PPE kitsରେ ସରିଲା ବିବାହ; ଅଟକାଇବାକୁ ଆସି ଅଟକିଗଲା ପ୍ରଶାସନ
Advertisement

PPE kitsରେ ସରିଲା ବିବାହ; ଅଟକାଇବାକୁ ଆସି ଅଟକିଗଲା ପ୍ରଶାସନ

ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ରୀତିନୀତି ଅନୁସାରେ କୋରୋନା ପଜିଟିଭ୍ ବରର ବିବାହ ଅନୁଷ୍ଠିତ ହୋଇଥିଲା। କେବଳ ବର-କନ୍ୟା ନୁହଁ, ବିବାହରେ ଉପସ୍ଥିତ ପଣ୍ଡିତ ଏବଂ ଅନ୍ୟମାନେ ମଧ୍ୟ PPE କିଟ୍ ପିନ୍ଧିଥିଲେ।

ସୌ- ସୋସିଆଲ ମିଡିଆ

ଭୋପାଲ: ମନବଳ ଆଗରେ ନାଚାର ମହାମାରୀ। କୋରୋନା ଲହର ମଧ୍ୟରେ ସୋମବାର ମଧ୍ୟପ୍ରଦେଶର ରତଲାମ (Ratlam) ସହରର ଏକ ନିଆରା ବିବାହ ଦେଖିବାକୁ ମିଳିଛି। ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ରୀତିନୀତି ଅନୁସାରେ କୋରୋନା ପଜିଟିଭ୍ ବରର ବିବାହ ଅନୁଷ୍ଠିତ ହୋଇଥିଲା। କେବଳ ବର-କନ୍ୟା ନୁହଁ, ବିବାହରେ ଉପସ୍ଥିତ ପଣ୍ଡିତ ଏବଂ ଅନ୍ୟମାନେ ମଧ୍ୟ PPE କିଟ୍ ପିନ୍ଧିଥିଲେ। 

ସୂଚନାନୁସାରେ, ବର୍ଷେ ପୂର୍ବରୁ ବିବାହ (Marriage) ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲା। ୨୬ ଏପ୍ରିଲ ୨୦୨୧ରେ ସମସ୍ତ କାର୍ଯ୍ୟକ୍ରମ କରିବାକୁ ଉଭୟ ବର ଓ କନ୍ୟା ପକ୍ଷ ପ୍ରସ୍ତୁତ ଥିଲେ।  କିନ୍ତୁ ଦୁର୍ଭାଗ୍ୟବଶତଃ, ବିବାହର କିଛି ଦିନ ପୂର୍ବରୁ ଦେଶରେ କୋରୋନାର ଦ୍ୱିତୀୟ ଲହର (Corona Second Wave) ଆରମ୍ଭ ହୋଇଥିଲା ଏବଂ ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେବାକୁ ଲାଗିଲେ। ଆଉ ବିବାହ ଠିକ ସପ୍ତାହେ ପୂର୍ବରୁ ଗତ ୧୯ ତାରିଖରେ ବର କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କିନ୍ତୁ ଉଭୟ ପରିବାର PPE କିଟ୍ ପିନ୍ଧି ବିବାହ ସମ୍ବନ୍ଧୀୟ ସମସ୍ତ ରୀତିନୀତି କରିବାକୁ ନିଷ୍ପତ୍ତି ନେଲେ।

Also Read: ସମସ୍ତ ମଦ ଦୋକାନ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ

ସୋମବାର ଦିନ କୋଭିଡ ଗାଇଡଲାଇନ (Covid Guidelines) ପାଳନ କରି ବର-କନ୍ୟ ଏବଂ ସେମାନଙ୍କ ୬ ଜଣ ସମ୍ପର୍କୀୟ ଏକ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ। ସମସ୍ତେ PPE କିଟ୍ ପିନ୍ଧିଥିଲେ। ସେପଟେ ଖବର ପାଇ ବିବାହ ଅଟକାଇବା ପାଇଁ ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଓ ସ୍ୱତନ୍ତ୍ର ଅନୁମତି ପରେ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ଏହି ବିବାହ କରାଯାଇଥିଲା। ତେବେ କୋରୋନା ଆକ୍ରାନ୍ତ ବର (covid positive groom) ପୁଣି PPE କିଟ୍ ପିନ୍ଧି ରୀତିନୀତିରେ ବିବାହ କରିବାରେ ଏହା ଦେଶର ପ୍ରଥମ ମାମଲା।

fallback

ସେପଟେ ତହସିଲଦାର କହିଛନ୍ତି ଯେ, ବର କଣ୍ଟେନମେଣ୍ଟ ଜୋନରେ ଅଛନ୍ତି। କୋରୋନା ଆକ୍ରାନ୍ତଙ୍କୁ ବିବାହ ଅନୁମତି ନାହିଁ। ନିୟମ ଭାଙ୍ଗି ସେ ବିବାହ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ବିବାହ ଅନୁଷ୍ଠିତ ହୋଇଛି। ତେଣୁ ଅଧିକାରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨ ଦିନ ତଳେ କେରଳର ଏକ ହସ୍ପିଟାଲରେ ମଧ୍ୟରେ ଜଣେ କୋରୋନା ଆକ୍ରାନ୍ତଙ୍କ ବିବାହ ହୋଇଥିଲା। ସେମାନେ ଫୁଲମାଳ ବଦଳରେ ଉଭୟଙ୍କ ଗଳାରେ ତୁଳସିମାଳା ପକାଇଥିଲେ।