• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

Rashtra Manch ବୈଠକରେ ଯୋଗଦେଲେ ଏହି ନେତା; ଦୂରେଇଗଲେ Shivsena-Congress

ଦିଲ୍ଲୀ ଠାରେ ଆୟୋଜିତ ହୋଇଯାଇଛି ରାଷ୍ଟ୍ରମଞ୍ଚ ବୈଠକ। 

Rashtra Manch ବୈଠକରେ ଯୋଗଦେଲେ ଏହି ନେତା; ଦୂରେଇଗଲେ Shivsena-Congress

ନୂଆଦିଲ୍ଲୀ: ଜୁନ ୨୨ ତାରିଖ ମଙ୍ଗଳବାର ଆୟୋଜିତ ହୋଇଯାଇଛି ରାଷ୍ଟ୍ରମଞ୍ଚ ବୈଠକ। ଅଣ ବିଜେପି ଦଳର ନେତାଙ୍କ ସହ ସାମ୍ବାଦିକ, ଓକିଲଙ୍କ ସମେତ ଅନ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଠାରେ ଆୟୋଜିତ  ହୋଇଥିବା ଏହି ବୈଠକକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (Nationalist Congress Party-NCP) ଏନସିପି ସୁପ୍ରିମୋ (NCP Supremo) ଶରଦ ପାୱାରଙ୍କ (Sharad Power) ଦିଲ୍ଲୀସ୍ଥିତ ବାସଭବନରେ ଆୟୋଜିତ ହୋଇଥିବା ଏହି ବୈଠକରେ ଦଳୀୟ ନେତାଙ୍କ ସହ ସିପିଆଇ ରାଜ୍ୟସଭା ସାଂସଦ (CPI Rajya Sabha MP) ବିନୟ ବିଶ୍ୱମ ପାୱର (Vinay Biswam Power), ଆପ ନେତା (AAP Leader) ସୁଶୀଲ ଗୁପ୍ତା (Shsheel Gupta), ସମାଜବାଦ ପାର୍ଟି ନେତା (Samajawadi Party Leader) ଘନଶ୍ୟାମ ତିୱାରୀ (Ghnashyam Tiwari), ଆରଏଲଡି ନେତା (RLD Leader) ଜୟନ୍ତ ଚୌଧୁରୀ (Jayant Chowdhuri), ସିପିଏମ ନେତା (CPM Leader) ନୀଳୋତ୍ପଳ ବସୁ (Niloptal Basu), ବରିଷ୍ଠ ଓକିଲ କେଟିଏସ ତୁଲସୀ, ସାମ୍ବାଦିକ ଅଶୁତୋଷ (Ashutosh), ପୂର୍ବତନ ରାଷ୍ଟ୍ରଦୂତ କେସି ସିଂହ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

Also Read: Mission 2024; ବିରୋଧି ପକ୍ଷର ନେତୃତ୍ୱ ନେବେକି NCP Supremo?

ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ରାଷ୍ଟ୍ରମଞ୍ଚ (Rashtra Manch) ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଏହାର ସଂସ୍ଥାପକ ତଥା ଟିଏମସ ଉପାଧ୍ୟକ୍ଷ (TMC Vice President) ଯଶୋୱନ୍ତ ସିହ୍ନା (Yashowant Sinha) ଏବଂ ଏନସିପି ସୁପ୍ରିମୋ ଶରଦ ପାୱାର। 

ଏହି ବୈଠକ ଉପରେ ପ୍ରତିକ୍ରିୟା ରଖି ବିଜେପି ଜାତୀୟ ମୁଖପାତ୍ର (BJP National Sopkeperson) ଡ.ସମ୍ବିତ ପାତ୍ର (Dr.Sambit Patra) କହିଛନ୍ତି ଏପରି ଠଗବନ୍ଧନ ବୈଠକ (Thug Bandhan Meeting) ସମୟ ସମୟରେ ହୋଇଥାଏ। ଏଥିରେ ସାମିଲ ହେଉଥିବା ଲୋକ ବୈଠକରେ ହାତ ଧରି  ଏକାଠି ହେଉଥିବା ବେଳେ ଅଲଗା ଅଲଗା ହୋଇ ନିର୍ବାଚନ ଲଢିଥାନ୍ତି। ସେମାନଙ୍କ ନିକଟରେ ନେତୃତ୍ୱ ସଂକଟ ରହିଛି। 

Also Read: ଗୃହମନ୍ତ୍ରୀଙ୍କୁ ଜବାବ ମାଗିଲା 'Saamana'; BJP କହିଲା ନାଟକ ବନ୍ଦ କରୁ Shivsena

 

ଏନସିପି ପକ୍ଷରୁ ଆୟୋଜିତ ହୋଇଥିବା ଏହି ବୈଠକରେ ଯୋଗ ଦେଇନାହାଁନ୍ତି ସହଯୋଗୀ ଶିବସେନା (Shivsena) ଏବଂ କଂଗ୍ରେସ (Congress)। ଏହି ୩ ଦଳଙ୍କୁ ନେଇ ଗଠିତ ମହାବିକାଶ ଅଘାଡି (Maha Vikas Aghadi)  ସରକାର ଏବେ ମହାରାଷ୍ଟ୍ରରେ (Maharastra) ସରକାର ଗଠନ କରିଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ମୁଁ କୌଣସି ପ୍ରସଙ୍ଗରୁ ନିଜେ ଦୂରେଇ ଯିବାକୁ ଚାହୁଁନାହିଁ କିମ୍ବା ଅନ୍ୟ କିଏ ଦୂରେଇ ଯାଉ ତାହା ମଧ୍ୟ ଚାହୁଁନି। ଦିଲ୍ଲୀ ଯେଉଁ ବୈଠକ ଅନୁଷ୍ଠିତକ ହୋଇଛି  ଉପଯୁକ୍ତ ସମୟ ଆସିଲେ ତାହା ଉପରେ ଚର୍ଚ୍ଚା କରାଯିବ। 

ରାଷ୍ଟ୍ରମଞ୍ଚ (Rashtra Manch) ବୈଠକରେ ଅନୁପସ୍ଥିତ ରହିବା ଘଟଣାରେ ପ୍ରତିକ୍ରିୟା ରଖି ଶିବସେନା ନେତା (Shivsena Leader) ସଞ୍ଜୟ ରାଉତ (Sanjay Raut) କହିଛନ୍ତି ପାୱାର ସାହେବ ହେଉଛନ୍ତି ଜଣେ ବଡ ନେତା। ତାଙ୍କ ଠାରୁ ଲୋକ ରାଜନୀତି, ଅର୍ଥନୀତି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ପରାମର୍ଶ ନେଇଥାନ୍ତି। ହେଲେ ଏନସପି ପକ୍ଷରୁ ଆୟୋଜିତ ହେଉଥିବା ଏହି ବୈଠକକୁ ମୁଁ ବିରୋଧି ଦଳ ବୈଠକ ଭାବେ ଗ୍ରହଣ କରୁନାହିଁ। କାରଣ ଏହି ସଭାରେ ସମାଜବାଦ ପାର୍ଟିକୁ ଛାଡି ବିଏସପି (BSP), ୱାଇଏସଆରସିପି (YSRCP), ଟିଡିପି (TDP), ଟିଆରଏସ (TRS) ଭଳି ଦଳ ଯୋଗ ଦେଇନାହାଁନ୍ତି।

Also Read: ସଂସଦରେ ଉଠିଲା ମହାରାଷ୍ଟ୍ର ପ୍ରସଙ୍ଗ; ମୁହାଁମୁହିଁ BJP-Maha Vikas Aghadi

 

ସମାଜବାଦ ପାର୍ଟି ନେତା ତଥା ରାଷ୍ଟ୍ରମଞ୍ଚ ସଂଯୋଜକ (Rashtra Manch Coordinator) ଘନଶ୍ୟାମ ତିୱାରୀ କହିଛନ୍ତି ଟିଏମସ ନେତା ଯଶୋୱନ୍ତ ସିହ୍ନା ଏପରି ମେଣ୍ଟର ପରିକଳ୍ପନା କରିଥିଲେ। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ରହିଥିବା ସରକାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ପ୍ରସଙ୍ଗରେ କାର୍ଯ୍ୟ କରୁନାହିଁ। ଏହି କାମ ପାଇଁ ସେମାନଙ୍କ ନିକଟରେ ସେପରି ନେତୃତ୍ୱ ନାହିଁ। ଦେଶ ପାଇଁ ଭଲ ଚିନ୍ତାଧାରା ଥିବା ସମସ୍ତ ଲୋକ ଏକ ନୂତନ ଚିନ୍ତାଧାରା ସହିତ ଏକାଠି ହେଉଛନ୍ତି।

Also Read: ସହରର ନାଁ ବଦଳାଇବାକୁ ନେଇ ମୁହାଁମୁହିଁ ଶିବସେନା-କଂଗ୍ରେସ, ବିଜେପି କହିଲା ଲୋକ ଦେଖାଣିଆ

 

ଗତ ୨୦୧୮ ବର୍ଷରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶୋୱନ୍ତ ସିହ୍ନା ରାଷ୍ଟ୍ରମଞ୍ଚ ଗଠନ କରିଥିଲେ। ଯାହାରା ଉଦ୍ଦେଶ୍ୟ ରହିଥିଲା ଦେଶର ଆର୍ଥିକ ରାଜନୈତିକ, ସାମାଜିକ ସ୍ଥିତି ଉପରେ ଚର୍ଚ୍ଚା କରିବା। ଏହି ମଞ୍ଚରେ ବିଭିନ୍ନ ବିରୋଧି ଦଳର ନେତାଙ୍କ ସହ ବିଭିନ୍ନ ବର୍ଗର ଅଣ ରାଜନୈତିକ ବ୍ୟକ୍ତିବିଶେଷ ମଧ୍ୟ ସେମାନଙ୍କ ମତାମତ ରଖିପାରିବେ। ଏହାର ସହଯୋଗରେ ତୃତୀୟ ମୋର୍ଚ୍ଚା ଗଠନ କରାଯାଇପାରେ ବୋଲି ଆଲୋଚନା ହେଉଛି। କାରଣ ଏହା ମାଧ୍ୟମରେ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କ ବିଭିନ୍ନ ନୀତି ଉପରେ ଏବେ ମଞ୍ଚରେ ବିତର୍କ କରାଯାଉଛି।