୧୧୧ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତୀୟ ନିର୍ବାଚନ ଆୟୋଗ
Advertisement
Article Detail0/zeeodisha/odisha1227068

୧୧୧ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତୀୟ ନିର୍ବାଚନ ଆୟୋଗ

Election Commission of India: RP Act 1951 29A ଏବଂ 29C ଧାରା  ଅନୁଯାୟୀ ଏହି ପଞ୍ଜୀକୃତ ଅଣ ମାନ୍ୟତା ରାଜନୈତିକ ଦଳ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

୧୧୧ ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭାରତୀୟ ନିର୍ବାଚନ ଆୟୋଗ

Election Commission of India: ନିର୍ବାଚନ ପ୍ରକ୍ରିୟା ଏବଂ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ଦେଶର ୧୧୧ ପଞ୍ଜୀକୃତ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଅଣ ମାନ୍ୟତାପ୍ରାପ୍ତ ତାଲିକାରେ ସାମିଲ ରହିଥିବା ରାଜନୈତିକ ଦଳଙ୍କ ମଧ୍ୟରୁ ୧୧୧ ଦଳଙ୍କୁ ତାଲିକାରୁ ବାହାର କରିଛନ୍ତି। ଏହି ତାଲିକାରେ ଏପରି ଦଳ ସାମିଲ ଅଛନ୍ତି ଯେଉଁମାନେ ୨୦୧୯ ଲୋକସଭା ନିର୍ବାଚନ ଲଢିନାହାଁନ୍ତି। ଏହା ସତ୍ତ୍ୱେ ସେହି ଦଳଙ୍କୁ କୋଟି କୋଟି ଟଙ୍କାର ଟିକସ ଛାଡ କରାଯାଇଛି।

RP Act 1951 29A ଏବଂ 29C ଧାରା  ଅନୁଯାୟୀ ଏହି ପଞ୍ଜୀକୃତ ଅଣ ମାନ୍ୟତା ରାଜନୈତିକ ଦଳ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଯାହା ପରେ ଏହି ୧୧୧ ରାଜନୈତିକ ଦଳ ଅଣ ମାନ୍ୟତାପ୍ରାପ୍ତ ତାଲିକାରୁ ବାଦ ପଡିଛନ୍ତି। ପ୍ରାୟ  ମାସେ ପୂର୍ବରୁ ୨୧୦୦ ରାଜନୈତିକ ଦଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ନିର୍ବାଚନ ଆୟୋଗ। 

ଏହି ରାଜନୈତିକ ଦଳଙ୍କ ବିରୋଧରେ ବାର୍ଷିକ ଖର୍ଚ୍ଚର ସବିଶେଷ ତଥ୍ୟ ନ ଦେବା ଏବଂ ଆର୍ଥିକ ଅନିୟମିତତା ଭଳି ଗୁରୁତର ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କେବଳ ଏତିକି ନୁହେଁ ଏହି ରାଜନୈତିକ ଦଳ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ଏଭଳି ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ଯେଉଁମାନେ ଟ୍ୟାକ୍ସ ଛାଡ଼ର ଲାଭ ଉଠାଉଛନ୍ତି। ଏଭଳି ରାଜନୈତିକ ଦଳକୁ ନିୟନ୍ତ୍ରଣ କରିବା ପାଇଁ ନିର୍ବାଚନ ଆୟୋଗ ସେମାନଙ୍କ ନିର୍ବାଚନ ସଙ୍କେତ ଜବତ କରିବା ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ଭାରତୀୟ ନିର୍ବାଚନ ଆୟୋଗ ତଥ୍ୟ ଅନୁଯାୟୀ ଗତ ୨୦୧୯  ଲୋକସଭା ନିର୍ବାଚନ ବେଳେ ଦେଶରେ ମୋଟ ୨୩୫୪  ପଞ୍ଜୀକୃତ ଅଣ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ରହିଥିଲେ। ହେଲେ ସେହି ଦଳଙ୍କ ମଧ୍ୟରୁ କେବଳ ୬୨୩ ଦଳ ଲୋକସଭା ନିର୍ବାଚନ ଲଢିଥିଲେ। ଅନ୍ୟପଟେ ଏପରି ୧୭୩୧ ରାଜନୈତିକ ଦଳ ରହିଥିଲା ଯିଏ କୌଣସି ଗୋଟିଏ ହେଲେ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲା। ଏପରିକି ଏପରି ଦଳ ମଧ୍ୟ ରହିଥିଲେ ଯେଉଁମାନେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ନିର୍ବାଚନ ଆୟୋଗ ପାଖରେ ସେମାନଙ୍କ ଖର୍ଚ୍ଚ ବିବରଣୀ ଦାଖଲ କରିନଥିଲେ। ନିର୍ବାଚନ ଶେଷ ହେବାର ୯୦ ଦିନ ମଧ୍ୟରେ ସମସ୍ତ ଦଳଙ୍କୁ ନିର୍ବାଚନ ଆୟୋଗ ପାଖରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ବିବରଣୀ ଦେବାକୁ ପଡିଥାଏ। ନହେଲେ ନିର୍ବାଚନ ଆୟୋଗ ସେହି ରାଜନୈତିକ ଦଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

Also Read: ଦେଶରେ ରାଜନୈତିକ ଦଳ ସଂଖ୍ୟା କେତେ? ଆପଣଙ୍କୁ ଚକିତ କରିଦେବ ADR ରିପୋର୍ଟ