Salman Khurshid on Ghulam Nabi Azad: ଶୁକ୍ରବାର ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ନେତା ପାଲଟା ଜବାବ ଦେବା ଆରମ୍ଭ କରିଛନ୍ତି।
Trending Photos
Salman Khurshid on Ghulam Nabi Azad: ଅଗଷ୍ଟ ୨୬ ତାରିଖ ଶୁକ୍ରବାର କଂଗ୍ରେସ ଛାଡିଥିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ଶୁକ୍ରବାର ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦଙ୍କୁ କଂଗ୍ରେସ ନେତା ପାଲଟା ଜବାବ ଦେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ କହିଛନ୍ତି ଯେ ଯଦି କେହି ମୋ ସହ କଥା ହୋଇଥାନ୍ତେ କାହେଲେ ମୁଁ ଜାଣିଥାନ୍ତେ। ଯଦି ତାଙ୍କର କୌଣସି ନିରାଶା, ଅସୁବିଧା କିମ୍ବା କୌଣସି ଅଭିଯୋଗ ଥାଏ ଏବଂ ଯଦି ସେ ଆମକୁ ଦଳରେ ତାଙ୍କ ସମାସ୍କନ୍ଧ ବୋଲି ଭାବିଥାନ୍ତି ତାହେଲେ ସେ ଆମକୁ ଏହି ଘଟଣାକ୍ରମ ବାବଦରେ କହିଥାନ୍ତେ। ଯଦି ସେ ଆମର ସହଯୋଗ କରିବା ଆବଶ୍ୟକ କରିଥାନ୍ତେ ତେହେଲେ ଆମେ ମଧ୍ୟ ତାହା କରିଥାନ୍ତୁ।
ଶୁକ୍ରବାର ଗୁଲାମ ନବୀ ଆଜାଦ (Ghulam Nabi Azad) କଂଗ୍ରେସ ଛାଡିବା ପରେ ତାଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଦଳର ବରିଷ୍ଠ ନେତା ସଲମାନ ଖୁର୍ସିଦ (Salman Khurshid) । ଏନେଇ ସେ କହିଛନ୍ତି ଯେ ବର୍ତ୍ତମାନ କଂଗ୍ରେସ ଦଳ ଯୁଦ୍ଧକ୍ଷେତ୍ରରେ ଠିଆ ହୋଇଛି। ଯଦି ଆମର କୌଣସି ସୈନିକ କିମ୍ବା କମାଣ୍ଡୋ ଚାଲିଯାଆନ୍ତି ତାହେଲେ ଆମ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଦଳର ସମର୍ଥନରେ ଛିଡା ହୋଇଥିବା ଲୋକଙ୍କ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ପଡିଥାଏ। କଥା ଏହା ନୁହେଁ ଯେ ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡି ଚାଲିଗଲେ କଥା ଏହା ଯେ ଆମେ ଦଳ ଛାଡି଼ ଯାଇ ନାହୁଁ। ଦଳ ସହ ଆମେ ପ୍ରତ୍ୟେକ ପରିସ୍ଥିତିରେ ଆମେ ଏକାଠି ରହିଥିଲୁ। ଯେତେବେଳେ ଆମେ ଭଲ ସମୟରୁ ବାହାରକୁ ଆସିଥିଲୁ ସେତେବେଳେ ଦଳ ଆମକୁ କିଛି ନା କିଛି ଦେଇଥିଲା। ହେଲେ ବର୍ତ୍ତମାନ ଆମେ ଦଳ ଛାଡ଼ିଦେବା ଠିକ ନୁହେଁ।
ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ (Jairam Ramesh) କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଅଧିକ ସମ୍ମାନ କରୁଥିଲେ, ସେହି ବ୍ୟକ୍ତି କଂଗ୍ରେସ ନେତୃତ୍ୱ ଉପରେ ବ୍ୟକ୍ତିଗତ ଆକ୍ରମଣ କରି ନିଜର ପ୍ରକୃତ ଚରିତ୍ର ପ୍ରଦର୍ଶନ କରିଛନ୍ତି। ପ୍ରଥମେ ସଂସଦରେ ମୋଦିଙ୍କ ଲୁହ, ପରେ ପଦ୍ମଭୂଷଣ ପରେ ଘରର ସମ୍ପ୍ରସାରଣ। ଏହା ଏକ ସଂକେତ ନୁହେଁ ବରଂ ଏକ ସହଯୋଗ। ଏପରିକି ଜୟରାମ ରମେଶ ତାଙ୍କ ଡିଏନଏ ଉପରେ ପ୍ରଶ୍ନ ଉଠାଇଛନ୍ତି। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଗୁଲାମ ନବୀ ଆଜାଦର ଡିଏନଏ ମୋଡିଫାଏଡ଼ ହୋଇଯାଇଛି। ଜଣେ ବ୍ୟକ୍ତିଙ୍କୁ କଂଗ୍ରେସ ନେତୃତ୍ୱ ଦ୍ୱାରା ଏତେ ସମ୍ମାନ ଦିଆଯାଇଥିଲା ହେଲେ ସେ ବିଶ୍ୱାସଘାତକତା କରିଛନ୍ତି। ତାଙ୍କର ଏହି ମନୋଭାବ ସହିତ ତାଙ୍କର ପ୍ରକୃତ ଚରିତ୍ର ସାମ୍ନାକୁ ଆସିଛି। ଯେତେବେଳେ ସାମ୍ପ୍ରଦାୟିକ ଧ୍ରୂବୀକରଣ, ଦର ଦାମ ବୃଦ୍ଧି ଏବଂ ବେକାରୀ ବିରୋଧରେ କଂଗ୍ରେସ ଲଢ଼ୁଛି ସେତେବେଳେ ଗୁଲାମ ନବୀ ଆଜାଦଙ୍କ ଦଳ ଛାଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖର ବିଷୟ ଯେ ଏପରି ଏକ ସମୟରେ ଘଟିଛି, ଯେତେବେଳେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ସମଗ୍ର କଂଗ୍ରେସ ଦଳ ବିଜେପି ସହ ବିଭିନ୍ନ ପ୍ରସଙ୍ଗରେ ଲଢେଇ କରୁଛନ୍ତି।
ଅନ୍ୟ ଜଣେ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ (Sandeep Dikshit) ମଧ୍ୟ ଗୁଲାମ ନବୀ ଆଜାଦଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ମୁଁ ଏଥିରେ ବିଶ୍ୱାସଘାତକତାର ଗନ୍ଧ ବାହାରୁଛି। ସେ ଦଳରେ ରହିବା ଆବଶ୍ୟକ। ଅନ୍ୟପଟେ ଅନ୍ୟତମ କଂଗ୍ରେସ ନେତା ପୱନ ଖେରା (Pawan Khera) ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ମଧ୍ୟ ରାଜ୍ୟସଭା ଆସନ ସହ ଯୋଡିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ଗୁଲାମ ନବୀ ଆଜାଦଙ୍କୁ ଏଥର ରାଜ୍ୟସଭାକୁ ପଠାଯାଇ ନାହିଁ। ବୋଧହୁଏ ଏହି କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ରାଜ୍ୟସଭା ଆସନ ଚାଲିଯିବା ପର ଠାରୁ ସେ ଅଶାନ୍ତ ହୋଇପଡିଛନ୍ତି। ଏହା ଦର୍ଶାଉଛି ଯେ ସେ ଏକ ସେକେଣ୍ଡ ପାଇଁ ମଧ୍ୟ ପଦବୀ ବିନା ରହିପାରିବେ ନାହିଁ।
Also Read: Crack in Congress: 'ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର'
ସେପଟେ କଂଗ୍ରେସ ସାଂସଦ ମନୀଷ ତିୱାରୀ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ଦଳରେ ଭିକାରୀ ନୁହେଁ ବରଂ ଅଂଶୀଦାର। ଆମକୁ କୌଣସି ସାର୍ଟିଫିକେଟ୍ ଦରକାର ନାହିଁ। ଗୁଲାମ ନବୀ ଆଜାଦଙ୍କ କଂଗ୍ରେସ ଛାଡିବା ପ୍ରସଙ୍ଗରେ ଏପରି ବୟାନ ଦେଇଛନ୍ତି ଦଳୀୟ ସାଂସଦ ମନୀଷ ତିୱାରୀ।
କଂଗ୍ରେସ ସାଂସଦ ମନୀଷ ତିୱାରୀ (Congress MP Manish Tewari) କହିଛନ୍ତି ଯେ ଆମକୁ କାହାର ପ୍ରମାଣପତ୍ର ଦରକାର ନାହିଁ। ମୁଁ କଂଗ୍ରେସକୁ (Congress) ୪୨ ବର୍ଷ ସମୟ ଦେଇଛି। ମୁଁ ଏହା ପୂର୍ବରୁ ମଧ୍ୟ କହି ସାରିଛି ଯେ ଆମେ କଂଗ୍ରେସ ଦଳରେ ଭିକାରୀ ନୁହଁ ବରଂ ଆମେ ହେଉଛୁ ଅଂଶୀଦାର। ବର୍ତ୍ତମାନ ଯଦି ଆପଣ ଆମକୁ ବାହାରକୁ ଆଣିବାକୁ ଚେଷ୍ଟା କରନ୍ତି ତାହା ଅନ୍ୟ ଏକ କଥା ହେବ ଏବଂ ଏହା ଦେଖାଯିବ।
ପ୍ରାୟ ୨ ବର୍ଷ ପୂର୍ବେ ଆମ ମଧ୍ୟରୁ ୨୩ ଜଣ ନେତା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ (Congrss President Sonia Gandhi) ଏକ ଚିଠି ଲେଖି କହିଥିଲେ ଯେ କଂଗ୍ରେସର ଅବସ୍ଥା ଚିନ୍ତାଜନକ। କଂଗ୍ରେସର ସ୍ଥିତି ଉପରେ ବିଚାର କରାଯିବା ଆବଶ୍ୟକ। ଦଳର ଅନେକ ଲୋକ ଏବଂ ସେମାନଙ୍କ ପରିବାର ନିଜ ରକ୍ତରେ କଂଗ୍ରେସ ଉଦ୍ୟାନକୁ ସମ୍ମାନିତ କରିଛନ୍ତି। ଯଦି କେହି କିଛି ପାଇଛନ୍ତି ତାହେଲେ ସେ ମାଗଣାରେ ପାଇ ନାହାଁନ୍ତି।
କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଯେ ବର୍ତ୍ତମାନ ୧୮୮୫ ମସିହାରୁ ବିଦ୍ୟମାନ ରହିଥିବା ଭାରତ ବର୍ଷ ଏବଂ କଂଗ୍ରେସ ମଧ୍ୟରେ ସମନ୍ୱୟର ଅଭାବ ଦେଖାଦେଇଛି। ଏହା ଉପରେ ଅନୁସନ୍ଧାନ କରାଯିବାର ଆବଶ୍ୟକତା ରହିଥିଲା। ମୁଁ ଭାବୁଛି ଗତ ୨୦୨୦, ଡିସେମ୍ବର ୨୦ ତାରିଖରେ ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ସହମତି ହୋଇଥିଲେ ଏଭଳି ପରିସ୍ଥିତି ଉପୁଜି ନଥାନ୍ତା।
ଗୁଲାମ ନବୀ ଆଜାଦଙ୍କ (Ghulam Nabi Azad) ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି ଯେ ମୁଁ ତାଙ୍କ ଇସ୍ତଫାର ଭଲ ଏବଂ ଖରାପ ଦିଗକୁ ଯିବାକୁ ଚାହୁଁନାହିଁ। ମୁଁ ଏହାକୁ ମୋ ନିଜ ସ୍ତରରେ ବୁଝିବାକୁ ଯଥାସମ୍ଭବ ଚେଷ୍ଟା କରିଛି। ଯେତେବେଳେ କଂଗ୍ରେସ ନେତାଙ୍କ ଚପରାସୀ ଦଳ ବାବଦରେ ଜ୍ଞାନ ଦିଅନ୍ତି ତାହେଲେ ଏହା ଏକ ହାସ୍ୟାସ୍ପଦ ବିଷୟ। ହିମାଳୟର ଶୀର୍ଷରେ ରହୁଥିବା ଉତ୍ତର ଭାରତୀୟ ହେଉଛନ୍ତି ଉତ୍ସାହୀ ଏବଂ ଆତ୍ମବିଶ୍ୱାସୀ ଲୋକ। ବିଗତ ୧୦୦୦ ବର୍ଷ ଧରି ସେମାନଙ୍କର ପ୍ରଭାବ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଲଢେଇ କରିବାର ରହିଛି। ଉତ୍ତର ଭାରତୀୟଙ୍କର ଧୈର୍ଯ୍ୟ ପରୀକ୍ଷା ନିଆଯିବା ଆବଶ୍ୟକ ନୁହେଁ।