ଯଦି ଏହି ନିର୍ବାଚନ ଲାଗି ମେଣ୍ଟ ଗଠନ ହୁଏ ତାହଲେ ଏହା ଉଭୟ ଦଳ ପାଇଁ ଲାଭଦାୟକ ହେବ।
Trending Photos
ମୁମ୍ବାଇ: ମହାରାଷ୍ଟ୍ରରେ କ୍ଷମତାସୀନ ଥିବା ମହାବିକାଶ ଅଘାଡି଼ ସରକାରରେ ରହିଥିବା ଫାଟ ଏବେ ଧିରେ ଧିରେ ପଦାକୁ ଆସିଲାଣି। ଏହି ସରକାରରେ ସାମିଲ ଥିବା ଅଂଶୀଦାର ଦଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଭଳି ପରିସ୍ଥିତି ଉପୁଜିଛି।
ବର୍ତ୍ତମାନ ମେଣ୍ଟ ଗଠନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାବିକାଶ ଅଘାଡି଼ ସରକାରରେ (Maha Vikas Aghadi Govt) ସାମିଲ ଥିବା ଦୁଇ ପ୍ରମୁଖ ଅଂଶୀଦାର ଦଳ ଶିବସେନା (Shivsena), ଏନସିପି (NCP)। ସହଯୋଗୀ ଏନସିପି ଉଦ୍ଦେଶ୍ୟରେ ଚେତାବନୀ ଦେଇ ଶିବସେନା ପକ୍ଷରୁ କୁହାଯାଇଛି ଯଦି ପୁଣେ ମହାନଗର ନିର୍ବାଚନରେ (Pune Municipal Corporation Election) ଉଭୟ ଦଳ ମଧ୍ୟରେ ମେଣ୍ଟ ନହୁଏ ତାହେଲେ ଏକୁଟିଆ ନିର୍ବାଚନ ଲଢିବ ଶିବସେନା।
ଏନେଇ ପ୍ରତିକ୍ରିୟା ରଖି ଶିବସେନା ନେତା ସଞ୍ଜୟ ରାଉତ (Shivsena Leader Sanjay Raut) କହିଛନ୍ତି ଏହି ନିର୍ବାଚନ ପାଇଁ ହେବାକୁ ଥିବା ମେଣ୍ଟ ଗଠନ କରିବା ବାବଦରେ ଆମେ ଏନସିପି ମୁଖ୍ୟ (NCP Supremo) ଶରଦ ପାୱାର (Sarad Pawar) ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ (Maharashtra Deputy Chief Minister) ଅଜିତ ପାୱରଙ୍କ (Ajit Pawar) ସହ ଆଲୋଚନା କରିବୁ। ଯଦି ସେମାନେ ମେଣ୍ଟ ଗଠନ କରିବାକୁ ରାଜି ହୁଅନ୍ତି ତାହେଲେ ଏହା ଉଭୟ ଦଳ ପାଇଁ ଲାଭଦାୟକ ହେବ। ନହେଲେ ଆମେ ଏକୁଟିଆ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ରହିଛୁ।
Also Read: NCP ମୁଖ୍ୟଙ୍କୁ ନେଇ ଏପରି ବୟାନ ଦେଲେ Shiv Sena ନେତା; ସରଗରମ ହୋଇଉଠିଲା ରାଜ୍ୟ ରାଜନୀତି
ମହାବିକାଶ ଅଘାଡି ସରକାରର ସ୍ଥାୟୀତ୍ୱକୁ ନେଇ ଉଠୁଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଏହି ସରକାର ୩ ବର୍ଷର କାର୍ଯ୍ୟକାଳ ପୂରଣ କରିସାରିଛି। ଏହା ୫ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବ। ଆସନ୍ତା ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ଉଦ୍ଧବ ଠାକରେ। ଯଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ହୋଇପାରୁଛନ୍ତି ତାହଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କାହିଁକି ହୋଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ।