ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦି
Advertisement
Article Detail0/zeeodisha/odisha1242635

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦି

ଜୁଲାଇ ୨ ତାରିଖ ଶନିବାର ହ୍ରାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ। ରବିବାର ଏହି ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ହାଇଦ୍ରାବାଦ ସହରକୁ ଭାଗ୍ୟନଗର ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଭାଗନଗର ଠାରେ

ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଂଶସାରେ ପୋତିଦେଲେ ପ୍ରଧାନମନ୍ତ୍ରୀ ମୋଦି

BJP National Executive Meeting: ଜୁଲାଇ ୨ ତାରିଖ ଶନିବାର ହ୍ରାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ। ରବିବାର ଏହି ବୈଠକର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ହାଇଦ୍ରାବାଦ ସହରକୁ ଭାଗ୍ୟନଗର ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି ଯେ ଭାଗନଗର ଠାରେ ନିଜେ ଦେଶର ଲୌହମାନବ ତଥା ସ୍ୱାଧିନ ଭାରତ ବର୍ଷର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ "ଏକ ଭାରତ ଶ୍ରେଷ୍ଠ ଭାରତ" ନାରା ଦେଇଥିଲେ। ଆମର କେବଳ ଗୋଟିଏ ଆଦର୍ଶ ଅଛି ତାହା ହେଉଛି ପ୍ରଥମେ ଦେଶ। ଆମର କେବଳ ଗୋଟିଏ କାର୍ଯ୍ୟକ୍ରମ ଅଛି ତାହା ହେଉଛି ତୁଷ୍ଟିକରଣ ଶେଷ କରି ଆମେ ତୃପ୍ତିକରଣ ପଥ ଗ୍ରହଣ କରିଛୁ।

ଏହି ବୈଠକକୁ ସମ୍ବୋଧିତ କରିବା ପୂର୍ବରୁ ସେ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ପ୍ରଶଂସା କରି ଏହାକୁ ଐତିହାସିକ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଠାରେ ଆୟୋଜିତ ବୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସଂଗ୍ରାମ ବାବଦରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କ୍ୟାଡରକୁ ଲୋକଙ୍କ ମଧ୍ୟରେ ତାଙ୍କ ଜୀବନ ସଂଗ୍ରାମ ଏବଂ ସରଳତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଯଦି ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଯଦି ଦ୍ରୌପଦୀ ​​ମୁର୍ମୁ ନିର୍ବାଚିତ ହୁଅନ୍ତି ତାହେଲେ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବା ଭାରତ ବର୍ଷ ଲାଗି ଗୌରବର ବିଷୟ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଜୀବନସାରା ସଂଘର୍ଷ କରିବା ସତ୍ତ୍ୱେ ଦ୍ରୌପଦୀ ମୁର୍ମୁ ଯାହା ପାଇଁ ଛିଡା ହୋଇଥିଲେ ତାହା ହାସଲ କରିବାରେ ବିଫଳ ହେଲେ ନାହିଁ। ସେ ତାଙ୍କ ଜୀବନସାରା ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି।

ଚଳିତ ବର୍ଶ ଅନୁଷ୍ଠିତ ହେଉଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ମେଣ୍ଟର ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡା। ସେତେବେଳେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ। ଦ୍ରୌପଦୀ ମୁର୍ମୁଙ୍କ ଜୀବନ ସମାଜ ସେବା ତଥା ଗରିବ, ଦଳିତ ତଥା ବଞ୍ଚିତ ଲୋକଙ୍କୁ ସଶକ୍ତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ତାଙ୍କର ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତା ଅଛି ଏବଂ ତାଙ୍କର ଏକ ଉତ୍ତମ କାର୍ଯ୍ୟକାଳ ରହିଛି। ମୁଁ ନିଶ୍ଚିତ ଯେ ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ।

Also Read: ଆଗାମୀ ୩୦-୪୦ ବର୍ଷ ବିଜେପି ସମୟ ହେବ: ଅମିତ ଶାହ