ନିର୍ବାଚନ ହାରିବାକୁ ନେଇ ସହଜେ ଗ୍ରହଣ କରିପାରିନଥିବା ଏନସିପି ସମର୍ଥକ ଦଳୀୟ କାର୍ଯ୍ୟାଳୟ ଉପରେ ପଥର ମାଡ଼ କରିବାକୁ ପଛେଇ ନାହାଁନ୍ତି।
Trending Photos
ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ବାଚନରେ ମାତ୍ର ଗୋଟିଏ ଭୋଟରେ ନିର୍ବାଚନ ହାରିଯାଇଛନ୍ତି ଏନସିପି ବିଧାୟକ ଶଶିକାନ୍ତ ଶିନ୍ଦେ। ନିର୍ବାଚନରେ ହାରିବା ପରେ ଏହାକୁ ନେଇ ନାରାଜ ହୋଇଉଠିଛନ୍ତି ଏନସିପି ବିଧାୟକଙ୍କ ସମର୍ଥକ। ନିର୍ବାଚନ ହାରିବାକୁ ନେଇ ସହଜେ ଗ୍ରହଣ କରିପାରିନଥିବା ଏନସିପି ସମର୍ଥକ ସତାରା ସହରସ୍ଥିତ ଦଳୀୟ କାର୍ଯ୍ୟାଳୟ ଉପରେ ପଥର ମାଡ଼ କରିବାକୁ ପଛେଇ ନାହାଁନ୍ତି।
କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଗତ ମଙ୍ଗଳବାର ଘୋଷିତ ହୋଇଥିଲ। ଏହି ନିର୍ବାଚନରେ ଦୟାନଦେବ ରଞ୍ଜାଣେ ଏନସିପି ବିଧାୟକ ଶଶିକାନ୍ତ ଶିନ୍ଦେଙ୍କୁ ମାତ୍ର ଗୋଟିଏ ଭୋଟରେ ହରାଇ ଦେଇଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ସତାରା ପୋଲିସ ଅଧିକ୍ଷକ ଅଜୟ କୁମାର ଶିନ୍ଦେ କହିଛନ୍ତି ଶଶିକାନ୍ତ ଶିନ୍ଦେଙ୍କ ୭-୮ ଜଣ ସମର୍ଥକଙ୍କୁ ଅଟକ ରଖାଯାଇଛି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ପ୍ରତି ସେ ଅତ୍ୟନ୍ତ ବିଶ୍ୱସ୍ତ ବୋଲି ଦଳୀୟ ବିଧାୟକ ଶିନ୍ଦେ କହିଛନ୍ତି।
Also Read: ShivSena ପଚାରିଲା ପ୍ରଶ୍ନ; ନିର୍ବାଚନ ପୂର୍ବରୁ କାହିଁକି ବିପଦଗ୍ରସ୍ତ ହେଉଛି ହିନ୍ଦୁତ୍ୱ?
ଶଶିକାନ୍ତ ସିନ୍ଦେ କହିଛନ୍ତି ମୁଁ ଏହି ନିର୍ବାଚନରେ ଗୋଟିଏ ଭୋଟରେ ହାରିଛି ଏବଂ ଏହି ପରାଜୟକୁ ଗ୍ରହଣ କରାଯିବା ଉଚିତ। ମୋ ପାଇଁ ଏନସିପି ଶରଦ ପାୱାର ଏବଂ ଅଜିତ ପାୱାର ସବୁକିଛି। ମୋର ପରାଜୟ ପଛରେ କିଛି ଷଡଯନ୍ତ୍ର ରହିଛି ଏବଂ ଏହି ଷଡଯନ୍ତ୍ର ଆଗାମୀ ଦିନରେ ପର୍ଦ୍ଦାଫାଶ ହେବ। ହଙ୍ଗମା ସୃଷ୍ଟି ନକରିବାକୁ ଶିନ୍ଦେ ତାଙ୍କ ସମର୍ଥକଙ୍କୁ ମଧ୍ୟ ନିବେଦନ କରିଛନ୍ତି।
ମୁଁ ମୋର ସମର୍ଥକଙ୍କ ପକ୍ଷରୁ ଶରଦ ପାୱାର, ଅଜିତ ପାୱାର ଏବଂ ସୁପ୍ରିୟା ସୁଲେଙ୍କୁ କ୍ଷମା ମାଗୁଛି। ମୋର ପରାଜୟ ହେତୁ ସେମାନେ ହୁଏତ କ୍ରୋଧରେ ଏହା କରିଥିବେ। ଯେତେବେଳେ ଏହି ପରାଜୟ ବିଷୟରେ ଏନସିପି ବିଧାୟକ ଶଶିକାନ୍ତ ସିନ୍ଦେ କହିଛନ୍ତିଙ୍କୁ ପଚରାଗଲା, ଏଥିପାଇଁ କିଏ ଦାୟୀ? ଏନେଇ ସେ କହିଥିଲେ ଏହାର ଉତ୍ତର ସେ ପରେ ଦେବେ।
Also Read: 'ଆମ ସହ ମେଣ୍ଟ କର ନହେଲେ ଏକୁଟିଆ ଲଢିବୁ ନିର୍ବାଚନ'
ଏନସିପି ବିଧାୟକ ଶଶିକାନ୍ତ ସିନ୍ଦେଙ୍କୁ ଛାଡି ଏହି ନିର୍ବାଚନରେ ଶିବସେନା ନେତା ତଥା ମହାରାଷ୍ଟ୍ରର ଗୃହମନ୍ତ୍ରୀ ଶମ୍ବୁରାଜେ ଦେଶାଇଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡି଼ଛି। ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ପଟନାକରଙ୍କ ପୁତ୍ର ସତ୍ୟଜିତ୍ ପଟନାକର ତାଙ୍କୁ ପରାସ୍ତ କରିଛନ୍ତି।