ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ରାଜ୍ୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା କରିବା ସହ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥାଏ।
Trending Photos
ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ପ୍ରଭୃତି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିସାରିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ। ଏହା ସହିତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଘୋଷଣା କରିଛନ୍ତି।
ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ କୌଣସି ରାଜ୍ୟରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା କରିବା ସହ ସେଠାରେ ଆଦର୍ଶ ଆଚରଣ ବିଧି (Model Code of Conduct for Election) ଲାଗୁ ହୋଇଥାଏ। ଏଠାରୁ ସରକାରୀ ପ୍ରଶାସନ ଉପରେ ନିର୍ବାଚନ ଆୟୋଗ ନିୟନ୍ତ୍ରଣ ରହିଥାଏ। ନିର୍ବାଚନ ଲାଗି ମତଦାନ ଏବଂ ମତ ଗଣନା ପରେ ସରକାରୀ ଭାବେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଦର୍ଶ ଆଚରଣ ବିଧି ହଟାଯାଇଥାଏ।
ନିର୍ବାଚନ ପାଇଁ କାହିଁକି ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି?
ଦେଶରେ ଅବାଧ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଇବା ପାଇଁ ନିର୍ବାଚନ ଆୟୋଗ କେତକ ନୀତି ନିୟମ ପ୍ରସ୍ତୁତ କରିଥାନ୍ତି। ଏହାକୁ ଆଦର୍ଶ ଆଚରଣ ବିଧି ବୋଲି କୁହାଯାଏ। ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ସମୟରେ ଏହି ନିୟମ ମାନିବା ସରକାର, ନେତା ଏବଂ ରାଜନୈତିକ ଦଳର ଦାୟିତ୍ୱ।
ନିର୍ବାଚନ ଆୟୋଗ ପକ୍ଷରୁ ପ୍ରତି ୫ ବର୍ଷରେ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ କିମ୍ବା ବିଭିନ୍ନ ସମୟରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଥିବା କୌଣସି ନିର୍ବାଚନ ସମ୍ପର୍କିତ କାର୍ଯ୍ୟକ୍ରମ ଘୋଷଣା ହେବା ପରେ ସେଠାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥାଏ। ନିର୍ବାଚନ ଆରମ୍ଭ ହେବା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଏହା ଯେଉଁଠାରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ ସେଠାରେ ଏହା ବଳବତ୍ତର ରହିଥାଏ।
Also Read: କୋରୋନା କାଳରେ ଅନୁଷ୍ଠିତ ହେବ Assembly Election 2022; କିପରି ପ୍ରସ୍ତୁତି କରିଛନ୍ତି ନିର୍ବାଚନ ଆୟୋଗ?
ନିର୍ବାଚନ ପାଇଁ ଲାଗୁ ହେଉଥିବା ଆଦର୍ଶ ଆଚରଣ ବିଧିର ନୀତି ନିୟମ
Also Read: Assembly Election 2022: ୫ ରାଜ୍ୟର ରାଜନେତା ଓ ଭୋଟରଙ୍କ ପାଇଁ EC ରଖିଛି ଏ ସବୁ ନିୟମ
ଆଦର୍ଶ ଆଚରଣ ବିଧି ଉଲଂଘନ କଲେ ନିଆଯାଇଥାଏ କଠୋର କାର୍ଯ୍ୟାନୁଷ୍ଠାନ