Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?
Advertisement
Article Detail0/zeeodisha/odisha1340630

Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?

Bharat Jodo Yatra of Congress:  ଭାରତ ଯୋଡ଼ ଯାତ୍ରା ବେଳେ ରାହୁଲ ଗାନ୍ଧୀ ଏବଂ ତାଙ୍କ ସହ ରହିଥିବା ୧୧୭ ଜଣ ଦଳୀୟ ନେତା କୌଣସି ପାଞ୍ଚ ତାରକା ହୋଟେଲ ଠାରେ ରହିବେ ନାହିଁ। ସେମାନଙ୍କ ଲାଗି ଏକ କଣ୍ଟେନର ବ୍ୟବସ୍ଥା କରାଯାଇଛି। ଯେଉଁଠି ଶୟନକକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି।

Rahul Gandhi: କାହିଁକି ଭାରତ ଯୋଡ଼ ଯାତ୍ରା ଆରମ୍ଭ କଲା କଂଗ୍ରେସ?

Congress Bharat Jodo Yatra: ସେପ୍ଟମ୍ବର ୭ ତାରିଖ ବୁଧବାର କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଛି ଭାରତ ଯୋଡ଼ ଯାତ୍ରା।  ପ୍ରାୟ ୧୫୦ ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ତାମିଲନାଡୁ କନ୍ୟାକୁମାରୀ ଠାରୁ କାଶ୍ନୀର ପର୍ଯ୍ୟନ୍ତ ଚାଲିବ। ତାମିଲନାଡୁରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏହି ୧୫୦ ଦିନିଆ ଯାତ୍ରା ସମୟରେ ପୂର୍ବତନ କଂଗ୍ରେସ ଏକ କଣ୍ଟେନର ମଧ୍ୟରେ ଜୀବନଯାପନ କରିବେ। ଯେଉଁଠାରେ ତାଙ୍କର ଅବସ୍ଥାନ କରିବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ବେଳେ ରାହୁଲ ଗାନ୍ଧୀ (Rahul Gandhi) ଏବଂ ତାଙ୍କ ସହ ରହିଥିବା ୧୧୭ ଜଣ ଦଳୀୟ ନେତା କୌଣସି ପାଞ୍ଚ ତାରକା ହୋଟେଲ ଠାରେ ରହିବେ ନାହିଁ। ସେମାନଙ୍କ ଲାଗି ଏକ କଣ୍ଟେନର ବ୍ୟବସ୍ଥା କରାଯାଇଛି। ଯେଉଁଠି ଶୟନକକ୍ଷ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି। ଏପରି ୫୦ ଖଣ୍ଡ କଣ୍ଟେନର ପ୍ରସ୍ତୁତ କରାଯାଇଛି। ଯାହା ଭାରତ ଯୋଡ଼ ଯାତ୍ରା ଲାଗି ଧାର୍ଯ୍ୟ ହୋଇଥିବ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ। ପ୍ରତ୍ୟେକ ଦିନର ଯାତ୍ରା ଶେଷ ହେବା ପରେ କଂଗ୍ରେସ ନେତା କଣ୍ଟେନର ମଧ୍ୟରେ ରାତ୍ରୀଯାପନ କରିବେ। 

Also Read: Rahul Gandhi: ଆଗକୁ ଅଧ୍ୟକ୍ଷ ନିର୍ବାଚନ, ତଥାପି କଣ୍ଟେନରରେ ଶୋଇବେ ରାହୁଲ

ପ୍ରାୟ ୧୫୦ ଦିନ ଧରି ଚାଲିବାକୁ ଥିବା ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀ ଠାରୁ କାଶ୍ନୀର (Kashmir to Kanyakumari) ପର୍ଯ୍ୟନ୍ତ ଚାଲିବ। ଏହି ଯାତ୍ରା ମୋଟ ୩୫୦୦ କିମି ଦୂରତା ଅତିକ୍ରମ କରିବା ସହ ଦେଶର ୧୧ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳ ପର୍ଯ୍ୟନ୍ତ ଯିବ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାହୁଲ ଗାନ୍ଧୀ ବୁଧବାର ସକାଳେ ତାମିଲନାଡୁ (Tamil Nadu) ଶ୍ରୀପେରୁମ୍ବୁଦୁର (Sriperumbudur) ସହର ଠାରେ ପହଞ୍ଚି କାଞ୍ଚିପୁରମ (Kanchipuram) ଠାରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କୁ (Rajiv Gandhi) ଶହୀଦଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତ ୧୯୯୧ ମସିହାରେ ଏଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା।

ଭାରତ ଯୋଡ଼ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ୧୧୭ ଜଣ କଂଗ୍ରେସ ନେତା ସାମିଲ ହେବେ। ଏହି ନେତା ହେଉଛନ୍ତି କହ୍ନେୟା କୁମାର, ପୱନ ଖେଡା ଏବଂ ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା, ପୂର୍ବତନ ଯୁବ କଂଗ୍ରେସ ସଭାପତି କେଶବ ଚନ୍ଦ୍ର ଯାଦବ ଏବଂ ଉତ୍ତରାଖଣ୍ଡ କଂଗ୍ରେସ ଯୋଗାଯୋଗ ବିଭାଗ ସଚିବ ବୈଭବ ୱାଲିଆ। ଏପରିକି ଦଳର ଅନେକ ମହିଳା କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି। 

Also Read:  ଭାରତ ଯୋଡୋ ଯାତ୍ରା: ନିଜର ଏହି ନୂଆ ଘରେ ଆଗାମୀ ୧୫୦ ଦିନ ରହିବେ ରାହୁଲ ଗାନ୍ଧୀ, ରହିଛି ଏସବୁ ସୁବିଧା

କନ୍ୟାକୁମାରୀ (Kanyakumari) ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ (Rajasthan Chief Minister Ashok Gehlot) କହିଛନ୍ତି ଯେ, ବିଜେପି (BJP) ନୀତି ହେଉଛି ଦେଶକୁ ବିଭାଜିତ କରିବା ଏବଂ ଏହା ବିପଦଜନକ, ଯାହା ଦେଶକୁ ଗୃହଯୁଦ୍ଧ ଆଡକୁ ଟାଣି ନେଇପାରେ। ହେଲେ କଂଗ୍ରେସ ଏହାକୁ ଅନୁମତି ଦେବ ନାହିଁ। କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ ଯାତ୍ରାର (Congress Bharat Jodo Yatra) ଉଦ୍ଦେଶ୍ୟ ହେଉଛି ସାମ୍ପ୍ରଦାୟିକ ଧ୍ରୂବୀକରଣର (Communal Polarization) ମୁକାବିଲା କରିବା ସେ କହିଛନ୍ତି ଯେ, 'ଯଦି ଏଭଳି ପରିସ୍ଥିତି ଜାରି ରହେ, ତାହେଲେ ଲୋକେ ବଞ୍ଚିବାକୁ ଭୟ କରିବେ। କଂଗ୍ରେସ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ (Communal Harmony) ଲାଗି କାର୍ଯ୍ୟ କରିବ। ଲୋକେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ଭାରତ ଯୋଡ଼ ଯାତ୍ରାରେ ଯୋଗଦେବେ ବୋଲି ଦଳ ଆଶା କରୁଛି। ସାମ୍ପ୍ରଦାୟିକ ସମସ୍ୟା ହେତୁ ଦେଶ ଦୁର୍ବଳ ହୋଇପଡିଛି। କଂଗ୍ରେସ ଏହାର ମୁକାବିଲା କରିବ ବୋଲି। ଗାନ୍ଧୀ ପରିବାରର (Gandhi Family) ସର୍ବାଧିକ ବିଶ୍ୱସନୀୟତା ରହିଛି। ସେଥିପାଇଁ ବିଜେପି ଗାନ୍ଧୀ ପରିବାରର ଲୋକଙ୍କୁ ଟାର୍ଗେଟ କରୁଛି।