ରାହୁଲ ଗାନ୍ଧୀଙ୍କ ଛବି ବଦଳାଇ ହେବ? ଏହି ପ୍ରଶ୍ନ ଉପରେ ପିକେ ମୋଦିଙ୍କ ନାଁ ନେଇ ଦେଲେ ଏପରି ଜବାବ
Advertisement

ରାହୁଲ ଗାନ୍ଧୀଙ୍କ ଛବି ବଦଳାଇ ହେବ? ଏହି ପ୍ରଶ୍ନ ଉପରେ ପିକେ ମୋଦିଙ୍କ ନାଁ ନେଇ ଦେଲେ ଏପରି ଜବାବ

ସେ କହିଛନ୍ତି ଯେ, ମୋଦିଙ୍କୁ ନକଲ କରି କୌଣସି ନେତା ଆଗକୁ ଯାଇପାରିବେ ନାହିଁ କାରଣ ସମସ୍ତଙ୍କୁ ନିଜ ଶକ୍ତିରେ ଆଗକୁ ବଢ଼ିବାକୁ ପଡ଼ିବ । କଂଗ୍ରେସ ପ୍ରସଙ୍ଗରେ ସେ କହିଛନ୍ତି ଯେ, ପ୍ରଥମେ ସେମାନଙ୍କୁ ଦଳକୁ ଛିଡ଼ା କରିବାକୁ ପଡ଼ିବ ଓ ସଙ୍ଗେ ସଙ୍ଗେ ସର୍ବନିମ୍ନ ସ୍ତରରେ ସଂଗଠନକୁ ମଜବୁତ କରିବା ଆବଶ୍ୟକ । ସେ କହିଛନ୍ତି ଯେ କଂଗ୍ରେସକୁ ଦିଆଯାଇଥିବା ଉପସ୍ଥାପନାରେ ମୁଁ କେବଳ ତାଙ୍କ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଛି ।

ରାହୁଲ ଗାନ୍ଧୀଙ୍କ ଛବି ବଦଳାଇ ହେବ? ଏହି ପ୍ରଶ୍ନ ଉପରେ ପିକେ ମୋଦିଙ୍କ ନାଁ ନେଇ ଦେଲେ ଏପରି ଜବାବ

ନୂଆଦିଲ୍ଲୀ: Prashant Kishor on Rahul Gandhi: ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ନିକଟ ଅତୀତରେ କଂଗ୍ରେସରେ ଯୋଗଦେବା ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଶେଷରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କହିଛନ୍ତି ଯେ ସେ କଂଗ୍ରେସ (Congress) ରେ ଯାଉନାହାଁନ୍ତି । ଏହା ସହିତ ସେ ଚଳିତ ବର୍ଷ ଅକ୍ଟୋବର ୨ରୁ ବିହାରରେ ଏକ ପଦଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଏହି ସମସ୍ତ ବିଷୟ ଉପରେ ଏକ ଟିଭି ଚ୍ୟାନେଲ ସହିତ ସାକ୍ଷାତକାର ସମୟରେ ଆଙ୍କର୍ ପ୍ରଶାନ୍ତ କିଶୋର (PK) ଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) ଙ୍କ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ ।

ବାସ୍ତବରେ ପ୍ରଶାନ୍ତ କିଶୋର (Prashant Kishor) ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଛନ୍ତି । ଆଙ୍କର୍ ପ୍ରଶାନ୍ତ କିଶୋରଙ୍କୁ ପଚାରିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଛବି ଉପରେ ବିଜେପି (BJP) ଅନେକ କ୍ଷତି ପହଞ୍ଚାଇଛି । କ'ଣ ତାଙ୍କ ଛବିକୁ ପୁଣି ଥରେ ଠିକ୍ କରିହେବ କି? ଏହାର ଜବାବରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସମ୍ଭବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ କଥାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ୨୦୦୨ର ନରେନ୍ଦ୍ର ମୋଦି ଓ ଆଜିର ମୋଦିଙ୍କ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଅଛି ।

ସେ ନିଜର କଥାକୁ ଆଗକୁ ବଢ଼ାଇ କହିଛନ୍ତି ଯେ, କାହାକୁ ୨୦୦୨ରେ ଏହି କଥା ଜଣାଥିଲା କି ଆଜି ନରେନ୍ଦ୍ର ମୋଦି (Narendra Modi) ଙ୍କ ଭାବମୂର୍ତ୍ତି ଏହିପରି ହୋଇଯିବ । ଆଙ୍କର୍ ଆହୁରି ପଚାରିଛନ୍ତି ଯେ, ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଭାବମୂର୍ତ୍ତିକୁ କିପରି ତିଆରି କରାଯାଇପାରିବ? ଏହି ପ୍ରଶ୍ନ ଉପରେ ପିକେ କହିଛନ୍ତି ଯେ, ତାଙ୍କର ଭାବମୂର୍ତ୍ତିକୁ କିପରି ତିଆରି ହୋଇପାରିବ? ସେହି ବିଷୟରେ ଏଠାରେ ଅଳ୍ପ ସମୟ ମଧ୍ୟରେ କହିପାରିବି ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଲ ଗୁଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଯଦି ସେ ପ୍ରଧାନମନ୍ତ୍ରୀ ଅଛନ୍ତି, ତେବେ ଏହାର ଅର୍ଥ ହେଉଛି ତାଙ୍କ ଭିତରେ ଅନେକ ଗୁଣ ରହିଛି ।

ଏହା ବି ପଢ଼ନ୍ତୁ:-ଯୁବ ବର୍ଗଙ୍କୁ ସୁଯୋଗ, କାର୍ଯ୍ୟକର୍ତ୍ତାଙ୍କୁ ପୁରସ୍କାର ଏବଂ ପରିବାରବାଦରୁ ଦୂରତା; ଜାଣନ୍ତୁ କଂଗ୍ରେସର ୯ଟି ବଡ଼ ପ୍ଲାନ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ସରକାର ଦେଲେ ବଡ଼ ରିହାତି, ସମସ୍ତଙ୍କୁ ହେବ ଲାଭ

ସେ ଆହୁରି କହିଛନ୍ତି ଯେ, ମୋଦିଙ୍କୁ ନକଲ କରି କୌଣସି ନେତା ଆଗକୁ ଯାଇପାରିବେ ନାହିଁ କାରଣ ସମସ୍ତଙ୍କୁ ନିଜ ଶକ୍ତିରେ ଆଗକୁ ବଢ଼ିବାକୁ ପଡ଼ିବ । କଂଗ୍ରେସ ପ୍ରସଙ୍ଗରେ ସେ କହିଛନ୍ତି ଯେ, ପ୍ରଥମେ ସେମାନଙ୍କୁ ଦଳକୁ ଛିଡ଼ା କରିବାକୁ ପଡ଼ିବ ଓ ସଙ୍ଗେ ସଙ୍ଗେ ସର୍ବନିମ୍ନ ସ୍ତରରେ ସଂଗଠନକୁ ମଜବୁତ କରିବା ଆବଶ୍ୟକ । ସେ କହିଛନ୍ତି ଯେ କଂଗ୍ରେସକୁ ଦିଆଯାଇଥିବା ଉପସ୍ଥାପନାରେ ମୁଁ କେବଳ ତାଙ୍କ ଦଳକୁ ମଜବୁତ କରିବାକୁ ପରାମର୍ଶ ଦେଇଛି ।