• କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼
  • ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା
  • ମମିତା ମୃତ୍ୟୁ ମାମଲା: ନବୀନ ନିବାସ ଆଗରେ ଯୁବ କଂଗ୍ରେସର କଳାପତାକା ପ୍ରଦର୍ଶନ
  • ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ନିଜେ ହତ୍ୟା କରିଥିବା ନେଇ ସ୍ପଷ୍ଟ
  • କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନକୁ ଅଣ୍ଡା ମାଡ
  • ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ଅଣ୍ଡା ମାଡ
  • ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ମାମଲା
  • ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ
  • କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ

Block Chairman ନିର୍ବାଚନକୁ ନେଇ ଲଙ୍କାକାଣ୍ଡ; ଗୁଳିମାଡରେ ଥରିଉଠିଲା UP

ଜିଲ୍ଲା ପଞ୍ଚାୟତ ପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଯାଇଛି।

Block Chairman ନିର୍ବାଚନକୁ ନେଇ ଲଙ୍କାକାଣ୍ଡ; ଗୁଳିମାଡରେ ଥରିଉଠିଲା UP

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ଏହା ପୂର୍ବରୁ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ପଞ୍ଚାୟତ ନିର୍ବାଚନ ସମୟରେ ଘଟିଯାଇଛି ଅନେକ ହିଂସାକାଣ୍ଡ। ପ୍ରଥମେ ଜିଲ୍ଲା ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଯିବାରୁ ଅନେକ ସ୍ଥାନରେ ଘଟିଯାଇଛି ସଂଘର୍ଷ।  

ଆଉ ଏବେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଘଟିଯାଇଥିବା ନେଇ ଖବର ମିଳିଛି। ଏହିକ୍ରମରେ ଗୁରୁବାର ରାଜ୍ୟର ହରଦୋଇ ଜିଲ୍ଲାର ସାଣ୍ଡି ବ୍ଲକରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ସମାଜବାଦ ପାର୍ଟି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଜେପି ସମର୍ଥକ ଫାଡି ଦେଥିବା ଅଭିଯୋଗ ଆଣିଛନ୍ତି ଦଳୀୟ କର୍ମକର୍ତ୍ତା। 

Also Read: ଅପରାଧିଙ୍କ ଛାତିରେ ବୁଲଡୋଜର ଚଢାଇ ଦେବା ଉଚିତ୍?

ଅନ୍ୟପଟେ ବୁଲନ୍ଦ ଶହର ଜିଲ୍ଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ମୁହିାଁମୁହିଁ ହୋଇଛନ୍ତି ଶାସକ ବିଜେପିର ଦୁଇ ଗୋଷ୍ଠୀ। ଏ ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ପରେ ପୋଲିସ ଲାଠିଚାର୍ଜ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏନେଇ ମିଳିଥିବା ଖବର ଅନୁସାରେ ଦଳର ଘୋଷିତ ପ୍ରାର୍ଥୀ ଏବଂ ଅଘୋଷିତ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ନେଇ ବିବାଦ ଉପୁଜିଥିଲା ଏବଂ ପରେ ଏହା ହାତାହାତିର ରୂପ ନେଇଥିଲା। 

ସେହିପରି ରାଜ୍ୟର ସିତାପୁର ଜିଲ୍ଲାର କସମଣ୍ଡ ବ୍ଲକରେ ଅଧ୍ୟକ୍ଷ ପଦ ନିର୍ବାଚନକୁ ବୋମାମାଡ ସହ ଗୁଳିକାଣ୍ଡ ହୋଇଯାଇଛି। ଏଠାରେ ଜଣେ ସ୍ୱାଧିନ ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଭରିବାରୁ ରୋକାଯିବା ସହ ତାଙ୍କର ଦୁଇ ଜଣ ପ୍ରସ୍ତାବକଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଏ ଘଟଣାକୁ ନେଇ ସ୍ୱାଧିନ ପ୍ରାର୍ଥୀଙ୍କ ସମର୍ଥକ ହଙ୍ଗମା କରୁଥିବା ବେଳେ ବିଜେପି ସମର୍ଥକଙ୍କ ସେମାନଙ୍କର ମୁହିାଁମୁହିଁ ହୋଇଥିଲା। ଏ ଘଟଣାରେ ୩ ଜଣ ଆହତ ହୋଇଥିବା ଜଣାପଡି଼ଛି। 

Also Read: ସଂଘ ମୁଖ୍ୟଙ୍କ ବୟାନକୁ ନେଇ ସରଗରମ ରାଜନୀତି; ଏପରି ଜବାବ ଦେଲେ ବିରୋଧି

ରାଜ୍ୟର ଲଳିତପୁର ଜିଲ୍ଲାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଛଡାଇନେବାକୁ ବିଜେପି କର୍ମକର୍ତ୍ତା ଚେଷ୍ଟା କରିଥିଲେ ବୋଲି ଅଭିଯୋଗ ସମାଜବାଦ ପାର୍ଟି ସମର୍ଥକ। ଅନ୍ୟପଟେ ଉନାଁଓ ଜିଲ୍ଲାର ନବାବଗଞ୍ଜ ବ୍ଲକରେ ସମାନ ଘଟଣା ଘଟିଯାଇଛି। ଅନ୍ୟପଟେ କନୌଜ ଜିଲ୍ଲାରେ ଦଳୀୟ ପ୍ରାର୍ଥୀ ଏବଂ ତାଙ୍କ ପ୍ରସ୍ତାବକଙ୍କ ସହ ମାରପିଟ କରିବା, ନାମାଙ୍କନ ପତ୍ର ବିଜେପି କର୍ମକର୍ତ୍ତା ଫାଡି ଦେଇଥିବା ନେଇ ଅଭିଯୋଗ ଆଣିଛି ସମାଜବାଦ ପାର୍ଟି। 

Also Read: Maharashtra Assembly: ଗୃହରେ ହଟ୍ଟଗୋଳ କରି ୧୨ BJP MLA ନିଲମ୍ବିତ

ଆସନ୍ତା ଶୁକ୍ରବାର ରାଜ୍ୟର ୮୨୫ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ଗୋଟିଏ ବ୍ଲକ ପଞ୍ଚାୟତକୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ମତଦାନ କରିଥାନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ସଫଳତା ହାସଲ କରିଛି ବିଜେପି। ରାଜ୍ୟର ମୋଟ ୭୫ ଜିଲ୍ଲା ପଞ୍ଚାୟତରୁ ବିଜେପି ୬୫, ସମାଜବାଦ ପାର୍ଟି ୬ ଏବଂ ଅନ୍ୟ ଦଳ ୪ ଜିଲ୍ଲାରେ ବାଜିମାତ କରିଛନ୍ତି।