'କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ ରାହୁଲ ଗାନ୍ଧୀ'
Advertisement
Article Detail0/zeeodisha/odisha1150760

'କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ ରାହୁଲ ଗାନ୍ଧୀ'

ଗତ ବର୍ଷ  ଅଗଷ୍ଟରେ ୨3 ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଦଳୀୟ ସଙ୍ଗଠନରେ ମୂଳ ପରିବର୍ତ୍ତନ ଏବଂ ତୃଣମୂଳସ୍ତରରେ ସକ୍ରିୟା ନେତୃତ୍ୱ ପ୍ରଦାନ କରିବାକୁ ଦାବି କରିଥିଲେ।

'କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରନ୍ତୁ ରାହୁଲ ଗାନ୍ଧୀ'

ରାୟପୁର: ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟପ ପଦ ପ୍ରଦାନ କରିବା ଲାଗି ପୁଣି ଥରେ କହିଛନ୍ତି ଦଳର ବରିଷ୍ଠ ନେତା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଦଳ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ଅନୁସରଣ କରୁଛି ଏବଂ ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ବ୍ୟକ୍ତି ନିର୍ବାଚନ ଲଢିବାକୁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି। ସୋନିଆ ଗାନ୍ଧୀ ବର୍ତ୍ତମାନ ଦଳର ଅନ୍ତରୀଣ ଅଧ୍ୟକ୍ଷା ଅଛନ୍ତି। ଗତ ୨୦୧୯ ଲୋକସଭା ନିର୍ବାଚନରେ ​​ଦଳୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିଥିଲେ ରାହୁଲ ଗାନ୍ଧୀ। ଏହା ପରେ ସୋନିଆ ଦଳର ଅଧ୍ୟକ୍ଷା ହୋଇଥିଲେ।

ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ କହିଛନ୍ତି ଦଳର ସାଙ୍ଗଠନିକ ନିର୍ବାଚନ ଲାଗି ତାରିଖ ଘୋଷଣା କରାଯାଇଛି। ଦଳର ନେତା ଯେଉଁମାନେ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ସେମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ। ମୋର ବିଶ୍ୱାସ ଯେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ କରିବା ଆବଶ୍ୟକ। ତାଙ୍କର ଏହି ବୟାନ ସେତେବେଳେ ଆସିଛି ଯେତେବେଳେ G23 ଗୋଷ୍ଠୀ ପକ୍ଷରୁ ଦଳୀୟ ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ପାଇଁ ଦାବି କରାଯାଇଛି।   

Also Read: କଂଗ୍ରେସ ପାଇଁ Liabilities & Assets ହେଉଛି ଗାନ୍ଧୀ ପରିବାର

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ବରଣ କରିଛି। ଯାହା ପରେ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ କରିବା ଲାଗି ହେଉଥିବା ଦାବି ଜୋର ଧରିବାରେ ଲାଗିଛି। ଏହି ନିର୍ବାଚନରେ ହୋଇଥିବା ଦଳୀୟ ପରାଜୟ ଉପରେ ପ୍ରତିକ୍ରିୟା ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ନିର୍ବାଚନ ଆସିଥାଏ ଏବଂ ଯାଇଥାଏ। ହେଲେ ଏହାକୁ ନେଇ ନିରାଶ ହେବା ଠିକ ନୁହେଁ। ଆମକୁ ଆଗକୁ ବଢିବାକୁ ହେବ। ଗତ ମାସରେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକ ଅନୁଷ୍ଠିତ ହୋଇଥିଲା ସେତେବେଳେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେ ଦଳୀୟ ସାଙ୍ଗଠନିକ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିବେ।   

Also Read: ପରାଜୟରୁ ମିଳିଲା ଶିକ୍ଷା; କଂଗ୍ରେସ ସଙ୍ଗଠନରୁ ବିଦା ହେବେ ରାହୁଲ ଗାନ୍ଧୀଙ୍କ ଅନୁଗତ

ଅନ୍ୟପଟେ ସୋନିଆ ଗାନ୍ଧୀ କହିଥଲେ ଦଳୀୟ ସ୍ୱାର୍ଥ ଲାଗି ସେ ଯେ କୌଣସି ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି। CWC ତାଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ବିଶ୍ୱାସ ବ୍ୟକ୍ତ କରି ତାଙ୍କୁ ଦଳକୁ ମଜବୁତ କରିବା ସହ ଦଳୀୟ ସଙ୍ଗଠନରେ ପରିବର୍ତ୍ତନ ଆଣିବାକୁ କହିଥିଲେ। ବର୍ତ୍ତମାନ ଦଳରେ  ସାଙ୍ଗଠନିକ ନିର୍ବାଚନ ଚାଲିଛି। ଚଳିତ ବର୍ଷ ୨୧ ଅଗଷ୍ଟରୁ ୨୦ ସେପ୍ଟେମ୍ବର ମଧ୍ୟରେ ଦଳର ଜଣେ ନୂତନ ଦଳୀୟ ସଭାପତି କାର୍ଯ୍ୟଭାର ଗ୍ରହଣ କରିବେ। ଏହା ପରେ ଅକ୍ଟୋବର ସୁଦ୍ଧା ଅଖିଳ ଭାରତୀୟ କଂଗ୍ରେସ କମିଟି ପୂର୍ଣ୍ଣ  ଅଧିବେଶନରେ CWC ନିର୍ବାଚନ ଅନୁଷ୍ଠିତ ହେବ। 

Also Read: ଅଧ୍ୟକ୍ଷ ପଦରେ ରହିବାକୁ ସୋନିଆ ଗାନ୍ଧୀଙ୍କୁ ଅନୁରୋଧ ଜଣାଇଲା ବିଦ୍ରୋହୀ G-23 ଗୋଷ୍ଠୀ

କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିବା ସୋନିଆ ଗାନ୍ଧୀ G23 ଗୋଷ୍ଠୀର ନେତାଙ୍କ ଖୋଲା ବିଦ୍ରୋହ ପରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ ହେଲେ CWC ତାଙ୍କୁ ଏହି ପଦ ବଜାୟ ରଖିବାକୁ କହିଥିଲା। ଗତ ବର୍ଷ  ଅଗଷ୍ଟରେ ୨3 ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଦଳୀୟ ସଙ୍ଗଠନରେ ମୂଳ ପରିବର୍ତ୍ତନ ଏବଂ ତୃଣମୂଳସ୍ତରରେ ସକ୍ରିୟା ନେତୃତ୍ୱ ପ୍ରଦାନ କରିବାକୁ ଦାବି କରିଥିଲେ। ଏହି ଚିଠିରେ ଲୋକସଭା ଓ ରାଜ୍ୟ ନିର୍ବାଚନରେ ​​ଚାଲିଥିବା ବିଫଳତାକୁ ଦୃଷ୍ଟିରେ ରଖି ସେ ଦଳ ଭିତରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଛନ୍ତି।