ସମସ୍ତ ମଦ ଦୋକାନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ
Advertisement
Article Detail0/zeeodisha/odisha890846

ସମସ୍ତ ମଦ ଦୋକାନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ

ପୁଡୁଚେରୀରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ସୋମବାର ଅବକାରୀ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।

ଫାଇଲ ଫଟୋ

ପୁଡୁଚେରୀ: କୋରୋନାର ଦ୍ୱିତୀୟ ଲହରରେ କଲବଲ ହେଉଛନ୍ତି ଦେଶବାସୀ। ପ୍ରତ୍ୟେକ ଦିନ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଡୁଚେରୀରେ ମଦ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ ଲଗା ଯାଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ସୋମବାର ଅବକାରୀ ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।

ଗତ ୬ ତାରିଖରେ ପୁଡୁଚେରୀରେ ୩୦ଟି ସିଟ୍ ପାଇଁ ବିଧାନସଭା ନିର୍ବାଚନ ସରିଛି। ଏହା ପରେ ଲଗାତାର ଭାବେ ଦେଶ ତଥା ଏହି କେନ୍ଦ୍ର ଶାସିତ ଅଞ୍ଚଳ (Union Territory)ରେ କୋରୋନା ମାମଲା ବୃଦ୍ଧି ପାଉଛି। ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଭିଡ ଦେଖିବାକୁ ମିଳୁଛି। ମହାମାରୀର ଦ୍ରୁତ ସଂକ୍ରମଣକୁ ଦେଖି ସେଠାକାର ସରକାର ସମସ୍ତ ପ୍ରକାରର ମଦ ବିକ୍ରି (Wine shop) ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆଦେଶ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ୍ୟ ବଳବତ୍ତର ରହିବ। ଯେଉଁମାନେ ଏହାକୁ ଉଲ୍ଲଙ୍ଘନ କରିବେ ସେମାନଙ୍କୁ ବିରୁଦ୍ଧରେ ବିପର୍ଯ୍ୟ ପରିଚାଳନା ଆଇନ ୨୦୦୫ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବ।

Also Read: WB Assembly Election 2021: ସପ୍ତମ ପର୍ଯ୍ୟାୟରେ ୩୪ ଆସନ ପାଇଁ ଭୋଟଗ୍ରହଣ ଶେଷ

ପ୍ରାୟ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ କେନ୍ଦ୍ର ଶାସିତ ଅଞ୍ଚଳରେ ସପ୍ତାହନ୍ତ ଲକଡାଉନ ପରେ ନାଇଟ କର୍ଫ୍ୟୁ (Night Curfew) ଜାରି ରହିଛି। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗିଛି। କିନ୍ତୁ ଦିନରେ ଲୋକଙ୍କ ଚଳପ୍ରଚଳ ଦେଖିବାକୁ ମିଳୁଛି। ବିଶେଷ କରି ମଦ ଦୋକାନରେ ଲୋକେ ସାମାଜିକ ଦୂରତା ରଖୁ ନାହାନ୍ତି। ଫଳରେ ଦେଶି ବିଦେଶୀ ସମସ୍ତ ଦୋକାନକୁ ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯହାକୁ ବୁଦ୍ଧିଜୀବୀମାନେ ପ୍ରସଂଶା କରୁଛନ୍ତି। ଅନ୍ୟପଟେ ପୁଡୁଚେରୀ ୩ଟି ରାଜ୍ୟରେ ବ୍ୟପୀ ଥିବାରୁ ମଦ ପାଇଁ ଲୋକମାନେ ପଡୋଶୀ ରାଜ୍ୟର ସହରକୁ ଯିବେ ବୋଲି କିଛି ମତବ୍ୟକ୍ତ କରିଛନ୍ତି।

fallback

ସୋମବାର ପୁଡୁଚେରୀ (Puducherry) ରେ କୋରୋନା (Coronavirus) ର ୭୪୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨ ହଜାରକୁ ଟପିଯାଇଥିଲା। ସେହିପରି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫୮କୁ ବୃଦ୍ଧି ପାଇଛି। କିନ୍ତୁ ଖୁସିର ବିଷୟ, ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ୪୫ ହଜାର ୭୫୮ ଜଣ ଆରୋଗ୍ୟ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେଠାରେ ପ୍ରାୟ ଲକ୍ଷେ ୮୫ ହଜାର ଲୋକଙ୍କର ଟିକାକରଣ ହୋଇଛି।