ନବୀନଙ୍କ T-21 ; 'ଜଗନ୍ନାଥ'ଙ୍କ ନାମରୁ ଆରମ୍ଭ, ଶପଥ ଉତ୍ସବରେ ଦେଖିବାକୁ ମିଳିଲା ସମର୍ପଣ ଓ ଭାଷା ସମ୍ମାନ
Advertisement

ନବୀନଙ୍କ T-21 ; 'ଜଗନ୍ନାଥ'ଙ୍କ ନାମରୁ ଆରମ୍ଭ, ଶପଥ ଉତ୍ସବରେ ଦେଖିବାକୁ ମିଳିଲା ସମର୍ପଣ ଓ ଭାଷା ସମ୍ମାନ

ଲୋକସେବା ଭବନରେ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ଗଣେଶୀ ଲାଲ ଗୋଟି ଗୋଟି କରି ନବନିଯୁକ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। 

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଶେଷରେ ବହୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦୀର୍ଘ ତିନି ବର୍ଷ ପରେ ଓଡିଶା କ୍ୟାବିନେଟରେ ବଡଧରଣର ପରିବର୍ତ୍ତନ ହୋଇଛି। ନବୀନ ମନ୍ତ୍ରିମଣ୍ଡଳର ସମୁହ ଇସ୍ତଫାର ୨୪ ଘଣ୍ଟା ନପୁରୁଣୁ ନୂଆ କ୍ୟାବିନେଟ ଗଠନ ହୋଇଛି। ରବିବାର ମଧ୍ୟାହ୍ନରେ ୨୧ ନୂଆ ମନ୍ତ୍ରୀଙ୍କ ଶପଥ ଉତ୍ସବ ଶେଷ ହୋଇଛି। ଦିନ ୧୧ଟା ୪୫ରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ଗଣେଶୀ ଲାଲ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। 

ଲୋକସେବା ଭବନରେ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ନୂତନ ମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ଗଣେଶୀ ଲାଲ ଗୋଟି ଗୋଟି କରି ନବନିଯୁକ୍ତ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ ୧୩ କ୍ୟାବିନେଟ ମନ୍ତ୍ରୀ ଓ ପରେ ୮ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ  ପଦ ଓ ଗୋପନୀୟତାର ଶପଥ ନେଇଥିଲେ।

Also Read:                                                                    
Odisha Cabinet Reshuffle : ଆଜି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସହ ବିଭାଗ ବଣ୍ଟନ, ଅନାଥ ହୋଇଗଲେ

ରବିବାର ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଧାୟକଙ୍କ ତାଲିକା:-

କ୍ୟାବିନେଟ୍ ମନ୍ତ୍ରୀ 
----------------

  • ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ 
  • ଟିଟିଲାଗଡ ବିଧାୟିକା ଟୁକୁନି ସାହୁ 
  • ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା 
  • ଝାରସୁଗୁଡା ବିଧାୟକ ନବ କିଶୋର ଦାସ
  • ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ୍
  • ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ 
  • ଆଳି ବିଧାୟକ ପ୍ରତାପ କେଶରୀ ଦେବ
  • କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ
  • ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ
  • ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ 
  • ବିସମକଟକ ବିଧାୟକ ଜଗନ୍ନାଥ ସାରକା
  • ଚିକିଟି ବିଧାୟିକା ଉଷା ଦେବୀ

ରାଷ୍ଟ୍ରମନ୍ତ୍ରୀ 
----------------

  • କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ
  • ବିଜେପୁର ବିଧାୟିକା ରିତା ସାହୁ
  • ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ
  • କାକଟପୁର ବିଧାୟକ ତୁଷାରକାନ୍ତି ବେହେରା
  • ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ 
  • ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର
  • ନିମାପଡା ବିଧାୟକ ସମୀର ରଞ୍ଜନ ଦାସ
  • ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

ସର୍ବପ୍ରଥମେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା ଶପଥ ନେଲେ। ବିସମକଟକ ବିଧାୟକଙ୍କ ନାମ ପ୍ରଭୁ ଜଗନ୍ନାଥଙ୍କ ନାମ ହୋଇଥିବାରୁ ତାଙ୍କ ଠାରୁ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ଶପଥ ଉତ୍ସବ ଆରମ୍ଭ ହୋଇଥିବା କୁହାଯାଉଛି। ୧୮ ଜଣ ମନ୍ତ୍ରୀ ଓଡିଆରେ ଶପଥ ନେଇଥିବା ବେଳେ ତିନି ଥରର ମନ୍ତ୍ରୀ ଉଷା ଦେବୀ ଓ ଇଞ୍ଜିନିୟର ରୋହିତ ପୂଜାରୀ ଇଂରାଜୀରେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ।  

ଅନ୍ୟପଟେ ଶପଥ ନେବା ପୂର୍ବରୁ କିଛି ବିଧାୟକ, ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ ନେଇଥିବା ଦେଖିବାକୁ ମଳିଛି। ବିଧାୟକ ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ ଓ ବାସନ୍ତୀ ହେମ୍ବ୍ରମ ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେଇଥିଲେ। କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ତଥା ନବୀନଙ୍କ ନୂଆ ମନ୍ତ୍ରୀ ଶପଥ ନେଲା ବେଳେ ଅଟକିଯାଇଥିଲେ। ଶବ୍ଦ ଉଚ୍ଚାରଣ ବେଳେ ସେ ଅଟକି ଯାଇଥିଲେ।