Navjot Singh Sidhu ହେବେ Punjab Congress ମୁଖ୍ୟ!
Advertisement
Article Detail0/zeeodisha/odisha942890

Navjot Singh Sidhu ହେବେ Punjab Congress ମୁଖ୍ୟ!

ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ମୁହାଁମୁହିଁ ହୋଇଥିଲେ ଉଭୟ ସିଦ୍ଧୁ-ଅମରିନ୍ଦର। 

Navjot Singh Sidhu ହେବେ Punjab Congress ମୁଖ୍ୟ!

ଚଣ୍ଡିଗଡ଼: ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ଦଳରେ ସୃଷ୍ଟି ହୋଇଥିବା ଦଳୀୟ ଅସନ୍ତୋଷକୁ ସମାଧାନ କରିବାକୁ ପ୍ରୟାସ କରିଛନ୍ତି କଂଗ୍ରେସ ନେତୃବୃନ୍ଦ। ଏହି କ୍ରମରେ ପଞ୍ଜାବ କଂଗ୍ରେସ ସଙ୍ଗଠନରେ ପରିବର୍ତ୍ତନ ଆଣିବାକୁ ଯୋଜନା କରିଛନ୍ତି ଦଳର କେନ୍ଦ୍ରୀୟ ନେୃବୃବୃନ୍ଦ।      

ଆସନ୍ତା ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ହେବ ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Poll 2022) । ଏହି ନିର୍ଚାଚନକୁ ଦୃଷ୍ଟିରେ ରଖି ଦଳୀୟ ସଙ୍ଗଠନକୁ ମଜବୁତ କରିବା ଲାଗି ଆଗେଇ ଆସିଛନ୍ତି କଂଗ୍ରେସ (Congress) ନେତବୃନ୍ଦ। ଦଳର ପଞ୍ଜାବ ରାଜ୍ୟ ଶାଖାରେ ଦେଖାଯାଇଥିବା ବିଦ୍ରୋହକୁ ଦମନ କରିବା ଲାଗି ଆରମ୍ଭ ହୋଇଯାଇଛି ପ୍ରୟାସ। 

Also Read: Viral Video: ଦଳୀୟ କର୍ମୀଙ୍କୁ ଶକ୍ତ ଚାପୁଡା ମାରିଲେ କଂଗ୍ରେସ ମୁଖିଆ

ଏହି କ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ (Punjab Congress President) ଭାବେ ଦଳୀୟ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ (Navjot Singh Sidhu) ମିଳିପାରେ ଦାୟିତ୍ୱ। ବେଶ ଲମ୍ବା ସମୟ ଧରି ଦଳ ତଥା ସରକାରରେ କ୍ଷମତା ବିସ୍ତାରକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab Chief Minister) କ୍ୟାପ୍ଟଟେନ ଅମରିନ୍ଦର ସିଂହଙ୍କ (Captain Amarinder Singh) ସହ ତାଙ୍କର ବିବାଦ ଜାରି ରହିଛି। ଏହି କାରଣରୁ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଛି ଦଳୀୟ ଅସନ୍ତୋଷ।  

ଯଦି ସିଦ୍ଧୁଙ୍କୁ ଏହି ଦାୟିତ୍ୱ ମିଳେ ତାହେଲେ ସେ ବର୍ତ୍ତମାନର ଅଧ୍ୟକ୍ଷ ସୁନୀଲ ଜାକରଙ୍କ (Sunil Jakkar) ସ୍ଥାନରେ କାମ କରିବେ। ସେହି ପରି ଜଣେ ହିନ୍ଦୁ ଚେହେରା ଏବଂ ଅନ୍ୟ ଜଣ ଦଳିତ ଚେହେରାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପ୍ରଦାନ କରାଯାଇପାରେ। କିଛି ଦିନ ପୂର୍ବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ। ସେହିପରି ସିନ୍ଧୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଥିଲେ। 

Also Read: ଆମେ ରାଜ୍ୟକୁ MP-Rajasthan ହେବାକୁ ଦେବୁ ନାହିଁ: Punjab Congress Chief

ବିଭିନ୍ନ ପ୍ରସଙ୍ଗକୁ ନେଇ ଅନେକ ସମୟରେ ମୁହାଁମୁହିଁ ହୋଇଥିଲେ ଉଭୟ ସିଦ୍ଧୁ-ଅମରିନ୍ଦର। ଉଭୟ ପକ୍ଷ ମଧ୍ୟରେ ବିବାଦ ସର୍ବ ପ୍ରଥମେ ଗତ ୨୦୧୭ ବିଧାନସଭା ନିର୍ବାଚନ (Punjab Assembly Poll 2017) ସମୟରୁ ଆରମ୍ଭ ହୋଇଥିଲା। ନିର୍ବାଚନ ଶେଷ ହେବା ପରେ ରାଜ୍ୟରେ କଂଗ୍ରେସ ସରକାର ଗଠିତ ହେବା ସହ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କ୍ୟାପ୍ଟଟେନ ଅମରିନ୍ଦର ସିଂହ।

ତାଙ୍କ ମନ୍ତ୍ରୀମଣ୍ଡଳରେ ନବଜୋତ ସିଂହ ସିଦ୍ଧୁଙ୍କୁ ମଧ୍ୟ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ହେଲେ ଉପମୁଖ୍ୟମନ୍ତ୍ରୀ ପଦ ମୁଖ୍ୟମନ୍ତ୍ରୀ ପାଇବାକୁ ଆଶାବାଦୀ ରହିଥିଲେ ସିଦ୍ଧୁ। ହେଲେ ତାଙ୍କୁ ଏହି ପଦବୀ ମିଳିନଥିଲା। ଚାହୁଁଥିବା ପଦ ନମିଳିବାରୁ ଅସନ୍ତୁଷ୍ଟ ସିଦ୍ଧୁ ଦାୟିତ୍ୱ ଗ୍ରହଣ କରିବାର ୨ ବର୍ଷ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତାଫା ଦେଇଥିଲେ। ମନ୍ତ୍ରୀ ପଦ ଛାଡିବା ପରେ ମୁଖ୍ୟମନ୍ତ୍ରୀ ଆମରିନ୍ଦରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଆସୁଥିଲେ ସେ। ନିକଟରେ ସିଦ୍ଧୁ ବିଜୁଳି ସେବାକୁ ନେଇ ଆଣିଥିବା ଅଭିଯୋଗ ରାଜ୍ୟ ରାଜନୀତିକୁ ସରଗରମ କରିଥିଲେ। 

Also Read: ଏବେ ପଞ୍ଜାବ କଂଗ୍ରେସରେ ବିଦ୍ରୋହ, ଦିଲ୍ଲୀ ପହଞ୍ଚିଲେ ୨୫ ବିଧାୟକ

ସିଦ୍ଧୁଙ୍କ ଅଭିଯୋଗ ଉପରେ ଜବାବ ରଖି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଥିଲେ ସରକାର ତଥା ଦଳୀୟ ସଙ୍ଗଠନ ବାବଦରେ ସେ ଯେଉଁ ଉପାୟରେ ଅଭିଯୋଗ କରୁଛନ୍ତି ତାହା ଦଳୀୟ ଶୃଙ୍ଖଳାକୁ ଭଙ୍ଗ କରୁଛି। ଅନ୍ୟପଟେ ସିନ୍ଧୁ କହିଥିଲେ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବାକୁ ଆଗ୍ରହୀ ଅଛି ଯଦି ସେ ୨୦୧୭ ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପାଳନ କରନ୍ତି।  

Also Read: ସିଡ୍ୟବ୍ଲ୍ୟୁସି ବୈଠକ ବେଳେ ରାହୁଲଙ୍କ ଉପରେ ତାତିଲେ ଶିବଲ, ଦଳରେ ଥାଇ ଦେଲେ ଖୋଲା ଚ୍ୟାଲେଞ୍ଜ

ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ କାହା ନେତୃତ୍ୱରେ ଲଢାଯିବ ସେ ନେଇ ଦଳ ପକ୍ଷରୁ ନିଯୁକ୍ତ ହୋଇଥିବା ଏକ ୩ ଜଣିଆ କମିଟି କଂଗ୍ରେସ ନେତୃବୃନ୍ଦଙ୍କୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିଛି। ଅନ୍ୟପଟେ ଏହି ନିର୍ବାଚନ   ପୂର୍ବରୁ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିବା ନେଇ ଆଭାସ ମିଳିଲାଣି। ଆଗାମୀ ନିର୍ବାଚନ ଅମରିନ୍ଦର ନା ସିଦ୍ଧୁଙ୍କ ନେତୃତ୍ୱରେ ଲଢାଯିବ  ସେ ନେଇ କଂଗ୍ରେସ ନେତୃବୃନ୍ଦ କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡି଼ବ।