବ। ଯେଉଁଥିରେ ଦଳିତ ମତଦାତାଙ୍କୁ ଭେଟି  ପୂରଣ କରିବା ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଉଦ୍ୟମ କରାଯିବ।

ମୈନପୁରୀ ଉପନିର୍ବାଚନରେ (Mainpuri Bypoll 2022) ​​ଦଳିତ ମତଦାତାଙ୍କୁ ନିଜ ସପକ୍ଷରେ ନେବା ପାଇଁ ସମାଜବାଦୀ ପାର୍ଟି ଅଧ୍ୟକ୍ଷ (Samajwadi Party President) ଅଖିଳେଶ ଯାଦବ (Akhilesh Yadav) ମଧ୍ୟ ଲାଗି ପଡି଼ଛନ୍ତି। ଏନେଇ ସେ ତାଙ୍କ ନିର୍ବାଚନମଣ୍ଡଳୀ କରହଲ ବିଧାନସଭା ଆସନରେ (Karhal Assembly Constituency) ଏକ ଦଳୀୟ କାର୍ଯ୍ୟାଳୟକୁ ରାଜକୁମାରୀ ରାୱଲଙ୍କ ହାତରେ ଉଦଘାଟନ କରିଛନ୍ତି। ଯିଏ ଅନୁସୂଚିତ ଜାତି ସମ୍ପ୍ରଦାୟରୁ (Scheduled Caste Community) ଆସୁଛନ୍ତି ଏବଂ ଏହି ଅଞ୍ଚଳରେ ବହୁତ ସକ୍ରିୟ ଅଛନ୍ତି। ରାଜକୁମାରୀ ରାୱଲ କରହଲ ନଗର ପଞ୍ଚାୟତ ଅଧ୍ୟକ୍ଷ ନିର୍ବାଚନରେ ସମାଜବାଦୀ ପାର୍ଟି (Samajwadi Party) ବିରୋଧରେ ଦୁଇ ଥର ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ହେଲେ କୌଣସି ଥର ନିର୍ବାଚନ ଜିତିପାରି ନାହାଁନ୍ତି।

ପୂର୍ବତ୍ତନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ (Former UP CM) ମାୟାବତୀଙ୍କ (BSP Supremo Mayawati) ନେତୃତ୍ୱାଧିନ ବହୁଜନ ସମାଜ ପାର୍ଟି (Bahujan Samaj Party) ମୈନ୍ପୁରୀ ଆସନରେ (Mainpuri Lok Sabha) କେବେ ବିଜୟୀ ହୋଇ ପାରିନାହିଁ। ହେଲେ ଏହି ଆସନର ଦଳର ଭୋଟ୍ ଅଂଶ ୧୬ ପ୍ରତିଶତ ରହିଛି। ବିଏସପି ଅନୁପସ୍ଥିତିରେ ଦଳିତ ଭୋଟବ୍ୟାଙ୍କ (Dalit Votebank) ଉଭୟ ବିଜେପି-ସମାଜବାଦୀ ପାର୍ଟି (BJP vs Samajwadi Party) ଲାଗି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। କାରଣ ଗତ ୨୦୧୯ ଲୋକସଭା ନିର୍ବାଚନରେ (Lok Sabha Election 2019) ସମାଜବାଦୀ ପାର୍ଟି ସଂସ୍ଥାପକ (Samajwadi Party Founder) ​ମୁଲାୟମ ସିଂହ ଯାଦବ (Mulayam Singh Yadav) ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ବିଜୟ ବ୍ୟବଧାନ ୯୪ ହଜାର ଥିଲା। 

ମୈନ୍ପୁରୀ ଲୋକସଭା ଆସନରେ ଦଳିତ ମତଦାତାଙ୍କ ସଂଖ୍ୟା ହେଉଛି ପ୍ରାୟ ୨ ଲକ୍ଷ। ସେମାନଙ୍କ ମଧ୍ୟରୁ ଜାଟବ ଭୋଟର ସଂଖ୍ୟା ହେଉଛି ୧.୨ ଲକ୍ଷ। ଏହା ବ୍ୟତୀତ କଟାରିଆ ସମ୍ପ୍ରଦାୟର ମତଦାତାଙ୍କ ସଂଖ୍ୟା ହେଉଛି ପ୍ରାୟ ୬୦ ହଜାର। ଅନ୍ୟ ଦଳିତ ମତଦାତଙ୍କ ସଂଖ୍ୟା ହେଉଛି ପ୍ରାୟ ୨୦ ହଜାର। 

ମୈନପୁରୀ ଉପନିର୍ବାଚନରେ (Mainpuri By Election 2022) ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଅନ୍ୟପଟେ ବିଜେପି ରଘୁରାଜ ସିଂହ ଶାକ୍ୟଙ୍କୁ ପ୍ରାର୍ଥୀ କରିଛି। ଗତ ମାସରେ ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ମୈନପୁରୀ ଆସନ ଖାଲି ପଡ଼ିଛି। ଏହି ଆସନରେ ହେଉଥିବା ଉପନିର୍ବାଚନ ଲାଗି ଆସନ୍ତା ୫ ଡିସେମ୍ବରରେ  ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ଆସନ୍ତା ୮ ଡିସେମ୍ବରରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।