Partygate Scandal : ବ୍ରିଟେନ ପ୍ରଧାନମନ୍ତ୍ରୀ Boris Johnson ଉପରୁ ବିପଦ ଟଳିଲା, ୨୩ରେ ହୋଇପାରେ ବଡ଼ ଫଇସଲା
Advertisement
Article Detail0/zeeodisha/odisha1210667

Partygate Scandal : ବ୍ରିଟେନ ପ୍ରଧାନମନ୍ତ୍ରୀ Boris Johnson ଉପରୁ ବିପଦ ଟଳିଲା, ୨୩ରେ ହୋଇପାରେ ବଡ଼ ଫଇସଲା

ବୋରିସ୍ ଜନସନଙ୍କ ସମାଲୋଚକମାନେ ଆସ୍ଥା ଭୋଟ ଫଳାଫଳକୁ ଭବିଷ୍ୟତର କ୍ଷତିକାରକ ପରିଣାମ ବୋଲି ମନେ କରୁଛନ୍ତି। କିନ୍ତୁ ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ସେ ତାଙ୍କ ଦଳର ସଂଖ୍ୟାଗରିଷ୍ଠତାକୁ ସମର୍ଥନ କରୁଛନ୍ତି। ଭୋଟିଂକୁ ନେଇ ନିଜ ପ୍ରତିକ୍ରିୟାରେ ଜନସନ କହିଛନ୍ତି, 'ମୁଁ ଭାବୁଛି ଏହା ରାଜନୀତି ତଥା ଦେଶ ପାଇଁ ଏକ ବହୁତ ଭଲ ପରିଣାମ।' 

ଫାଇଲ ଫଟୋ

Partygate Scandal : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଆସ୍ଥାଭୋଟ୍ ଜିତିଛନ୍ତି। ତାଙ୍କର କଞ୍ଜରଭେଟିଭ୍ ପାର୍ଟିର ସାଂସଦମାନେ ତାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଏକ ଆସ୍ଥାଭୋଟର ଆଭିମୁଖ୍ୟ ଗ୍ରହଣ କରିଥିଲେ। ବୋରିସ୍ ଜନସନ ୫୮.୮ ପ୍ରତିଶତ ସାଂସଦଙ୍କ ସମର୍ଥନ ପାଇଲେ। ଜନସନ ମୋଟ ୨୧୧ରୁ ୧୪୮ ଭୋଟ୍ ପାଇଛନ୍ତି। ଅବଶ୍ୟ ଫ୍ଲୋର ଟେଷ୍ଟ ଫଳାଫଳ ଆସିବା ପରେ ଜନସନଙ୍କ ଉପରୁ ବିପଦ ଟଳିଛି କିନ୍ତୁ ତାଙ୍କ ବିରୋଧରେ ୪୧.୨ ପ୍ରତିଶତ ମତ ଦେଇଛନ୍ତି। ଏହି ସଂଖ୍ୟା ଆଗାମୀ ଦିନରେ ବ୍ରିଟେନ ପିଏମଙ୍କୁ ଅଡୁଆରେ ପକାଇପାରେ।

ବୋରିସ୍ ଜନସନଙ୍କ ସମାଲୋଚକମାନେ ଆସ୍ଥା ଭୋଟ ଫଳାଫଳକୁ ଭବିଷ୍ୟତର କ୍ଷତିକାରକ ପରିଣାମ ବୋଲି ମନେ କରୁଛନ୍ତି। କିନ୍ତୁ ତାଙ୍କ ସମର୍ଥକମାନେ କହିଛନ୍ତି ଯେ, ସେ ତାଙ୍କ ଦଳର ସଂଖ୍ୟାଗରିଷ୍ଠତାକୁ ସମର୍ଥନ କରୁଛନ୍ତି। ଭୋଟିଂକୁ ନେଇ ନିଜ ପ୍ରତିକ୍ରିୟାରେ ଜନସନ କହିଛନ୍ତି, 'ମୁଁ ଭାବୁଛି ଏହା ରାଜନୀତି ତଥା ଦେଶ ପାଇଁ ଏକ ବହୁତ ଭଲ ପରିଣାମ।' ଜନସନ କହିଛନ୍ତି 'କେବଳ ସେହି ଅର୍ଥରେ ମୁଁ ଭାବୁଛି ଏହା ଏକ ଠିକ୍ ଫଳାଫଳ, ଏକ ନିର୍ଣ୍ଣାୟକ ଫଳାଫଳ ଏବଂ ଏହାର ଅର୍ଥ ହେଉଛି ଯେ ସରକାର ଭାବରେ ଆମେ ଆଗକୁ ବଢିପାରିବା ଏବଂ ମୁଁ ଯାହା କରିବାକୁ ଚାହୁଁଛି ତାହା ଉପରେ ଧ୍ୟାନ ଦେଇପାରିବା। ୨୦୧୯ ତୁଳନାରେ ମୁଁ ମୋର ନିଜ ସଂସଦୀୟ ସହକର୍ମୀଙ୍କ ଅପେକ୍ଷା ବହୁତ ବଡ ଜନାଦେଶ ପାଇଲି।'

Also Read: Covid-19 4th wave scare: ଏଣିକି ମାସ୍କ ବ୍ୟବହାର ବାଧ୍ୟତାମୂଳକ, ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନେବେ ବଡ଼ ପଦକ୍ଷେପ

ଆସ୍ଥାଭୋଟକୁ ନେଇ ଚାଲିଥିବା ରାଜନୈତିକ ଉତ୍ତେଜନା ଓ ବହୁ କଳ୍ପନା ଜଳ୍ପନା ଶେଷ ହୋଇଛି। ପାର୍ଟିଗେଟ୍ ଦୁର୍ନୀତି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଉପରେ ବିଶ୍ୱାସ ରଖିବାକୁ ୫୭ ବର୍ଷିୟ ବୋରିସ୍ ଜନସନ ଦଳର ବ୍ୟାକବେଞ୍ଚର୍ସଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିଥିଲେ। ପାର୍ଟିଗେଟ୍ ଦୁର୍ନୀତିକୁ ନେଇ ବୋରିସଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଗୁପ୍ତରେ ଭୋଟ୍ ଦିଆଯାଇଥିଲା। ଡାଉନ୍ ଷ୍ଟ୍ରିଟ୍ ଏକ ବିବୃତ୍ତିରେ କହିଛି ଯେ, ସାଂସଦଙ୍କ ଆଗରେ ନିଜର ମତ ରଖିବାର ସୁଯୋଗକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ଏବଂ ସେମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ, ଯେତେବେଳେ ସେମାନେ ଏକଜୁଟ ହୁଅନ୍ତି ଏବଂ ଲୋକଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତି, ସେତେବେଳେ କୌଣସି ଶକ୍ତିଶାଳୀ ରାଜନୈତିକ ଶକ୍ତି ତାଙ୍କୁ ଅଟକାଇ ପାରିବ ନାହିଁ।'

ସାମ୍ପ୍ରତିକ କଞ୍ଜରଭେଟିଭ୍ ପାର୍ଟି ନିୟମ ଅନୁଯାୟୀ, ଜନସନ ବର୍ତ୍ତମାନ ଅତି କମରେ ୧୨ ମାସ ପାଇଁ ଏକ ବ୍ୟାକବେଞ୍ଚ ଚ୍ୟାଲେଞ୍ଜରୁ ସୁରକ୍ଷିତ ଅଛନ୍ତି। ତେବେ ରାଜନୈତିକ ଦୃଷ୍ଟିକୋଣରୁ ସେ କୌଣସି ପ୍ରକାରେ ସୁରକ୍ଷିତ ନୁହଁନ୍ତି। ଜୁନ୍ ୨୩ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପ-ନିର୍ବାଚନ ହେବାକୁ ଯାଉଛି ଏବଂ ସେଥିରୁ ଗୋଟିଏ ମଧ୍ୟ ପରାଜୟ ତାଙ୍କ ନେତୃତ୍ୱ ଉପରେ ବିପଦ ଆଣିପାରେ। ତେଣୁ ଆଗାମୀ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିକୁ ଦୁଇରୁ ଦୁଇଟି ଉପନିର୍ବାଚନ ଜିତିବାକୁ ହେବ।

Also Read: 'ବାପା-ମାଆଙ୍କୁ ଗାଳି କଲେ ଚଳିବ, କିନ୍ତୁ ମହମ୍ମଦଙ୍କୁ ଅପମାନିତ କଲେ ରକ୍ତପାତ ହେବ'