Dhamnagar Bypoll: ଘମାଘୋଟ ଲଢ଼େଇ ପରେ ବି ଧାମନଗର ଜିତି ପାରିବନି ଏହି ଦଳ, ଜାଣନ୍ତୁ କଣ କହୁଛି ଟ୍ରାକ୍ ରେକର୍ଡ
Advertisement
Article Detail0/zeeodisha/odisha1379681

Dhamnagar Bypoll: ଘମାଘୋଟ ଲଢ଼େଇ ପରେ ବି ଧାମନଗର ଜିତି ପାରିବନି ଏହି ଦଳ, ଜାଣନ୍ତୁ କଣ କହୁଛି ଟ୍ରାକ୍ ରେକର୍ଡ

Dhamnagar Bypoll: ଧାମନଗର ଉପରନିର୍ବାଚନରେ ଏଥର ଲଢେଇ ଯୋରଦାର ହେବ। ପାରମ୍ପାରୀକ ଭାବେ ତିନୋଟି ଦଳ ମୁହାଁମୁହିଁ ହେବେ କିନ୍ତୁ ଗୋଟିଏ ଦଳ ବାଜିମାରିନେବ। ତେବେ କେଉଁ ଦଳ ଜିତିବ ଧାମନଗର, କିଏ ହେବ ବିଷ୍ଣୁ ସେଠୀଙ୍କ ବିକଳ୍ପ? ତାହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଚାଲିଛି।

Dhamnagar Bypoll: ଘମାଘୋଟ ଲଢ଼େଇ ପରେ ବି ଧାମନଗର ଜିତି ପାରିବନି ଏହି ଦଳ, ଜାଣନ୍ତୁ କଣ କହୁଛି ଟ୍ରାକ୍ ରେକର୍ଡ

Dhamnagar By poll, ଭଦ୍ରକ: ଗତ କିଛି ଉପନିର୍ବାଚନକୁ ଦେଖିଲେ ସ୍ପଷ୍ଟ ଭାବେ ଜାଣିହୁଏ ଯେ, ଯେତେ ଯାହା ଉଦ୍ୟମ କଲେ ବି ଶାସକ ବିଜେଡି (BJD) ହିଁ ବିଜୟଲାଭ କରେ। ବିରୋଧୀ ଯେତେ ଦମ ଲଗାନ୍ତୁ ଶାସକ ଦଳକୁ ଯେତେ ପ୍ରକାର ଢଙ୍ଗରେ ଶାଣିତ ଆକ୍ରମଣ କରନ୍ତୁ,କିଛି ବି କାମ ଦିଏନି!ଏପରିକି ଶାସକ ଦଳ ବିରୋଧରେ ଯେତେ ଦୁର୍ନୀତିର କଥା ନେଇ ବିରୋଧୀ ଲୋକଙ୍କ ପାଖକୁ ଯାଆନ୍ତୁ କିମ୍ବା ଅନୁକମ୍ପାମୂଳକ ଭୋଟ ପାଇବାକୁ ଯୋଜନା କରନ୍ତୁ ନବୀନଙ୍କ ବିରୋଧରେ ଏସବୁ କିଛି କାଟୁ କରେନି। ଏ ସବୁ କଥା କହିବାର ଉଦେଶ୍ୟ ହେଲା ଯେ, ବର୍ତ୍ତମାନ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। (Bypoll Election Result) ତାରିଖ ଘୋଷଣା ହେବା ସହ ରାଜନୈତିକ ବୟାନବାଜି ମଧ୍ୟ ତୀବ୍ର ହୋଇଛି। 

ଆଗରୁ ଧାମନଗର ଆସନ ବିଜେପି (BJP) ହାତରେ ଥିଲା। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ (Bishnu Sethy) ଦେହାନ୍ତ ପରେ ଧାମନଗରରେ ଉପନିର୍ବାଚନ ହେଉଛି। ବିଷ୍ଣୁ ସେଠୀଙ୍କର ନିର୍ବାଚନ ମଣ୍ଡଳୀର ଭଲ ଦବଦବା ଥିଲା। ଏପରିକି ନିଜର ମଜଳିଆ ସ୍ଵଭାଵ ଓ କବିସୁଲଭ ଗୁଣ ପାଇଁ ସେ ବେଶ ଲୋକପ୍ରିୟ ଥିଲେ। ଏପରିକି ତାଙ୍କ ପୁଅ ଯଦି ପ୍ରାର୍ଥୀ ହୁଏ ତେବେ ଅନୁକମ୍ପାର କଥା ବି ଶୁଣିବାକୁ ମିଳୁଛି। କିନ୍ତୁ ଏତେ ସବୁ ପରେ ବି ବିଜେପି କଣ ସେହି ଆସନ ପୁଣିଥରେ ଫେରିପାଇବ ତାକୁ ନେଇ ପ୍ରଶ୍ନ ଉଠିଛି। କାହିଁକି ନା ନିକଟ ଅତୀତର ଟ୍ରାକ ରେକର୍ଡ ଦେଖିଲେ ଏହା ସ୍ପଷ୍ଟ ଯେ, ସବୁ ଗଣିତକୁ ଓଲଟପାଲଟ କରି ବିଜେଡି ହିଁ ବିଜୟ ବାନା ଉଡାଇ ଦିଏ। ଏପରିକି ବିଜେପିର କେନ୍ଦ୍ରୀୟ, ରାଜ୍ୟସ୍ତରର ଯେତେ ଶକ୍ତିଶାଳୀ ନେତା ଯେତେ ଉଦ୍ୟମ କଲେ ବି ଦଳୀୟ ପ୍ରାର୍ଥୀ ଜିତିବା ସମ୍ଭବ ହୁଏନି। ତାର ଜ୍ୱଳନ୍ତ ଉଦାହରଣ ହେଲା ଗତ କିଛି ଦିନ ତଳେ ଯାଇଥିବା ବାଲେଶ୍ୱର ସଦର ଉପନିର୍ବାଚନ। ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ତାଙ୍କ ପୁଅଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିଥିଲା। ଏଥିରେ ଜିତିବାକୁ ବହୁ ଉଦ୍ୟମ ବି ହୋଇଥିଲା, କିନ୍ତୁ ବିଜେଡି ବିପୁଳ ଭୋଟରେ ବାଜି ମାରିଲା। ଖାଲି ସେତିକି ନୁହେଁ ଗତ କିଛି ବର୍ଷ ମଧ୍ୟରେ ଯେକୌଣସି ଉପନିର୍ବାଚନ ଯଥା ବିଜେପୁର, ବାଲେଶ୍ୱର,ତିର୍ତ୍ତଲ, ବ୍ରଜରାଜନଗର ସବୁଆଡେ ବିଜେଡି ହିଁ ଜିତିଛି। 

Also Read: Dhamnagar By-Election Date: ନଭେମ୍ବରରେ ଧାମନଗର ଉପ-ନିର୍ବାଚନ, ECI ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ସୁତରାଂ ବିଜେପୁରର ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ପ୍ରଥମ ଉପନିର୍ବାଚନରେ (Bijepur Bypoll) ତାଙ୍କ ପତ୍ନୀ ରିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ବିଜେପି ତାଙ୍କ ବିରୋଧରେ ସମସ୍ତ ଶକ୍ତି ଖଟାଇ ମଧ୍ୟ ବିଫଳ ହୋଇଥିଲା। ପରବର୍ତୀ ପର୍ଯ୍ୟାୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ସେ ସିଟରେ ଲଢ଼ି ଜିତିବା ଓ ପରେ ପୁଣି ଉପନିର୍ବାଚନ ରେ ରିତା ସାହୁ ପ୍ରାର୍ଥୀ ହୋଇ ଜିତିଥିଲେ। ବର୍ତମାନ ସେ ନବୀନଙ୍କ ମନ୍ତ୍ରୀ ପରିଷଦରେ ଜଣେ ମନ୍ତ୍ରୀ ଭାବରେ ଅବସ୍ଥାପିତ ଅଛନ୍ତି। ଏପରିକି କେନ୍ଦ୍ରାପଡା ଜିଲ୍ଲା ପାଟକୁରାରେ ପୂର୍ବତନ ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ନିର୍ବାଚନ ହୋଇଥିଲା। ସେଠି ରାଜ୍ୟ ରାଜନୀତିର ପ୍ରମୁଖ ଚେହେରା ବିଜୟ ମହାପାତ୍ର ବିଜେପି ପ୍ରାର୍ଥୀ ହୋଇ ଦଳ ସମସ୍ତ ଶକ୍ତି ଖଟାଇ ମଧ୍ୟ ବହୁ ଭୋଟ ରେ ହାରିଥିଲେ। ଏବେ କିଛି ଦିନ ତଳେ ସରିଥିବା ବ୍ରଜରାଜନଗର (Brajarajnagarar Bypoll Result) ଉପନିର୍ବାଚନରେ ବିଜେପି ଅମାନତ ହରାଇଥିଲା। ସେଠି ପୁଣି ପ୍ରାର୍ଥୀ ଥିଲେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା। ଦଳର ସବୁ ଉଦ୍ୟମ ସତ୍ୱେ ମଧ୍ୟ ଦ୍ଵିତୀୟ ସ୍ଥାନ ବଦଳରେ ତୃତୀୟ ସ୍ଥାନରେ ରହି ଦଳ  ଅମାନତ ହରାଇଲା ଏବଂ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ରହିଲା। ତେଣୁ ପୁରୁଣା ଟ୍ରାକ ରେକର୍ଡ଼କୁ ଦେଖିଲେ ବିଜେଡିର ବିଜୟ ହିଁ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି।

 ଏବେ ରହିଲା ଭାବି ଦଳର ବିଜୟ ନେଇ ଦୃଢୋକ୍ତି ର କଥା। ସବୁ ଉପନିର୍ବାଚନ (Dhamnagar Bypoll Election) ପୂର୍ବରୁ ବିଜେପି ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରେ। ଅବଶ୍ୟ କଂଗ୍ରେସ ବି ଜିତିବା ନେଇ ଦୃଢୋକ୍ତି ପ୍ରକାଶ କରିଥାଏ ବିଜେଡି ମଧ୍ୟ। କିନ୍ତୁ ଶେଷରେ ବିଜେଡି ହିଁ ଜିତେ। ଏପରିକି ଜିତିବା ବ୍ୟବଧାନ କେତେ ରହିବ ତାହା ମଧ୍ୟ ଶାସକ ଦଳର ନେତା ଆଗୁଆ କହି ଦିଅନ୍ତି। ତେଣୁ ସମୀକ୍ଷକ ମାନଙ୍କ କହିବା କଥା ବିଜେପି ଓ କଂଗ୍ରେସ ବିଜେଡିକୁ ଟକ୍କର ଦେଇ ନ ପାରିବା ଓ ହାରିବା ନେଇ ପ୍ରାୟ ନିଶ୍ଚିତ ଥାନ୍ତି। କେବଳ କଥାରେ ଜିତିବା କଥା କହୁଥାନ୍ତି। ବିଜେଡିର ଜିତିବା ଓ ବିରୋଧୀ ଚିତପଟାଙ୍ଗ ମାରିବାର କିଛି କାରଣ ସମ୍ପର୍କରେ ବି ଚର୍ଚ୍ଚା ହେଉଛି। ବିଜେଡି ଜିତିବାର ମୂଳ କାରଣ ସମ୍ପର୍କରେ ଯାହା ଚର୍ଚ୍ଚା ହୁଏ ସେଥିରୁ ପ୍ରମୁଖ ହେଲା ମାଇଣ୍ଡସେଟ। ....ବିଜେଡି କଣ ହାରିବ? ଏ କଥା ଲୋକଙ୍କ ମୁଣ୍ଡରେ ଓ ବିରୋଧୀଙ୍କ ମୁଣ୍ଡରେ ବି ପଶିଛି ବୋଲି ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ନବୀନଙ୍କ (Naveen) ଲୋକପ୍ରିୟତା, ଦଳରେ ଶୃଙ୍ଖଳା, ବହୁ ଦିନ ଶାସନରେ ରହିବା ଯୋଗୁ ବହୁ କର୍ମୀ ନେତା ବିଜେଡି ସହ ହିଁ ଯୋଡି ହୋଇ ରହିଛନ୍ତି। 

Also Read: Dhamnagar By-Poll: କିଏ ହେବେ ବିଷ୍ଣୁଙ୍କ ବିକଳ୍ପ? ECIର ବିଜ୍ଞପ୍ତି ପରେ ଉଠୁଛି-ପଡୁଛି ଧାମନଗର

ବିରୋଧୀ ବିକଳ୍ପ ଭାବେ ଉଭା ହୋଇ ନ ପାରିବାରୁ ଅସନ୍ତୋଷ ଥିଲେ ମଧ୍ୟ ବିଜେଡି ସହ ହିଁ ସମସ୍ତେ ଯୋଡି ହୋଇ ରହିଛନ୍ତି। ତା ସହିତ ବିଜେଡି ନେତା କର୍ମୀଙ୍କ ଝାଲବୁହା ପରିଶ୍ରମ ବି ବିଜେଡି ବିଜୟର ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏପରିକି ବିଜେଡିର ଦାଇତ୍ୱ ନେଇଥିବା ନେତା ଦଳୀୟ ପ୍ରାର୍ଥୀ ନ ଜିତିବା ପର୍ଯ୍ୟନ୍ତ ନିଶ୍ୱାସ ବି ଭଲ ଭାବେ ନେଇ ନ ଥାନ୍ତି ବୋଲି ଚର୍ଚ୍ଚା ହୁଏ। ଏପରିକି ଯିଏ ଯେଉଁ ଅଞ୍ଚଳ ଦାୟିତ୍ୱରେ ଥାଏ ସେ କିଭଳି ପ୍ରଦର୍ଶନ କଲା ତା ଉପରେ ନେତୃତ୍ବର ନଜର ଥାଏ। ଭୋଟ ଦାନ ଶେଷ ହୋଇ ଫଳାଫଳ ଘୋଷଣା(Election Result ) ହେବା ପର୍ଯ୍ୟନ୍ତ ବିଜେଡି ନେତା ତତ୍ପର ରହିଥାନ୍ତି। କିନ୍ତୁ ବିରୋଧୀ ନେତାମାନେ କେବଳ ଫୁଲଫାଙ୍କିଆ ପ୍ରଚାର କରିଦେଲେ କାମ ସରିଲା ବୋଲି ଭାବି ନିଅନ୍ତି ବୋଲି ଚର୍ଚ୍ଚା ହୁଏ। ତେଣୁ ଏଥର ଏହି ଧାରା ଯେ କିଛି ପରିବର୍ତ୍ତନ ହେବ ସେଭଳି କିଛି ଦେଖାଯାଉନି ବୋଲି ଚର୍ଚ୍ଚା ହେଉଛି।