Sonali Sahu Joins Congress: ବିଜେପିକୁ ମହିଳା ବିରୋଧୀ କହି କଂଗ୍ରସରେ ସାମିଲ ହେଲେ ସୋନାଲି ସାହୁ
Advertisement
Article Detail0/zeeodisha/odisha2189211

Sonali Sahu Joins Congress: ବିଜେପିକୁ ମହିଳା ବିରୋଧୀ କହି କଂଗ୍ରସରେ ସାମିଲ ହେଲେ ସୋନାଲି ସାହୁ

Sonali Sahu Joins Congress: ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, AICC  ଓଡ଼ିଶା ମିଡ଼ିଆ ପ୍ରଭାରୀ ବୋବିତା ଶର୍ମା ଏବଂ AICC ସାମାଜିକ ଗଣ ମାଧ୍ୟମ ଓଡିଶା ପ୍ରଭାରୀ ସୁମିତ ଦୁବେଙ୍କ ଉପସ୍ଥିତିରେ ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।

 

Sonali Sahu Joins Congress

ଭୁବନେଶ୍ୱର: ଏକଦା ଭାରତୀୟ ଜନତା ପାର୍ଟିର ମୁଖପାତ୍ର ସାଜିଥିବା ସୋନାଲି ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ଦଳୀୟ ସଭାପତିଙ୍କୁ ପଠାଇଥିବା ପତ୍ରରେ ସୋନାଲି କହିଛନ୍ତି ଦଳ ମହିଳାଙ୍କ ସ୍ୱାର୍ଥ ବିରୋଧୀ ହୋଇଛି। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା ବି ଦଳରେ କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି।

ସୋନାଲି ସାହୁ ନିଜର ଇସ୍ତଫାପତ୍ରରେ ଲେଖିଛନ୍ତି, ‘ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।

ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, AICC  ଓଡ଼ିଶା ମିଡ଼ିଆ ପ୍ରଭାରୀ ବୋବିତା ଶର୍ମା ଏବଂ AICC ସାମାଜିକ ଗଣ ମାଧ୍ୟମ ଓଡିଶା ପ୍ରଭାରୀ ଡ. ସୁମିତ ଦୁବେଙ୍କ ଉପସ୍ଥିତିରେ ବିଜେପି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ।