ଆସନ୍ତା ବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ହୋଇଉଠିଲାଣି ଦେଶର ରାଜନୀତି।
Trending Photos
ନୂଆଦିଲ୍ଲୀ: ଆଜକୁ ଠିକ ବର୍ଷେ ପରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ହେଲେ ଏବେ ଠାରୁ ଏହି ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଜାତୀୟ ରାଜନୀତି। କିଏ ହେବେ ଦେଶର ଆଗାମୀ ରାଷ୍ଟ୍ରପତି ତାହା ଆସନ୍ତା ବର୍ଷ ଜୁଲାଇ ମାସରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ।
ଆସନ୍ତାବର୍ଷ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନ ଲଢିବା ପ୍ରସଙ୍ଗରେ ମତ ରଖିଛନ୍ତି ଏନସିପି ସୁପ୍ରିମୋ ଶରଦ ପାୱର (NCP Chief Sharad Pawar)। ଏନେଇ ସେ କହିଛନ୍ତି ଏହି ନିର୍ବାଚନରେ ମୁଁ ପ୍ରାର୍ଥୀ ହେବି ନାହିଁ। କାରଣ ଦେଶର ସଂସଦରେ ପୂର୍ଣ୍ଣ ସଂଖ୍ୟା ବଳ ରହିଥିବା ଦଳ ବିରୁଦ୍ଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବ୍ୟକ୍ତିଙ୍କ ନିର୍ବାଚନୀ ପ୍ରଦର୍ଶନ ଫଳାଫଳ ନିର୍ବାଚନ ପୂର୍ବରୁ ଆସିଯାଇଥାଏ।
Also Read: Mission 2024; ବିରୋଧି ପକ୍ଷର ନେତୃତ୍ୱ ନେବେକି NCP Supremo?
ନିକଟରେ ନିର୍ବାଚନ ରଣନୀତିକାର (Poll Strategist) ପ୍ରଶାନ୍ତ କିଶୋରଙ୍କୁ (Prashant Kishor) ଭେଟିଥିଲେ ଶରଦ ପାୱର। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଭେଟଘାଟ ପରେ ଏନସିପି ସୁପ୍ରିମୋ ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏନେଇ ଅନୁଷ୍ଠିତ ହୋଇ ବୈଠକରେ କୌଣସି ରାଜନୈତିକ ଚର୍ଚ୍ଚା ହୋଇନଥିବା କହିଥିଲେ ଏନସିପି ନେତା ନବାବ ମଲ୍ଲିକ।
ମୁଁ ରାଷ୍ଟ୍ରପତି ନିର୍ବାଚନରେ ଲଢିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ମୁଁ ଏହି ନିର୍ବାଚନରେ ପ୍ରାର୍ଥୀ ହେବାର ନାହିଁ। କାରଣ ସଂସଦରେ ଯେଉଁ ଦଳ ପାଖେ ୩ ଶହରୁ ଅଧିକ ସାଂସଦ ରହିଛନ୍ତି ସେହି ଦଳ ବିରୁଦ୍ଧରେ ନିର୍ବାଚନ ଲଢିବାର ଫଳାଫଳ କ'ଣ ହେବ ତାହା ମୋତେ ଜଣା ବୋଲି କହିଛନ୍ତି ଏନସିପି ମୁଖିଆ ପାୱାର।
Also Read: Rashtra Manch ବୈଠକରେ ଯୋଗଦେଲେ ଏହି ନେତା; ଦୂରେଇଗଲେ Shivsena-Congress
ଗତ ଜୁନ ମାସରେ ପ୍ରଶାନ୍ତ କିଶୋରଙ୍କୁ ଭେଟିଥିଲେ ଶରଦ ପାୱାର। ଏହା ପରେ ବିଜେପି ବିରୋଧି ତୃତୀୟ ମୋର୍ଚ୍ଚା ଗଠନ କରିବା ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ହେଲେ ଏହି ବୈଠକରେ କୌଣସି ରାଜନୈତିକ ଆଲୋଚନା ହୋଇନଥିବା କୁହାଯାଇଥିଲା।