ଏ ମାମଲାରେ ଗତ ନଭେମ୍ବର ୭ ତାରିଖରେ ଟ୍ରିବ୍ୟୁନାଲ ଉଭୟ ଓଡିଶା-ଛତିଶଗଡ ପକ୍ଷରୁ ଦାଏର ହୋଇଥିବା ଆବେଦନକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମହାନଦୀ (Mahanadi River) ଓଡିଶାର ଜୀବନଧାରା ବୋଲି ଡେଙ୍ଗୁରା ପିଟୁଥିବା ବିଭିନ୍ନ ରାଜନୈତିକ ଦଳ ଏବେ ଏହି ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିଛନ୍ତି। ବିରୋଧିଙ୍କ ଠାରୁ ଆରମ୍ଭ କରି ଶାସକ ଦଳ ସମସ୍ତେ ମହାନଦୀ ସୁରକ୍ଷା ପାଇଁ ରାଜରାସ୍ତାକୁ ଓହ୍ଲାଇ କେତେ କ'ଣ ସ୍ଲୋଗାନ ଦେଉଥିଲେ। ହେଲେ ଏବେ ମହାନଦୀ ସୁରକ୍ଷାକୁ ନେଇ ଏବେ କୌଣସି ଦଳର ଆନ୍ତରିକତା ଦେଖିବାକୁ ମିଳୁନାହିଁ।
Also Read: ଓଡିଶାକୁ ମୁହଁମୋଡି ଦେଲେ ଅଲିଭ ରିଡଲେ, ଅଣ୍ଡାଦେବାକୁ ଚାଲିଯାଉଛନ୍ତି ଶ୍ରୀଲଙ୍କା-ମିଆଁମାର
ଏ ମାମଲାରେ ଗତ ନଭେମ୍ବର ୭ ତାରିଖରେ ଟ୍ରିବ୍ୟୁନାଲ ଉଭୟ ଓଡିଶା (Odisha), ଛତିଶଗଡ (Chhattisgarh) ପକ୍ଷରୁ ଦାଏର ହୋଇଥିବା ଆବେଦନକୁ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାକୁ ଅଧିକ ଦିନ ବିଳମ୍ବ କରାଯାଇପାରିବ ନାହିଁ ବୋଲି କହିଥିଲେ ଟ୍ରିବ୍ୟୁନାଲ। ହେଲେ ଏହି ମାମଲାର ଶୁଣାଣି ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରିବାକୁ ୩ ଦିନ ଧରି ଚାଲିଥିବା ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।
Also Read: କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର
ଟ୍ରିବୁନାଲ ନିର୍ଦ୍ଦେଶ ମୁତାବକ ଏକ କମନ ଇନଫରମେସନ ଫର୍ମାଟ (Common Information Format) ଚୁଡାନ୍ତ ହୋଇପାରିଲା ନାହିଁ। ଫଳରେ ଶୁଣାଣି ପାଇଁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ଯ ଧାର୍ଯ୍ୟ ହୋଇପାରି ନାହିଁ। ଟ୍ରିବୁନାଲର ୨ ଆସେସର ଉଭୟ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ସହ ଏ ମାମଲାରେ ଆଲୋଚନା କରିଥିଲେ। ଛତିଶଗଡରେ ନିର୍ମାଣ ହୋଇଥିବା ବ୍ଯାରେଜର ଅଲଗା ଅଲଗା ସମୀକ୍ଷା କରାଯାଇ ତଥ୍ଯ କମନ ଇଫରମେସନ ଫର୍ମାଟରେ ସାମିଲ କରାଯିବାକୁ ଦାବି କରାଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବ ହୋଇଥିଲେ ମଧ୍ଯ ଏହା ହୋଇପାରିନାହିଁ।
ଯାହାକୁ ନେଇ ବିରୋଧି ଦଳ ବିଜେପି ଏବଂ କଂଗ୍ରେସ ସରକାରଙ୍କ ଉପରେ ବର୍ଷିଛନ୍ତି। ଛତିଶଗଡ ବହୁ ବ୍ଯାରେଜ କରି ଜଳକୁ ନିଜ ଲାଭରେ ବ୍ଯବହାର କରୁଥିବାବେଳେ ଓଡିଶା ସରକାର କାହିଁକି ତଳମୁଣ୍ଡରେ ବ୍ଯାରେଜ ନିର୍ମାଣ କରୁନାହାନ୍ତି ବୋଲି ଉଭୟ ଦଳ ପ୍ରଶ୍ନ କରିଛନ୍ତି। ଏହି ସମସ୍ଯାର ଯଦି ପ୍ରକୃତ ସମାଧାନ ଚାହୁଁଥାନ୍ତି ରାଜ୍ଯ ସରକାର ବ୍ଯାରେଜ ନିର୍ମାଣ କରି ଆନ୍ତରିକତା ଦେଖାନ୍ତୁ ବୋଲି କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଏବଂ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।
ଅନ୍ଯପକ୍ଷରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଆସିବା ପରେ ବିରୋଧି-ସରକାରୀ ବେଶ ତତ୍ପର ହୋଇ ଉଠିଥିବାବେଳେ ଏବେ ପ୍ରସଙ୍ଗ ଟ୍ରିବ୍ୟୁନାଲରେ ବିଚାରାଧିନ ରହିଛି। ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଅନୁଯାୟୀ କମନ ଇଫରମେସନ କାହିଁକି ଧାର୍ଯ୍ଯ ସୀମା ମଧ୍ଯରେ ଦିଆଯାଇପାରିବନି ବୋଲି ପ୍ରଶ୍ନ କରିଛନ୍ତି ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ଲଳିତ ପଟ୍ଟନାୟକ। ମହାନଦୀ ସମ୍ପର୍କିତ ସମସ୍ତ ତଥ୍ଯ ସରକାରଙ୍କ ପାଖରେ ଥିବାବେଳେ ବାରମ୍ବାର ଆଲୋଚନା ହେଲେ ମଧ୍ଯ ତଥ୍ଯ କାହିଁକି ଦେଇ ହେଉନି ବୋଲି ପ୍ରଶ୍ନ ଉଠିଛି। ସେପଟେ ଶାସକ ଦଳର କହିବା କଥା ମହାନଦୀ ପ୍ରସଙ୍ଗରେ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି। ଛତିଶଗଡ ମଧ୍ଯ ସଠିକ ତଥ୍ଯ ଦେବ ବୋଲି ଶାସକ ଦଳ ଆଶା ରଖିଥିବା ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।