BJD Candidate: କଣ୍ଟାବାଂଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ, ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ
Advertisement
Article Detail0/zeeodisha/odisha2208054

BJD Candidate: କଣ୍ଟାବାଂଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ, ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ

ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିବା ବେଳେ କଣ୍ଟାବାଂଜିରୁ ନିର୍ବାଚନ ଲଢିବେ ନବୀନ। 

BJD Candidate: କଣ୍ଟାବାଂଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ, ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ

BJD Candidate:  ଭୁବନେଶ୍ୱର: ଆଜି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ ବା ବିଜେଡି। କଣ୍ଟାବାଂଜିରୁ ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରୀୟା ନାୟକ, ପଦ୍ମପୁରରି ବର୍ଷାସିଂହ ବରିହା ପ୍ରାର୍ଥୀ ହୋଇଛନ୍ତି। ସେହିପରି  ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ସୂଚନା ମିଳିଥିଲା। ତେଣୁ ସମ୍ବଲପୁର ଏବଂ ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ଅଦଳବଦଳ କରାଯାଇଛି। ରେଢାଖୋଲରୁ ଦଳ ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ରୋହିତଙ୍କୁ ପ୍ରସନ୍ନଙ୍କ ଆସନ ଏବଂ ପ୍ରସନ୍ନଙ୍କୁ ରୋହିତଙ୍କ ଆସନରେ ପ୍ରାର୍ଥୀ କରାଯାଇଛି। ପ୍ରସନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବାସ ନବୀନ ନିବାସରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଥିଲେ। ଏବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଅଦଳବଦଳ କରାଯାଇଛି।

ନଜର ପକାନ୍ତୁ ପୂରା ତାଲିକା ଉପରେ...

ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ପଦ୍ମପୁର- ଶ୍ରୀମତୀ ବର୍ଷା ସିଂହ ବରିହା
କଣ୍ଟାବାଂଜି-ନବୀନ ପଟ୍ଟନାୟକ
କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
ଦେଓଗଡ଼- ଅରୁନ୍ଧତୀ କୁମାରୀ ଦେବୀ
ଅନୁଗୋଳ- ସଞ୍ଜୁକ୍ତା ସିଂହ
ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଡ. ଇନ୍ଦିରା ନନ୍ଦ