ଅଗ୍ନିପଥ ଯୋଜନା (Agnipath Scheme) ବିରୁଦ୍ଧରେ ଯୁବକମାନଙ୍କ ଆନ୍ଦୋଳନ ଯୋଗୁଁ ସରକାର ମଙ୍ଗଳବାର ଉପସ୍ଥାପିତ ଯୋଜନାରେ ପରିବର୍ତ୍ତନ ଆଣିଛନ୍ତି। ଅନ୍ୟାନ୍ୟ ପ୍ରୋତ୍ସାହନ ସହିତ ପାରାମିଲିଟାରୀ ଫୋର୍ସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଯୁକ୍ତିରେ ଅଗ୍ନିବୀର (Agniveer) ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି।
Trending Photos
ପାଟନା: ସାମରିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ଚାଲିଛି। ବିଶେଷ କରି ବିହାର ଏଥିରେ ଅଧିକ ପ୍ରଭାବିତ ହୋଇଛି। ବିହାରର ଏକାଧିକ ଜିଲ୍ଲାରେ ପୋଡାଜଳା ଓ ଭଙ୍ଗାରୁଜା ହୋଇଛି। ଶତାଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି। ଏହାରି ମଧ୍ୟରେ ପ୍ରଶାନ୍ତ କିଶୋରଙ୍କର ଏକ ଟ୍ୱିଟ ଦେଶର ରାଜନୈତିକ ମାହୋଲରେ ହଇଚଇ ସୃଷ୍ଟି କରିଛି। ବିହାରରେ ଚାଲିଥିବା ହିଂସାକାଣ୍ଡ ପାଇଁ ସେ ଶାସକ ଦଳକୁ ଦାୟୀ କରିଛନ୍ତି।
ଅଗ୍ନିପଥ ଯୋଜନା (Agnipath Scheme) ବିରୁଦ୍ଧରେ ଯୁବକମାନଙ୍କ ଆନ୍ଦୋଳନ ଯୋଗୁଁ ସରକାର ମଙ୍ଗଳବାର ଉପସ୍ଥାପିତ ଯୋଜନାରେ ପରିବର୍ତ୍ତନ ଆଣିଛନ୍ତି। ଅନ୍ୟାନ୍ୟ ପ୍ରୋତ୍ସାହନ ସହିତ ପାରାମିଲିଟାରୀ ଫୋର୍ସ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଯୁକ୍ତିରେ ଅଗ୍ନିବୀର (Agniveer) ଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି। ତେବେ ପୁରୁଣା ନିଯୁକ୍ତି ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୁବକମାନେ ଦାବି କରୁଛନ୍ତି। ଏହି ଦାବିକୁ ନେଇ ପ୍ରଦର୍ଶନ ଚାଲିଛି। ବିଶେଷକରି ବିହାରରେ ପ୍ରଦର୍ଶନର ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି। ଗତ ଚାରି ଦିନ ଧରି ରାଜ୍ୟର ଅନେକ ଜିଲ୍ଲାରେ ଯୁବକମାନେ ହିଂସା ପ୍ରଦର୍ଶନ କରିଥିଲେ। ପଥର ଫିଙ୍ଗିବା, ଅଗ୍ନିକାଣ୍ଡ, ଭଙ୍ଗାରୁଜା ସହିତ ଅନେକ ସ୍ଥାନରେ ଟ୍ରେନରେ ନିଆଁ ଲାଗାଯାଇଥିଲା।
Also Read: ବରୁଣ ବନାମ ବିଜେପି; ଟାର୍ଗେଟରେ ମୋଦି ସରକାର, ଦିଶୁନି ଦଳର କାର୍ଯ୍ୟାନୁଷ୍ଠାନ
ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ବିରୋଧ ମଧ୍ୟରେ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ମୁହଁ ଖୋଲିଛନ୍ତି। ସେ ଟ୍ୱିଟ କରି ଏହି ଯୋଜନାକୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାକୁ ଯୁବକମାନଙ୍କୁ ନିବେଦନ କରିଛନ୍ତି। ସେ ରବିବାର ଦିନ ଟ୍ୱିଟ୍ କରି କହିଛନ୍ତି, "ହିଂସା ଓ ଭଙ୍ଗାରୁଜା ନୁହେଁ, ଅଗ୍ନିପଥରେ ଆନ୍ଦୋଳନ ହେବା ଉଚିତ୍। ବିହାରର ଲୋକମାନେ ଜେଡିୟୁ ଏବଂ ବିଜେପି ମଧ୍ୟରେ ପାରସ୍ପରିକ କଳହର ଶିକାର ହେଉଛନ୍ତି। ବିହାର ଜଳୁଛି ଏବଂ ଉଭୟ ଦଳର ନେତା ପ୍ରତ୍ୟେକେ ଲଢୁଛନ୍ତି। ଏହାର ସମାଧାନ କରିବା ପରିବର୍ତ୍ତେ ଉଭୟେ ଆରୋପ ପ୍ରତ୍ୟାରୋପରେ ବ୍ୟସ୍ତ ଅଛନ୍ତି।"
#Agnipath पर आंदोलन होना चाहिए, हिंसा और तोड़फोड़ नहीं।
बिहार की जनता #JDU और #BJP के आपसी तनातनी का ख़ामियाज़ा भुगत रही है। बिहार जल रहा है और दोनों दल के नेता मामले को सुलझाने के बजाए एक दूसरे पर छींटाकशी और आरोप प्रत्यारोप में व्यस्थ हैं।
— Prashant Kishor (@PrashantKishor) June 19, 2022
ସୂଚନାଯୋଗ୍ୟ, ବିହାର (Bihar) ରେ କ୍ରୋଧିତ ଯୁବକମାନେ ବିଜେପି ନେତା ତଥା ଦଳୀୟ କାର୍ଯ୍ୟାଳୟକୁ ଟାର୍ଗେଟ କରିଛନ୍ତି। ବେତିଆରେ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଏବଂ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୈସୱାଲଙ୍କ ଘରେ ଭଙ୍ଗାରୁଜା କରାଯାଇଛି। ଅନେକ ସ୍ଥାନରେ ବିଜେପି ବିଧାୟକ (BJP MLA) ଙ୍କୁ ଟାର୍ଗେଟ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର, ବିହାର ବିଜେପିର ୧୦ ଜଣ ନେତାଙ୍କୁ ୱାଇ ସ୍ତରୀୟ ସୁରକ୍ଷା ଦେଇଛି। ଏଠାରେ ଏହି ଆକ୍ରମଣ ପାଇଁ ବିଜେପି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର (Nitish Kumar) ଙ୍କୁ ଦାୟୀ କରିଛି। ଏହା ପରେ ଦୁଇ ଦଳ ମଧ୍ୟରେ କଳହ ଆରମ୍ଭ ହୋଇଛି।
Also Read: ରେଳବାଇର ବଡ଼ ଘୋଷଣା; ସୋମବାର ରାତି ଆଠଟା ପର୍ଯ୍ୟନ୍ତ...
ସୂଚନାଯୋଗ୍ୟ, ୨୦୨୦ରେ ବିହାରରେ ପୁଣିଥରେ NDA କ୍ଷମତାକୁ ଆସିଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ NDA ୧୨୭ଟି ଆସନ (ବିଜେପି ୭୭, ଜେଡିୟୁ ୪୫, ହାମ ୪ ଓ ସ୍ୱାଧିନ ୧) ଜିତିଛି। ଜେଡିୟୁଠାରୁ ବିଜେପି ଅଧିକ ଆସନ ଜିତିଥିଲେ ସୁଦ୍ଧା ଜେଡିୟୁ ମୁଖ୍ୟ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଆଉ ବିଜେପିର ଟିକେଶର ପ୍ରଶାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ତେବେ ଉଭୟ ବିଜେପି ଓ ଜେଡିୟୁ ମଧ୍ୟରେ ଦୀର୍ଘ ଦିନ ହେବ ଛାୟା ଯୁଦ୍ଧ ଚାଲିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।