• ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବା ପ୍ରସଙ୍ଗ
  • ଯେଉଁ ପିଲା ସ୍କୁଲ ଆସିବେନି, ସେମାନେ ଅନ୍‌ଲାଇନ କ୍ଲାସ୍‌ କରିବେ‘: ସମୀର ଦାଶ
  • ବାଲେଶ୍ୱରରେ ହେଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ
  • ଶବ ବ୍ୟବଚ୍ଛେଦ ପରେ ହାଇଦରର ମୃତଦେହକୁ ସ୍ଥାନାନ୍ତର
  • କେନ୍ଦ୍ରାପଡା ରଣପଡା ଗାଁକୁ ଗଲା ହାଇଦରର ମୃତଦେହ
  • ଟୋକିଓ ଅଲିମ୍ପିକ୍ସରେ ବିଜୟରୁ ଅଭିଯାନ ଆରମ୍ଭ କଲେ ଷ୍ଟାର ବକ୍ସର ମେରି କମ୍
  • ସେପଟେ ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା
  • ଡୋମିନସ୍ ର ବଡ ଘୋଷଣା
  • ଟୋକିଓ ଅଲମ୍ପିକରେ ବିଜେତା ମୀରାବାଇ ଚାନୁଙ୍କୁ ଆଜୀବନ ମାଗଣାରେ ଯୋଗାଇବ ପିଜା
  • ଓଡିଆ ପୁଅ ଇସାକ୍ ମୁଣ୍ଡାଙ୍କୁ ‘ମନ୍ କି ବାତ୍’ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ ନାରାୟଣସାମୀ

ଅର୍ଥାତ୍ କଂଗ୍ରେସ ପାଖରେ ୧୧ ଜଣ ବିଧାୟକଙ୍କ ସମର୍ଥନ ରହିଛି (ବାଚସ୍ପତିଙ୍କୁ ନେଇ ୧୨) ।

ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ ନାରାୟଣସାମୀ

ନୂଆଦିଲ୍ଲୀ: Puducherry Political Crisis: ଶେଷରେ ପୁଡୁଚେରୀ ବିଧାନସଭାରେ କଂଗ୍ରେସ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିଲା ନାହିଁ । ସୋମବାର ବାଚସ୍ପତି ଘୋଷଣା କରିଛନ୍ତି ଯେ ନାରାୟଣସାମୀ ସରକାର ପାଖରେ ସଂଖ୍ୟାଗରିଷ୍ଠତା ନାହିଁ । ଏହା ପରେ ଭି ନାରାୟଣସାମୀଙ୍କ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ହେବା ସ୍ଥିର ହୋଇଯାଇଛି । ଉଲ୍ଲେଖନୀୟ କଥା ହେଉଛି, ବିଧାନସଭାରେ କଂଗ୍ରେସ ପାଖରେ ୯ ଜଣ ବିଧାୟକଙ୍କ ବ୍ୟତୀତ ୨ ଡିଏମକେ ଏବଂ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି ।

ଅଧିକ ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ

ଅର୍ଥାତ୍ କଂଗ୍ରେସ ପାଖରେ ୧୧ ଜଣ ବିଧାୟକଙ୍କ ସମର୍ଥନ ରହିଛି (ବାଚସ୍ପତିଙ୍କୁ ନେଇ ୧୨) । ଅନ୍ୟପଟେ ବିଧାନସଭାର ବର୍ତ୍ତମାନର ସ୍ଥିତି ଅନୁଯାୟୀ ସଂଖ୍ୟାଗରିଷ୍ଠତା ପାଇଁ ୧୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ତେବେ ପ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ଦାବି କରିଥିଲେ ଯେ ତାଙ୍କ ସମର୍ଥନରେ ଅଧିକାଂଶ ନିର୍ବାଚିତ ବିଧାୟକ ଅଛନ୍ତି ।