ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ
Advertisement
Article Detail0/zeeodisha/odisha1024866

ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ

ଆସନ୍ତାବର୍ଷ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ଦଳ ଛାଡ଼ି ପଳାୟନ କରିବା ଘଟଣାକୁ ନେଇ ସତର୍କ ହୋଇଉଠିଛି କଂଗ୍ରେସ। 

ନିର୍ବାଚନ ପୂର୍ବରୁ ଦଳ ଛାଡି ପଳାୟନ କରୁଛନ୍ତି Congress ବିଧାୟକ, ବୈଠକ କଲେ ଦଳର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଯାଉଥିବା ମଣିପୁର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଧାନସଭାରେ ବିରୋଧି ଆସନରେ ବସିଥିବା କଂଗ୍ରେସ ଲାଗି ବଢିଯାଇଛି ମୁଣ୍ଡବିନ୍ଧା। ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣଙ୍କ ପରେ ଜଣେ କଂଗ୍ରେସ ବିଧାୟକ ଦଳ ଛାଡି ପଳାୟନ କରୁଛନ୍ତି।

ଆସନ୍ତାବର୍ଷ ହେବାକୁ ଯାଉଥିବା ମଣିପୁର ବିଧାନସଭା ନିର୍ବାଚନ (Manipur Assembly Election 2022) ପୂର୍ବରୁ ଦଳୀୟ ବିଧାୟକଙ୍କ ଦଳ ଛାଡ଼ି ପଳାୟନ କରିବା ଘଟଣାକୁ ନେଇ ସତର୍କ ହୋଇଉଠିଛି କଂଗ୍ରେସ (Congress) ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi)। ଏ ପ୍ରସଙ୍ଗରେ ଚର୍ଚ୍ଚା କରିବା ଲାଗି  ମଙ୍ଗଳବାର ଦିଲ୍ଲୀସ୍ଥିତ ବାସଭବନ ଠାରେ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ ଏକ ବୈଠକ କରିଛନ୍ତି ସେ। 

Also Read: Manipur Politics: କଂଗ୍ରେସ ଫେଲ, ବହୁମତ ପରୀକ୍ଷାରେ ବିଜେପି ପାସ

ଏହି ବୈଠକରେ ଯୋଗ ଦେଇ ମଣିପୁର କଂଗ୍ରେସ ପ୍ରଭାରୀ (Manipur Congress In Charge) ଭକ୍ତ ଚରଣ ଦାସ (Bhakta Charan Das) କହିଛନ୍ତି ରାଜ୍ୟରେ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନ ବାବଦରେ ଚର୍ଚ୍ଚା ହୋଇଥିଲା। ଏହି ବୈଠକରେ ଯୋଗ ଦେଇ ଦଳୀୟ ନେତା ଦଳର ଅଧ୍ୟକ୍ଷାଙ୍କୁ ସେମାନଙ୍କ ମତାମତ ଜଣାଇଥିଲେ। ପ୍ରାୟ ୪୦ ମିନିଟ ଧରି ଏହି ବୈଠକ ବସିଥିଲା। ଏହା ବହୁତ ସୌଦାର୍ଦ୍ଦ୍ୟପୂର୍ଣ୍ଣ ରହିଥିଲା।

ଏହି ବୈଠକରେ ଦଳ ସମେତ ରାଜ୍ୟର ରାଜନୈତିକ ପରିସ୍ଥିତି ବାବଦରେ ଆଲୋଚନା ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରାହୁଲ ଗାନ୍ଧୀ ଯୋଗ ଦେଇନଥିଲେ ବୋଲି କହିଛନ୍ତି ମଣିପୁର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ।

Also Read: Manipur Assembly Floor Test: ସୋମବାର କ୍ଷମତାସୀନ ବିଜେପି ସରକାରଙ୍କ ଭାଗ୍ୟ ପରୀକ୍ଷା

ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା, କାର୍ଯ୍ୟକାରୀ ସଭାପତି, ଦଳୀୟ ବିଧାୟକ, ବରିଷ୍ଠ ପର୍ଯ୍ୟବେକ୍ଷକ ଜୟରାମ ରମେଶ ଏବଂ ଏଆଇସିସି ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମୋଟ ୬୦ ମଣିପୁର ବିଧାନସଭାରେ (Manipur Assembly) ବର୍ତ୍ତମାନ ବିଜେପି କ୍ଷମତାସୀନ ଅଛି। 

Also Read: ସେବା ହେଉଛି ସବୁଠାରୁ ବଡ ପୂଜା: ପ୍ରଧାନମନ୍ତ୍ରୀ ମୋଦି

ଆାଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଲାଗି ସମସ୍ୟା ବଢିଯାଇଛି। ଜଣଙ୍କ ପରେ ଜଣେ ବିଧାୟକ ଦଳ ଛାଡି ଶାସକ ବିଜେପି ହାତ ଧରିବାରେ ଲାଗିଛନ୍ତି। ନିକଟରେ ୨ କଂଗ୍ରେସ ବିଧାୟକ ରାଜକୁମାର ଇମୋ ସିଂହ ଏବଂ ୟାନ୍ଥୋଙ୍ଗ ହୌକିପ ବିଜେପି ଦଳରେ ସାମିଲ ହୋଇଥିଲେ। ଏହି ପ୍ରକ୍ରିୟା ବର୍ତ୍ତମାନ ଥମିବାର ସମ୍ଭାବନା ନାହିଁ। ଆହୁରୀ ଅନେକ ବିଧାୟକ ଦଳ ଛାଡି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।