Prashant Kishor Meets Nitish Kumar: ଏହାପୂର୍ବରୁ ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ସରକାର ଗଠନ ପାଇଁ ନୀତିଶ କୁମାରଙ୍କ ଏହା ହେଉଛି ଷଷ୍ଠ ପରୀକ୍ଷଣ । ଆପଣ ଭାବୁଥିବେ ଏଥର ବିହାର ଓ ଏହାର ଲୋକଙ୍କ ସହ କିଛି ଭଲ ଘଟିବ?
Trending Photos
ପାଟନା: Prashant Kishor Meets Nitish Kumar: ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ଙ୍କୁ ଭେଟିବା ପରେ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ସ୍ୱର ଓ ଆଭିମୁଖ୍ୟ ବଦଳିଥିବାର ନଜରକୁ ଆସୁଛି । ଗତକାଲି ପର୍ଯ୍ୟନ୍ତ ନୀତିଶ କୁମାରଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ପ୍ରଶାନ୍ତ କିଶୋରଙ୍କ ମନୋଭାବରେ ସାମାନ୍ୟ ପରିବର୍ତ୍ତନ ଆସୁଛି ବୋଲି ମନେ ହେଉଛି । ଏହାପୂର୍ବରୁ ଯଦି ଆମେ PK ଙ୍କ ଶବ୍ଦକୁ ଦେଖିବା, ତେବେ ସେ ନୀତିଶଙ୍କୁ ସିଧାସଳଖ ଟାର୍ଗେଟ କରୁଥିଲେ । ଏଥି ସହିତ ବେଗୁସରାଇ ଘଟଣାକୁ ନେଇ ତାଙ୍କର ବୟାନ ଓ ଆଭିମୁଖ୍ୟ ବଦଳିଛି ।
ଜନ ସୁରାଜ ଅଭିଯାନ ଅଧୀନରେ ଅକ୍ଟୋବର ୨ରୁ ବିହାରରେ ପଦଯାତ୍ରାର ପ୍ରସ୍ତୁତି କରୁଥିବା ପ୍ରଶାନ୍ତ କିଶୋର ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଥିଲେ । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଦୁଇ ଦିନ ପୂର୍ବେ ସେପ୍ଟେମ୍ବର ୧୩ରେ ସେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭେଟିଥିଲେ । ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ, ମୁଁ ମେ ମାସରୁ ବିହାରରେ କାର୍ଯ୍ୟ କରିଆସୁଛି । ସେବେଠାରୁ ଅନେକ ଥର ସାକ୍ଷାତ ହେବାର ଆଲୋଚନା ହୋଇଥିଲା କିନ୍ତୁ ସାକ୍ଷାତ ହୋଇପାରି ନଥିଲା । ତେଣୁ ସୌଜନ୍ୟମୂଳକ ଭାବରେ ମୁଁ ତାଙ୍କୁ ଭେଟିଛି । କେବଳ ଏତିକି ନୁହେଁ, ନୀତିଶ କୁମାରଙ୍କ ସହ ମେଣ୍ଟ ବା ଏକାସାଙ୍ଗରେ କାମ କରିବାକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଯଦି ସେ ବିହାରରେ ଗୋଟିଏ ବର୍ଷରେ ୧୦ ଲକ୍ଷ ଚାକିରି ଦିଅନ୍ତି, ତେବେ କିଛି କଥା ହୋଇପାରେ ।
ଏହାପୂର୍ବରୁ ପ୍ରଶାନ୍ତ କିଶୋର ଟ୍ୱିଟ୍ କରି କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ସରକାର ଗଠନ ପାଇଁ ନୀତିଶ କୁମାରଙ୍କ ଏହା ହେଉଛି ଷଷ୍ଠ ପରୀକ୍ଷଣ । ଆପଣ ଭାବୁଥିବେ ଏଥର ବିହାର ଓ ଏହାର ଲୋକଙ୍କ ସହ କିଛି ଭଲ ଘଟିବ? ଯେତେବେଳେ ଏହି ଟ୍ୱିଟ୍ ବିଷୟରେ ପ୍ରଶାନ୍ତ କିଶୋରଙ୍କୁ ପଚରାଗଲା, ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ନୀତିଶ କୁମାରଙ୍କ ଏହା ହେଉଛି ଷଷ୍ଠ ପରୀକ୍ଷଣ । କିନ୍ତୁ ସେଗୁଡ଼ିକ ମଧ୍ୟରୁ କେବଳ ଗୋଟିଏ କଥା ଖାସ୍ ଯେ ଯଦି ବିହାରରେ କିଛି ପରିବର୍ତ୍ତନ ହୋଇନାହିଁ, ତାହା ହେଉଛି ନୀତିଶ କୁମାର ଓ ତାଙ୍କ ସିଏମ୍ ଗାଦି । ଦୁହେଁ ପରସ୍ପରକୁ ଚିପକି ଅଛି ।
ଅଧିକ ପଢ଼ନ୍ତୁ:-ବିୟର ପିଉଥିବା ଲୋକମାନେ ସାବଧାନ! ସ୍ୱାସ୍ଥ୍ୟକୁ ପହଞ୍ଚାଇଥାଏ ଏହି ୮ଟି କ୍ଷତି
ଅଧିକ ପଢ଼ନ୍ତୁ:-ପରମାଣୁ ଯୁଦ୍ଧ ହେଲେ ପୃଥିବୀର ସବୁକିଛି ହୋଇଯିବ ଧ୍ୱଂସ, କେବଳ ସୁରକ୍ଷିତ ରହିବ ଏହି ୫ଟି ସ୍ଥାନ!
ଅଧିକ ପଢ଼ନ୍ତୁ:-ନୀତିଶ କୁମାରଙ୍କୁ ପୁଣି ଲାଗିଲା ଜୋରଦାର ଝଟକା! ଏଠାରେ ବିଜେପିରେ ଯୋଗ ଦେଲା ଜେଡିୟୁର ପୂରା ୟୁନିଟ
ପ୍ରଶାନ୍ତ କିଶୋର କହିଛନ୍ତି ଯେ, ମୁଁ ଅକ୍ଟୋବର ୨ରୁ ବିହାରରେ ପଦଯାତ୍ରା କରିବାର ଘୋଷଣା କରିଛି । ମୁଁ ଯେଉଁ ପଥ ବାଛିଚି, ତାହା ଉପରେ ଅଟଳ ଅଛି । ସେଥିରୁ ପଛକୁ ହଟିବି ନାହିଁ । ମୁଁ ଜନ ସ୍ୱରାଜଠାରୁ ପଛକୁ ହଟିବି ନାହିଁ । ସେପଟେ ବେଗୁସରାଇ ଘଟଣା ଉପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏଭଳି ଘଟଣାରୁ ଲୋକଙ୍କ ଯେଉଁ ଆଶଙ୍କା ରହିଛି, ତାହାକୁ ବଳ ଯୋଗାଇଥାଏ । ଆଇନ ଓ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ଯେଉଁ ଭୟ ରହିଛି, ତାହା ସତ୍ୟ ବୋଲି ପ୍ରମାଣିତ ହେଉଛି । ବିହାରରେ ପ୍ରଶାସନର ଏକ ବଡ଼ ଅଂଶ ମଦ ନିଷେଧ କାର୍ଯ୍ୟରେ ନିୟୋଜିତ ଅଛି । ତେଣୁ ଏହା ସାଧାରଣ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି । ମଦ ନିଷେଧାଦେଶ ଲାଗୁ ହେବା ପରେ ବିହାରରେ ଗତ କିଛି ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ନୀତିଶ କୁମାର ଏହି ସରକାରର ମୁଖ୍ୟ ଓ ଗୃହମନ୍ତ୍ରୀ, ତେଣୁ ଏହା ତାଙ୍କର ଦାୟିତ୍ୱ ।