Odisha Election 2024: ବିଜେପି ଓଡି଼ଶାରେ ସରକାର କରିବ, ନିଯୁକ୍ତି ଓ ରୋଜଗାର ଯୋଗାଇବ; ଯୁବମୋର୍ଚ୍ଚା
Advertisement

Odisha Election 2024: ବିଜେପି ଓଡି଼ଶାରେ ସରକାର କରିବ, ନିଯୁକ୍ତି ଓ ରୋଜଗାର ଯୋଗାଇବ; ଯୁବମୋର୍ଚ୍ଚା

Odisha Election 2024: କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସମେତ ପୂର୍ବତନ ସାଂସଦ ତଥା ପୂର୍ବତନ ଜାତୀୟ ଜନଜାତି କମିଶନ୍ ଉପାଧ୍ୟକ୍ଷ ଅନନ୍ତ ନାୟକ ଏବଂ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଯୋଗ ଦେଇଥିଲେ।

ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Election 2024: କେନ୍ଦୁଝର ଜିଲ୍ଲା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବୀର ଦାଶଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ଯୁବମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସମେତ ପୂର୍ବତନ ସାଂସଦ ତଥା ପୂର୍ବତନ ଜାତୀୟ ଜନଜାତି କମିଶନ୍ ଉପାଧ୍ୟକ୍ଷ ଅନନ୍ତ ନାୟକ ଏବଂ କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଯୋଗ ଦେଇଥିଲେ। ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ ଉପ ସଭାପତି ପ୍ରକାଶ ମଲ୍ଲିକ, ରାଜ୍ୟ ସଂଯୋଜକ ପ୍ରିତମ ରୋଷନ୍ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା ଏବଂ ରୁଦ୍ର ପ୍ରସାଦ ବେହେରା, ଉପ ସଭାପତି ଅଶ୍ୱିନୀ ମହାନ୍ତ, ଆକାଶ ସାହୁ ଏବଂ ଅନିଦ୍ୟ ବେହେରା, ସମ୍ପାଦକ ସଚ୍ଚିଦାନନ୍ଦ ବେହେରା, ଵୁବୁ ସାହୁ, ରୁପେଶ ରଣା ପ୍ରମୁଖ ଉପସ୍ଥିତ ଥିଲେ। 

ଏଥି ସହିତ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି, ସାଧାରଣ ସମ୍ପାଦକ, ପ୍ରଭାରୀ ଏବଂ ବିଧାନସଭା ସଂଯୋଜକ ଏବଂ ପ୍ରଭାରୀ ଯୋଗ ଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ମୁଦ୍ଦାରେ ଶାସକ ବିଜୁ ଜନତା ଦଳକୁ ଘେରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ଜିଲ୍ଲାବାସୀଙ୍କ ସ୍ବାର୍ଥ ପାଇଁ ଭାରତୀୟ ଜନତା ପାର୍ଟିକୁ ବିଜୟୀ କରାଇବା ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ବିଶେଷ ରଣନୀତି ପ୍ରସ୍ତୁତ କରାଯାଇଛି। ଏଥି ସହିତ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଖୁବ୍ ଶୀଘ୍ର ଜିଲ୍ଲାର ଅନେକ ବିଜେଡି ଯୁବ କର୍ମୀ ବିଜେପିରେ ସାମିଲ ହେବେ ଏବଂ କେନ୍ଦୁଝର ଜିଲ୍ଲାର ବିକାଶ ପାଇଁ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର୍ ସହିତ କେନ୍ଦୁଝର ଜିଲ୍ଲାରେ ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ବିଜୟୀ କରାଇବା ଲକ୍ଷ୍ୟରେ ବୈଠକରେ ଆଲୋଚନା ହେଲା। ସବୁ ପଞ୍ଚାୟତ ସ୍ତରରେ ଯୁବମୋର୍ଚ୍ଚା ସମ୍ମିଳନୀ ଆୟୋଜିତ କରିବା ପାଇଁ ବୈଠକରେ ସ୍ଥିରୀକୃତ ହୋଇଛି।