ବରୁଣ ବନାମ ବିଜେପି; ଟାର୍ଗେଟରେ ମୋଦି ସରକାର, ଦିଶୁନି ଦଳର କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha1225100

ବରୁଣ ବନାମ ବିଜେପି; ଟାର୍ଗେଟରେ ମୋଦି ସରକାର, ଦିଶୁନି ଦଳର କାର୍ଯ୍ୟାନୁଷ୍ଠାନ

ନିକଟରେ ବେରୋଜଗାରୀ ସମ୍ପର୍କରେ ତଥ୍ୟ ଦେବା ସହ ବରୁଣ ଗାନ୍ଧୀ (BJP MP Barun Gandhi) ଲେଖିଥିଲେ ଯେ, "ଯେତେବେଳେ ବେକାରୀ ତିନି ଦଶନ୍ଧି ଧରି ଉଚ୍ଚରେ ରହୁଛି, ସେତେବେଳେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ ସରକାରୀ ଆକଳନ ଅନୁସାରେ ଦେଶରେ ୬୦ ଲକ୍ଷ 'ଅନୁମୋଦିତ ପଦବୀ' ଖାଲି ରହିଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତ କିଛି ମାସ ହେବ ବିଜେପି ସାଂସଦ ବରୁଣ ଗାନ୍ଧୀ ନିଜ ସରକାରକୁ ସମାଲୋଚନା କରିଆସୁଛନ୍ତି । ବିଜେପିକୁ ଟାର୍ଗେଟ କରି ଟ୍ୱିଟ୍, ଚିଠି ଏବଂ ଖବରକାଗଜ ପ୍ରବନ୍ଧ ମାଧ୍ୟମରେ ବରୁଣ ଆକ୍ରମଣ କରୁଛନ୍ତି । କୋରୋନା କାଳରେ ଚାକିରି ହରାଇବା ଏବଂ ଅର୍ଥନୀତି ଭଳି ପ୍ରସଙ୍ଗରେ ବରୁଣ ସ୍ୱର ଉତ୍ତୋଳନ କରୁଛନ୍ତି । କୃଷକଙ୍କ ପ୍ରସଙ୍ଗ ହେଉ ଅବା ମହଙ୍ଗା ବୃଦ୍ଧି, ବେରୋଜଗାରୀ ହେଉ କିମ୍ବା ପେପର୍ ଲିକ୍ ପ୍ରସଙ୍ଗ ବରୁଣ ଗାନ୍ଧୀ ନିଜ ପାର୍ଟିକୁ ତେର୍ଚ୍ଛାବାଣ ମାରୁଛନ୍ତି । କିନ୍ତୁ ବରୁଣଙ୍କ ଏପରି ଆଭିମୁଖ୍ୟକୁ ନେଇ ବର୍ତ୍ତମାନ ସୁଦ୍ଧା ବିଜେପି କୌଣସି କଠୋର କାର୍ଯ୍ୟନୁଷ୍ଠାନ ନେଇ ନାହିଁ ।

ନିକଟରେ ବେରୋଜଗାରୀ ସମ୍ପର୍କରେ ତଥ୍ୟ ଦେବା ସହ ବରୁଣ ଗାନ୍ଧୀ (BJP MP Barun Gandhi) ଲେଖିଥିଲେ ଯେ, "ଯେତେବେଳେ ବେକାରୀ ତିନି ଦଶନ୍ଧି ଧରି ଉଚ୍ଚରେ ରହୁଛି, ସେତେବେଳେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ । ନିଯୁକ୍ତି ଅଭାବରୁ କୋଟି କୋଟି ଯୁବକ ନିରାଶ ହୋଇଥିବାବେଳେ ସରକାରୀ ଆକଳନ ଅନୁସାରେ ଦେଶରେ ୬୦ ଲକ୍ଷ 'ଅନୁମୋଦିତ ପଦବୀ' ଖାଲି ରହିଛି । ଏହି ପଦବୀ ଗୁଡିକ ପାଇଁ ଆବଣ୍ଟିତ ବଜେଟ୍ କୁଆଡେ ଗଲା ? ଏହା ଜାଣିବା ପ୍ରତ୍ୟେକ ଯୁବକଙ୍କର ଅଧିକାର ଅଛି !" କିଛିଦିନ ପୂର୍ବରୁ ଉତ୍ତର ପ୍ରଦେଶର ପିଲିଭିତ ଆସନରୁ ବିଜେପିର ସାଂସଦ (Pilbhit MP) ଥିବା ବରୁଣ ଗାନ୍ଧୀ, AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ (Asaduddin Owaisi) ଙ୍କୁ ପ୍ରଶଂସା କରିବା ସହିତ ସରକାର ଉପରେ ବର୍ଷିଥିଲେ ।

Also Read: JDU ସହିତ ବିବାଦ ମଧ୍ୟରେ କେନ୍ଦ୍ରର ବଡ଼ ନିଷ୍ପତ୍ତି, ୧୦ ବିଜେପି ନେତାଙ୍କୁ ମିଳିଲା Y ବର୍ଗର ସୁରକ

ଓୱେସୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ଷାଠିଏ ଲକ୍ଷ ପଦବୀ ବିଷୟରେ ଉଲ୍ଲେଖ କରିଥିଲେ । ଗୋଟିଏ ବି ଖାଲି ପଦବୀ ପୂରଣ ହେଉନାହିଁ ଏବଂ ଅନ୍ୟପଟେ ବେକାରୀ ସମସ୍ୟା ଚରମ ସୀମାରେ ରହିଥିବା AIMIM ମୁଖ୍ୟ କହିଥିଲେ । ଓୱେସୀ ତାଙ୍କ ଅଭିଭାଷଣରେ ବେକାରୀ ସଂଖ୍ୟା ନେଇ ଦେଇଥିବା ତଥ୍ୟକୁ ବରୁଣ ଗାନ୍ଧୀ ଉପସ୍ଥାପନ କରିଥିଲେ । ଅନ୍ୟପଟେ ଭାରତୀୟ ସେନାରେ ଖାଲିଥିବା ପଦବୀକୁ ନେଇ ସେ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଛନ୍ତି ଯେ, ବେକାରୀ କାରଣରୁ ଯୁବକମାନଙ୍କ ମଧ୍ୟରେ ନିରାଶାର ବାତାବରଣ ସୃଷ୍ଟି ହୋଇଛି । ଦେଶକୁ ସୁରକ୍ଷା ଦେବାକୁ ଚାହୁଁଥିବା ଯୁବକମାନେ ବର୍ତ୍ତମାନ ଆତ୍ମହତ୍ୟା କରିବାକୁ ଯାଉଛନ୍ତି । ଏ ସମ୍ପର୍କରେ ସେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସରକାରଙ୍କୁ ଏକ ଟାର୍ଗେଟ କରିଥିଲେ । ସେ ଦାବି କରିଛନ୍ତି ଯେ, ୧ ଲକ୍ଷ ପଦବୀ ଖାଲି ହେବା ପରେ ମଧ୍ୟ ସେନାରେ ନିଯୁକ୍ତି ଦିଆଯାଉ ନାହିଁ ।

କେତେବେଳେ ନିରବ ମୋଦି (Nirav Modi), ବିଜୟ ମାଲ୍ୟା (Vijay Malya)ଙ୍କ ନାଁ ନେଇ ନିଜ ସରକାରଙ୍କୁ ଘେରିବା ସହିତ ବିଗତ ଅନେକ ସମୟ ଧରି ନିଜ ସରକାରଙ୍କ ଉପରେ ଶାଣିତ ସ୍ଵରରେ ବିଜେପି ସାଂସଦ ବରୁଣ ଗାନ୍ଧୀ ହମଲା କରି ଚାଲିଛନ୍ତି । ଅନେକ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ସେ ଘେରିଛନ୍ତି । ଦେଶରେ ବ୍ୟାପକ ଭାବେ ହେଉଥିବା ବ୍ୟାଙ୍କ ଘୋଟାଲାକୁ ନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ପୂର୍ବରୁ ଟାର୍ଗେଟ୍ କରି ଆସିଛନ୍ତି ।  ସେ ଟ୍ଵିଟ୍ କରି କହିଥିଲେ, ବିଜୟ ମାଲ୍ୟା ୯,୦୦୦ କୋଟି, ନିରବ ମୋଦି ୧୪,୦୦୦ କୋଟି, ଋଷି ଅଗ୍ରଓ୍ଵାଲ ୨୩,୦୦୦ କୋଟିର ବ୍ୟାଙ୍କ ଘୋଟାଲା କରିଛନ୍ତି । ଯେଉଁ ସମୟରେ ଦେଶ ଋଣ ବୋଝ ଭାର ତଳେ ଦବି ରହିଛି ଏବଂ ପ୍ରତ୍ୟେକ ଦିନ ୧୪ ଜଣ ଆତ୍ମହତ୍ୟା କରୁଛନ୍ତି, ସେହି ସମୟରେ ଏମାନଙ୍କ ଜୀବନ ବୈଭବର  ଚରମରେ ରହିଛି । ଏହି ମହାଭ୍ରଷ୍ଟ ବ୍ୟବସ୍ଥା ଉପରେ ଏକ ‘ମଜବୁତ ସରକାରଙ୍କଠୁ ମଜବୁତ କାର୍ଯ୍ୟାନୁଷ୍ଠାନ’ର ଆଶା କରାଯାଉଥିବା ବରୁଣ କହିଥିଲେ । 

Also Read: 'ଅଗ୍ନିପଥ' ଯୋଜନାରେ ହେଲା ବଡ଼ ପରିବର୍ତ୍ତନ; ଆଶାୟୀ ପ୍ରାର୍ଥୀଙ୍କୁ ଏହି ରିହାତି ଦେଲେ ସରକାର

ବିଶେଷକରି ଗତ ବର୍ଷ ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ କୃଷକଙ୍କ ହତ୍ୟା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବାବେଳେ ମଧ୍ୟ ବରୁଣ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସଦ୍ୟ ଦେଶରେ ଅଗ୍ନିପଥ ଯୋଜନା (Agnipath Scheme)କୁ ନେଇ ବିରୋଧ ଜାରି ରହିଥିବାବେଳେ ମଧ୍ୟ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ୱିଟ୍ କରି ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ସେ ଲେଖିଛନ୍ତି, "ଅଗ୍ନିପଥ ଯୋଜନାକୁ ନେଇ ଦେଶର ଯୁବକମାନଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଯୁବକମାନଙ୍କୁ ଦ୍ୱନ୍ଦ୍ୱରୁ ମୁକ୍ତ କରିବା ପାଇଁ ସରକାର ଏହି ଯୋଜନା ସହ ଜଡିତ ନୀତିଗତ ତଥ୍ୟକୁ ଶୀଘ୍ର ଉପସ୍ଥାପନ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ୍ । ଯାହାଦ୍ୱାରା ଦେଶର ଯୁବ ଶକ୍ତିକୁ ସଠିକ୍ ଦିଗରେ ସକାରାତ୍ମକ ଭାବେ ବ୍ୟବହାର କରାଯାଇପାରିବ । ଏହାକୁ ନେଇ କେନ୍ଦ୍ର ସରକାର ଯୋଜନା ବିଷୟରେ ସ୍ପଷ୍ଟ କରନ୍ତୁ ।" 

ତେବେ ଉତ୍ତର ପ୍ରଦେଶର ପିଲିଭିତ ଆସନରୁ ବିଜେପି ଟିକେଟରେ ସାଂସଦ ଭାବେ ଜିତିଥିବା ବରୁଣ ଗାନ୍ଧୀ ନିଜ ସରକାରକୁ ବାରମ୍ୱାର ଏମିତି ସମାଲୋଚନା କରିଆସୁଥିବାବେଳେ ସରକାର କିନ୍ତୁ ଚୁପ୍ ରହିଛନ୍ତି । ତେବେ କଣ ପାଇଁ ସରକାର ଚୁପ୍ ତାକୁ ନେଇ ଅନେକଙ୍କ ମନରେ ଅନେକ ପ୍ରଶ୍ନ ? ସୂଚନା ଯୋଗ୍ୟ ବରୁଣ ଗାନ୍ଧୀଙ୍କ ସମ୍ପର୍କ କଂଗ୍ରେସ ପରିବାର ସହ ରହିଛି । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନାତୀ ତଥା ସଞ୍ଜୟ ଗାନ୍ଧୀଙ୍କ ପୁଅ। ବରୁଣଙ୍କ ମାଆ ମେନକା ଗାନ୍ଧୀ ବିଜେପି ସରକାରରେ ମନ୍ତ୍ରୀ ଥିଲେ।