ଲୋକଙ୍କୁ ସମୁଦ୍ର କୂଳରୁ ମନ୍ଦିରକୁ ନେବାକୁ ହେବ
Trending Photos
Goa CM Pramod Sawant: ଜ୍ଞାନବ୍ୟାପୀ ମସଜିଦ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଏନେଇ ସେ କହିଛନ୍ତି ଅତୀତରେ ନଷ୍ଟ ହୋଇଥିବା ସମସ୍ତ ମନ୍ଦିରର ପୁନଃନିର୍ମାଣ ହେବା ଆବଶ୍ୟକ। ଏନେଇ ଗୋଆ ସରକାରଙ୍କ ପକ୍ଷରୁ ରାଜ୍ୟରେ ପର୍ତ୍ତୁଗୀଜ ଶାସନ ସମୟରେ ଭଙ୍ଗା ଯାଇଥିବା ମନ୍ଦିରର ପୁନରୁଦ୍ଧାର ପାଇଁ ପାଣ୍ଠି ପ୍ରଦାନ କରିବାକୁ ଯାଉଛି।
ରାଜ୍ୟର ପର୍ଯ୍ୟଟନ ସଂସ୍କୃତିକୁ ଆଗେଇ ନେବା ପାଇଁ ସରକାର ପ୍ରୟାସ କରୁଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ। ଏହା ସହିତ ଲୋକଙ୍କୁ ମନ୍ଦିର ଯିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗତ ଶନିବାର ରାଷ୍ଟ୍ରୀୟ ସ୍ୱୟଂସେବକ ପକ୍ଷରୁ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେ।
ପ୍ରାୟ ୪୫୦ ବର୍ଷ ଧରି ଗୋଆ ପର୍ତ୍ତୁଗାଲ ଶାସନାଧିନ ଥିଲା। ଏହି ସମୟରେ ହିନ୍ଦୁ ସଂସ୍କୃତି ନଷ୍ଟ କରାଯିବା ସହ ଅନେକ ଲୋକଙ୍କ ଧର୍ମାନ୍ତରଣ କରାଯାଇଥିଲା। ଆମେ ତାହାର ନବୀକରଣ କରିବାକୁ ଯାଉଛୁ। ମୋର ବିଶ୍ୱାସ ଯେ, ଯେଉଁ ଠାରେ ମନ୍ଦିର ଭଙ୍ଗା ଯାଇଛି ତାହାର ପୁନ ନିର୍ମାଣ କରାଯିବା ଆବଶ୍ୟକ। ଗୋଆ ସରକାର ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଗ୍ରାମରେ ଗୋଟିଏ କିମ୍ବା ଦୁଇଟି ମନ୍ଦିର ଅଛି। ଲୋକଙ୍କୁ ସମୁଦ୍ର କୂଳରୁ ମନ୍ଦିରକୁ ନେବାକୁ ହେବ। ରାଜ୍ୟ ସରକାର ସାଂସ୍କୃତିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଥିବା କହିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ।
Also Read: ଦ୍ୱିତୀୟ ଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ହେଲେ ଡ.ପ୍ରମୋଦ ସାୱନ୍ତ
ରାଜ୍ୟର ସମାନ ନାଗରିକ ସଂହିତା ଲାଗୁ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ। ଏନେଇ ସେ କହିଛନ୍ତି ରାଜ୍ୟରେ ଏହା ପୂର୍ବରୁ ଲାଗୁ ହୋଇସାରିଛି। ଗର୍ବର ସହ ମୁଁ କହୁଛି ସ୍ୱାଧିନତା ସମୟରୁ ଗୋଆ ସମାନ ନାଗରିକ ସଂହିତା ପାଳନ କରିଆସୁଛି। ମୁଁ ବିଶ୍ୱାସ କରୁଛି ଯେ ଅନ୍ୟ ସମସ୍ତ ରାଜ୍ୟ ଏହାର ପାଳନ କରିବା ଆବଶ୍ୟକ।
ଗୋଆ ମୁକ୍ତି ଆନ୍ଦୋଳନରେ ବିଳମ୍ବ ପାଇଁ ପ୍ରମୋଦ ସାୱନ୍ତ ତତ୍କାଳୀନ କଂଗ୍ରେସ ସରକାରଙ୍କୁ ଦାୟୀ କରିଥିଲେ ଏବଂ କହିଥିଲେ ଯେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହୋଇଥିବାବେଳେ ୧୯୬୭ ମସିହାରେ ରାଜ୍ୟ ସ୍ୱାଧିନ ହୋଇଥିଲା। ଗୋଆରେ ଖଣି ଖନନ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ୨୦୧୨ ବର୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ରାଜ୍ୟରେ ଖଣି ଖନନ ଆରମ୍ଭ କରିବାକୁ ତାଙ୍କ ସରକାର କାର୍ଯ୍ୟ କରୁଛନ୍ତି।