Cabinet ବିସ୍ତାର କଲେ Punjab CM Channi; ଜାଣନ୍ତୁ କିଏ ହେଲେ In କିଏ ହେଲେ Out
Advertisement

Cabinet ବିସ୍ତାର କଲେ Punjab CM Channi; ଜାଣନ୍ତୁ କିଏ ହେଲେ In କିଏ ହେଲେ Out

ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳୀୟ ସରକାର ବିରୁଦ୍ଧରେ ରହିଥିବା ଲହରକୁ କ୍ୟାବିନେଟ ବିସ୍ତାର ମାଧ୍ୟମରେ ଦୂର କରିବା ପାଇଁ ପ୍ରୟାସ କରାଯାଇଛି।

Cabinet ବିସ୍ତାର କଲେ Punjab CM Channi; ଜାଣନ୍ତୁ କିଏ ହେଲେ In କିଏ ହେଲେ Out

ଚଣ୍ଡିଗଡ଼: କାର୍ଯ୍ୟଭାର ଗ୍ରହଣ କରିବା ପରେ କ୍ୟାବିନେଟ ବିସ୍ତାର କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ। ଏନେଇ ପଞ୍ଜାବ ରାଜଭବନ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ୧୫ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ବନୱାରୀ ଲାଲ୍ ପୁରୋହିତ।

ଯେଉଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସେମାନେ ହେଉଛନ୍ତି 

  • ବ୍ରହ୍ମ ମୋହିନ୍ଦ୍ରା
  • ମନପ୍ରୀତ ସିଂହ ବାଦଲ
  • ତୃପ୍ତ ରାଜିନ୍ଦର ସିଂହ ବାଜୱା
  • ସୁଖବିନ୍ଦର ସିଂହ ସରକାରିୟା
  • ରାଣା ଗୁରଜୀତ ସିଂହ
  • ଅରୁଣା ଚୌଧୁରୀ
  • ରଜିୟା ସୁଲତାନା
  • ଭାରତ ଭୂଷଣ ଆଶୁ
  • ବିଜୟ ଇନ୍ଦର ସିଙ୍ଗଲା
  • ରଣଦୀପ ସିଂହ ନାଭା
  • ରାଜକୁମାର ବେରକା
  • ସଙ୍ଗତ ସିଂହ ଗିଲଜିୟାଁ
  • ପରଗଟ ସିଂହ
  • ଅମରିନ୍ଦର ସିଂହ ରାଜା ବାରିଙ୍ଗ୍
  • ଗୁରୁକୀରଟ ସିଂହ କୋଟଲି

ସେହିପରି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରୁ ବାଦପଡିଥିବା ହେଉଛନ୍ତି 

  • ବଲବୀର ସିଂହ ସିଦ୍ଧୁ
  • ସାଧୁସିଂହ ଧର୍ମସୋତ
  • ଗୁରପ୍ରୀତ ସିଂହ କାଙ୍ଗଡା
  • ରାଣା ଗୁରମିତ ସୋଢି

Also Read: Cabinet ବିସ୍ତାର କରିବେ Punjab CM Channi,ଜାଣନ୍ତୁ କିଏ ହେବେ Out, କାହାର ହେବ Entry

 

ବିଦାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ଗୋଷ୍ଠୀକୁ ସାଥିରେ ନେଇ ମନ୍ତ୍ରୀମମଣ୍ଡଳ ବିସ୍ତାର କରାଯାଇଛି। ସେହିପରି କେତେକ ନେତା କ୍ୟାବିନେଟରୁ ବାଦ ପଡି଼ଛନ୍ତି। ଆସନ୍ତାବର୍ଷ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ (Punjab Assembly Election 2021) ଦୃଷ୍ଟିରେ ରଖି ଦଳୀୟ ସରକାର ବିରୁଦ୍ଧରେ ରହିଥିବା ଲହରକୁ (Anti Incumbency) କ୍ୟାବିନେଟ ବିସ୍ତାର ମାଧ୍ୟମରେ ଦୂର କରିବା ପାଇଁ ପ୍ରୟାସ କରାଯାଇଛି। ପରଗଟ ସିଂହ, ଗୁରୁକୀରଟ ସିଂହ କୋଟଲି, ଅମରିନ୍ଦର ସିଂହ ରାଜା ବାରିଙ୍ଗ୍, ସଙ୍ଗତ ସିଂହ ଗିଲଜିୟାଁ, ରାଜକୁମାର ବେରକା ପ୍ରମୁଖ ନୂଆ ଚେହେରା ଏହି ନୂଆ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।  

ଏହାସହିତ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମନ୍ତ୍ରୀମଣ୍ଡଳରେ କାର୍ଯ୍ୟ କରୁଥିବା ୮ ଜଣ ମନ୍ତ୍ରୀ ପୁନର୍ବାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ କ୍ୟାବିନେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଏହି ନେତାଙ୍କ ତାଲିକାରେ ରହିଛନ୍ତି ବ୍ରହ୍ମ ମୋହିନ୍ଦ୍ରା, ମନପ୍ରୀତ ସିଂହ ବାଦଲ, ତୃପ୍ତ ରାଜିନ୍ଦର ସିଂହ ବାଜୱା, ସୁଖବିନ୍ଦର ସିଂହ ସରକାରିୟା, ଅରୁଣା ଚୌଧୁରୀ, ରଜିୟା ସୁଲତାନା, ଭାରତ ଭୂଷଣ ଆଶୁ ଏବଂ ବିଜୟ ଇନ୍ଦର ସିଙ୍ଗଲା। ଅନ୍ୟପଟେ ବଲବୀର ସିଂହ ସିଦ୍ଧୁ, ସାଧୁସିଂହ ଧର୍ମସୋତ, ଗୁରପ୍ରୀତ ସିଂହ କାଙ୍ଗଡା, ରାଣା ଗୁରମିତ ସୋଢି କ୍ୟାବିନେଟରୁ ବାଦ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।

କ୍ୟାବିନେଟ ବିସ୍ତାରକୁ ନେଇ ପଞ୍ଜାବ କଂଗ୍ରେସରେ ଆରମ୍ଭ ହୋଇଯାଇଛି ବିବାଦ। ରାଣା ଗୁରଜୀତ ସିଂହଙ୍କୁ ମନ୍ତ୍ରୀ କରିବାକୁ ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ୭ ଜଣ ଦଳୀୟ ବିଧାୟକ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଏବଂ ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ପତ୍ର ଲେଖିଛନ୍ତି। ଅନ୍ୟପଟେ ଦଳର ୨୭ ଜଣ ବିଧାୟକଙ୍କୁ ଖୁସି କରିବା ଲାଗି ସେମାନଙ୍କୁ ନୂଆ ଇନୋଭା ଗାଡି ଦେବାକୁ ଘୋଷଣା କରିଛନ୍ତି ପଞ୍ଜାବ ସରକାର।