ପଶ୍ଚିମବଙ୍ଗରେ BJPର ଖେଳ ବିଗାଡିବେ ରାକେଶ ଟିକାୟତ
Advertisement
Article Detail0/zeeodisha/odisha861535

ପଶ୍ଚିମବଙ୍ଗରେ BJPର ଖେଳ ବିଗାଡିବେ ରାକେଶ ଟିକାୟତ

ଶାସକ BJP ଉପରେ ଆନ୍ଦୋଳନକାରୀ କୃଷକଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଯେଉଁଥିପାଇଁ ଆସନ୍ତା ୫ଟି ବିଧାନସଭା ନିର୍ବାଚନରେ BJPକୁ ହରାଇବା ପାଇଁ କୃଷକ ନେତାମାନେ ସଙ୍କଳ୍ପ ନେଇଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଆଉ କିଛି ସପ୍ତାହ ପରେ ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେବ। ସେହି ରାଜ୍ୟ ଗୁଡିକ ମଧ୍ୟରୁ ୨ଟିରେ BJPର ଶାସନ ଥିଲା। ତେଣୁ ଦଳ ଅନ୍ୟ ତିନୋଟି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛି। ଏଥିପାଇଁ ପ୍ରଚାର ବି ଜୋରସୋରରେ ଚଲାଇଛି। ତେବେ BJPର ଏହି ପ୍ରସ୍ତୁତିକୁ ଭଣ୍ଡୁର କରିବାକୁ ଆନ୍ଦୋଳନକାରୀ କୃଷକମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। 

ନୂତନ କୃଷି ଆଇନ (Farm Law 2020) କୁ ବିରୋଧ କରି ଶତାଧିକ ଦିନ ହେବ ଦିଲ୍ଲୀ ସୀମା (Delhi Border) ରେ ଲକ୍ଷ ଲକ୍ଷ କୃଷକ ଧାରଣାରେ (Farmers Protest) ବସିଛନ୍ତି। ଦେଢମାସ ପୂର୍ବେ ସରକାର ଓ ଆନ୍ଦୋଳନକାରୀ କୃଷକ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ସ୍ଥିତି ଡେଡଲକ୍ ହୋଇ ପଡିଛି। ଏହାରି ମଧ୍ୟରେ ଶାସକ BJP ଉପରେ ଆନ୍ଦୋଳନକାରୀ କୃଷକଙ୍କ ଆକ୍ରୋଶ ବଢିବାରେ ଲାଗିଛି। ଯେଉଁଥିପାଇଁ ଆସନ୍ତା ୫ଟି ବିଧାନସଭା ନିର୍ବାଚନରେ BJPକୁ ହରାଇବା ପାଇଁ କୃଷକ ନେତାମାନେ ସଙ୍କଳ୍ପ ନେଇଛନ୍ତି।

Also Read: କୃଷକ ଆନ୍ଦୋଳନକୁ ୧୦୦ ଦିନ; ନୀରବ ସରକାର, ସୀମାରେ ଚାଲିଛି ବଡ ଆୟୋଜନ

ଆନ୍ଦୋଳନକାରୀ କୃଷକ ନେତାଙ୍କ ମଧ୍ୟରେ ପ୍ରମୂଖ ଚେହେରା ହେଉଛନ୍ତି ରାକେଶ ଟିକାୟତ (Rakesh Tikait) । ଲାଲକିଲ୍ଲା ହିଂସା (Lal Quila Violence) ପରେ ଦିଲ୍ଲୀ ପୋଲିସ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାକେଶ ଟିକାୟତ ଗିରଫ ହୋଇ ନାହାଁନ୍ତି। ସେପଟେ ସେ ବିଭିନ୍ନ ରାଜ୍ୟରେ ବୁଲି ମହାପଞ୍ଚାୟତ କରି କୃଷକ ଆନ୍ଦୋଳନର ଶକ୍ତି ବଢାଉଛନ୍ତି। ଏବେ ସେ ବିଧାନସଭା ନିର୍ବାଚନ ହେବାକୁ ଥିବା ୪ଟି ରାଜ୍ୟ ଓ ପୁଡୁଚେରୀ ଯିବେ ବୋଲି କହିଛନ୍ତି।

ରାକେଶ ଟିକାୟତ କହିଛନ୍ତି ଯେ, ଆସନ୍ତା ୧୨ ତାରିଖରୁ ୩ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିବେ। ଏହି ସମୟରେ ସେ ବିଭିନ୍ନ ସ୍ଥାନରେ କୃଷକ ସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସଭାରେ କୃଷି ଆଇନ ବିରୋଧ ସମ୍ପର୍କରେ ଆଲୋଚନା ହେବ। ଏପରି କି BJP ଭୋଟ ନ ଦେବାକୁ ଲୋକଙ୍କୁ ଅପିଲ କରାଯିବ। କେବଳ ପଶ୍ଚିମବଙ୍ଗ (West Bengal Election) ନୁହଁ ପର୍ଯ୍ୟାୟକ୍ରମେ ଅନ୍ୟ ୪ଟି ରାଜ୍ୟକୁ ବି କୃଷକ ନେତାମାନେ ଯିବେ। ପ୍ରତ୍ୟେକ ଗାଁରେ ଜଣେ ଜଣେ ଯାଇ BJP ବିରୁଦ୍ଧରେ ପ୍ରଚାର କରିବେ ବୋଲି ଟିକାୟତ କହିଛନ୍ତି।

Also Read: ଲାଲୁଙ୍କୁ ପୁଣି ଝଟକା; ଆଶ୍ୱସ୍ତି ନାଁରେ ବଢିଲା କାରାବାସ ଅବଧି

ଆସନ୍ତା ୨୭ ତାରିଖରୁ ପଞ୍ଚିମବଙ୍ଗରେ ଭୋଟ ପଡିବ। ଆଉ ଏହାରି ପୂର୍ବେ ଆନ୍ଦୋଳନକାରୀ କୃଷକ ନେତାଙ୍କ BJP ବିରୁଦ୍ଧରେ ସଭା, ଦଳକୁ ଚିନ୍ତାରେ ପକାଇଛି। ମମତା ସରକାର BJP ବିରୋଧି ଓ ସେ ଆରମ୍ଭରୁ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଏପରି କ୍ଷେତ୍ରରେ ରାକେଶ ଟିକାୟତଙ୍କ ରଣ କୌଶଳ ସ୍ଥାନୀୟ ରାଜନୈତିକ ଦଳକୁ ଫାଇଦା ପହଞ୍ଚାଇବ। ଯଦି କୃଷକ ସମ୍ପ୍ରଦାୟ କୃଷି ଆନ୍ଦୋଳନକୁ ସମର୍ଥନ କରନ୍ତି, ତେବେ BJPର ଭେଳା ବୁଡିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।