Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ଅଶୋକ ଗେହଲୋତ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1373082

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ଅଶୋକ ଗେହଲୋତ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଲେ ବଡ଼ ବୟାନ

Ashok Gehlot On Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଅଶୋକ ଗେହଲୋତ ଘୋଷଣା କରିଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ ଏହି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦଳର ଲୋକସଭା ସାଂସଦ ଶଶି ଥରୁର ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ।

Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନାହିଁ ଅଶୋକ ଗେହଲୋତ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Ashok Gehlot On Congress President Election: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ନୂଆ ଟ୍ୱିଷ୍ଟ ଆସିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ (Rajasthan CM) ଅଶୋକ ଗେହଲୋତ (Ashok Gehlot) ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । କଂଗ୍ରେସ ମୁଖ୍ୟ (Congress Chief) ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ, ମୁଁ ତାଙ୍କ ଆଗରେ ପୂରା ଘଟଣାକୁ ରଖିଛି । ଗତକାଲିର ଘଟଣା ଆମ ସମସ୍ତଙ୍କୁ ଥରାଇ ଦେଇଛି । ଏହି ମେସେଜ ପୂରା ଦେଶକୁ ଯାଇଛି ଯେ ମୁଁ ମୁଖ୍ୟମନ୍ତ୍ରୀ ରହିବାକୁ ଚାହୁଁଛି । ମୁଁ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛି । ମୁଁ ଗତ ୫୦ ବର୍ଷ ଧରି କଂଗ୍ରେସ (Congress) ପାଇଁ ବିଶ୍ୱସ୍ତ ଭାବରେ କାର୍ଯ୍ୟ କରିଛି । ସୋନିଆ ଗାନ୍ଧୀଙ୍କ ଆଶୀର୍ବାଦରେ ମୁଁ ତୃତୀୟ ଥର ପାଇଁ ସିଏମ୍ ହୋଇଛି ।

ଯେତେବେଳେ ଅଶୋକ ଗେହଲଟଙ୍କୁ ପଚରାଗଲା ଯେ ସେ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବେ କି? ଏହା ଉପରେ ସେ କହିଛନ୍ତି ଯେ, ଏହା ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନେବେ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଅଶୋକ ଗେହଲୋତ ଘୋଷଣା କରିଛନ୍ତି । ଅନ୍ୟପଟେ ଦଳର ବରିଷ୍ଠ ନେତା ଦିଗବିଜୟ ସିଂ (Digvijaya Singh) ଏହି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦଳର ଲୋକସଭା ସାଂସଦ ଶଶି ଥରୁର (Shashi Tharoor) ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ।

ସେପଟେ ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଦଳର ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଜୟ ମାକନ ମଙ୍ଗଳବାର (ସେପ୍ଟେମ୍ବର ୨୭) ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟୀୟ ତିନି ଜଣ ନେତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି । ଏହାର କିଛି ସମୟ ପରେ ଦଳର ଶୃଙ୍ଖଳାଗତ କାର୍ଯ୍ୟ କମିଟି ସେମାନଙ୍କୁ 'କାରଣ ଦର୍ଶାଅ ନୋଟିସ୍' ପ୍ରଦାନ କରିଥିଲା ।

ରାଜସ୍ଥାନରେ ସଙ୍କଟ ପୂର୍ବରୁ ଗେହଲୋଟ୍ କହିଥିଲେ ଯେ, ସେ ଦଳର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ତେବେ ରାଜ୍ୟରେ ରାଜନୈତିକ ଘଟଣାକ୍ରମ ପରେ ହିଁ ତାଙ୍କ ପ୍ରାର୍ଥୀପତ୍ର ଉପରେ ପ୍ରଶ୍ନ ଉଠିଥିଲା । ବର୍ତ୍ତମାନ ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କଂଗ୍ରସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉନାହାଁନ୍ତି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ଶିଳାଜିତ ଠାରୁ ଅଧିକ ଶକ୍ତି ପ୍ରଦାନ କରିଥାଏ ଏହି ଗଛର ପତ୍ର, ପ୍ରତିଦିନ କରନ୍ତୁ ସେବନ!

ଅଧିକ ପଢ଼ନ୍ତୁ:-ଆପଣଙ୍କ ଆଧାର କାର୍ଡ ହଜି ଯାଇଛି କି? ଚିନ୍ତା କରନ୍ତୁ ନାହିଁ, ଏହିପରି ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ବିନା ଡାଉନଲୋଡ୍ କରନ୍ତୁ Aadhaar

ଅଧିକ ପଢ଼ନ୍ତୁ:-ରାଜସ୍ଥାନକୁ ମିଳିବାକୁ ଯାଉଛି ନୂଆ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଭେନୁଗୋପାଲଙ୍କ ଘୋଷଣାରୁ କାହା ପାଇଁ ଟେନସନ୍ ଓ କାହା ପାଇଁ ଖୁସି ଖବର

ଅନ୍ୟପଟେ କେରଳର ମାଲାପୁରାମରେ କଂଗ୍ରେସ ସାଂସଦ (Congress MP) ତଥା ସଂଗଠନର ସାଧାରଣ ସମ୍ପାଦକ କେସି ଭେନୁଗୋପାଲ (KC Venugopal) କହିଛନ୍ତି ଯେ, ରାଜସ୍ଥାନ ଖୁବ ଶୀଘ୍ର ଜଣେ ନୂତନ ମୁଖ୍ୟମନ୍ତ୍ରୀ ପାଇବ । ରାଜସ୍ଥାନରେ କୌଣସି ଡ୍ରାମା ନାହିଁ । ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ ଓ ଆପଣ ଜାଣିବେ କିଏ ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନାଟକୀୟ ଢଙ୍ଗରେ ଆଗକୁ ବଢ଼ୁଛି । ଏହାପୂର୍ବରୁ ଭେନୁଗୋପାଲ ରାଜସ୍ଥାନ ସଙ୍କଟ ଉପରେ ମଧ୍ୟ କହିଛନ୍ତି ଯେ, ଅନ୍ତତଃ ପକ୍ଷେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।